-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
13-Nov-2021
ତୁଷୁରା(ପ୍ରେରଣା ଖବର)- ଆଜି ନୂଆପଡା ତୁଷୁରା ଠାରେ କୋସଲ ଫୁଟବଲ୍ କପ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହୀପୁର ଦଳ ଚମ୍ପିୟାନ ହୋଇଥିବା ଦେଳେ ନଇକେନସିରା ଦଳ ରନର୍ସଅପ୍ ହୋଇଥିଲା । ନୂଆପଡା ଓ କୁସମେଲ ଦଳ ସାନ୍ତ୍ୱନାମୂଳକ କପ୍ ହାସଲ କରିଥିଲା । କୋସଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବିଜୟୀ
ଦଳକୁ ସିଲ୍ କପ୍ ଦେଇ ପୁରସ୍କୃତ କରିଥିଲେ । କେନ୍ଦ୍ରୀୟ କମିଟି ସଭ୍ୟ ମନୋରଂଜନ ସାହୁ ଟୁନ୍ର୍ଣମେଣ୍ଟକୁ ଉଦ୍ଘାଟନ କରିଥିଲେ । ପ୍ରଦୀପ୍ତ କିଶୋର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟକୁ ନୀଳାମ୍ବର ବିଶି. ସତ୍ୟଜିତ ସେଠ, ବସନ୍ତ ମନହୀରା, ରମାକାନ୍ତ ଗହୀର ପ୍ରମୁଖ ପରିଚାଳନା କରିଥିଲେ । ଏହି ମ୍ୟାଚକୁ ତୁଷୁରା ସମେତ ଆଖପାଖ ଗାଁ ର ଶତାଧିକ କ୍ରୀଡାପ୍ରେମୀ ଉପଭୋଗ କରିଥିଲେ ।