-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
16-Nov-2021
ବଲାଙ୍ଗିର(ପ୍ରେରଣା ଖବର) ବଲାଙ୍ଗିର ଜିଲ୍ଲାର ଏନ.ପି.ଏସ ଶିକ୍ଷକ ସଂଘ ତରଫରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ନୂତନ ପେନସନ ଯୋଜନା ପ୍ରତିବଦଳରେ ପୁରୁଣା ପେନସନ ଯୋଜନା କାର୍ଯ୍ୟକାରୀ କରିବା ଦାବୀ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶିକ୍ଷା ସଚିବ, ମୁଖ୍ୟ ଶାସନ ସଚିବ ଓ ଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ଛଅ ବର୍ଷର ଠିକା କାର୍ଯ୍ୟକାଳର ବିବରଣୀକୁ ଇ-ସେବା ପୁସ୍ତିକାରେ ଲିପିବଦ୍ଧ କରିବା ପାଇଁ ତଥା ୨୦୧୪ ମସିହା ଜାନୁୟାରୀ ୧୭ ତାରିଖର ପରିପତ୍ର ସଂଖ୍ୟା ୧୩୦ ଅନୁସାରେ ଠିକା କର୍ମଚାରୀଙ୍କୁ ଦିଆ ଯାଇଥିବା ସୁବିଧା ସୁଯୋଗକୁ କାର୍ଯ୍ୟକାରୀ କରିବା, ଗତ ୨୦୨୦ ମସିହାର ସେପ୍ଟେମ୍ବର ମାସରେ ପଦୋନ୍ନତି ପାଇଥିବା ଏନ.ପି.ଏସ ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀମାନଙ୍କର ପଦୋନ୍ନତି ଜନିତ ଦରମା ବୃଦ୍ଧି ଶୀଘ୍ର ଲାଗୁ କରିବାପାଇଁ ଓ ଉକ୍ତ ପ୍ରଧାନ ଶିକ୍ଷକ ମାନଙ୍କ ସହିତ ନୂତନ ପେ ଫିକ୍ସସେସନ ଶୀଘ୍ର କରିବାପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହିତ ଆଲୋଚନା କରାଯାଇଥିଲା । ଏହି ଆଲୋଚନାରେ ଏନ.ପି.ଏସ ଶିକ୍ଷକ ସଂଘ ସଭାପତି ରାଜକିଶୋର ଭୋଇ ଓ ବିର କିଶୋର ଶୁନା, ହେମନ୍ତ ବାରିକ, ସଦା ଭୋଇ, ଦୂତି ରଂଜନ ମହାଲିଙ୍ଗ, ନରେଶ ଚନ୍ଦ୍ର ଦ୍ୱାରି, ସୁରେଷ ବାରିକ, ଅଶ୍ୱିନୀ ଷଡଙ୍ଗୀ ପ୍ରମୁଖ ଶିକ୍ଷକ ଅଂଶ ଗ୍ରହଣ କରିଥିଲେ