-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
13-Nov-2021
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ) ଆଜି ସୁବର୍ଣ୍ଣପୁର ସର୍କିଟ ହାଉସ ସଭା ଗୃହ ଠାରେ ଉଠା ଜଳ ସେଚନ ବିଭାଗ ର ରାଜ୍ୟ ନିଗମ ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ଯୋଗ ଦେଇ ଏକ ସମୀକ୍ଷା ବୈଠକ ରେ ଅଧିକ୍ଷକ ଯନ୍ତ୍ରୀ ଦିଲ୍ଲୀପ କୁମାର ଦାଶ, ନିର୍ବାହୀ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ବେହେରା ଙ୍କ ସମେତ ଜ଼ିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ ସମସ୍ତ ବିଭଗୀୟ ଅଧିକାରୀ, ଓ ବିଧାୟକ ପ୍ରତିନିଧି ମାନଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା
କରିଥିଲେ l ଉଠା ଜଳସେଚନ ବିଭାଜନ ସୁବର୍ଣ୍ଣପୁର ଅଧୀନ ରେ ଥିବା ସମସ୍ତ ପ୍ରକଳ୍ପ,ଗଭୀର ନଳ କୂପ, ଉଠା ଜଳ ସେଚନ ପ୍ରକଳ୍ପ ଉପରେ ସମୀକ୍ଷା କରିବା ସହ ରାଜ୍ୟ ସରକାର ଙ୍କ ସବୁ ନୁଆଁ ଯୋଜନା ଗୁଡିକୁ ଚାଷୀ ଙ୍କୁ ସଠିକ ଭାବେ ଅବଗତ କରାଇବା ସାଙ୍ଗେ ସାଙ୍ଗେ ସେ ସବୁ କୁ ସଫଳ କରିବା ପାଈଁ ଅଫିସର ଓ କର୍ମଚାରୀ ଙ୍କୁ ପରାମର୍ଶ କରିଥିଲେ l ଓ ଚାଷୀ ଙ୍କୁ ଠିକ ସମୟରେ ପାଣି ଯୋଗାଇ ଚାଷ ଓ ଚାଷୀ ର ଦ୍ରୁତ ବିକାଶ ରେ ସହାୟତା କରିବାକୁ କହିଥିଲେ l ଏବଂ ନୁଆଁ ପ୍ରୋଜେକ୍ଟ ସବୁ କୁ ଶୀଘ୍ର କାର୍ଯ୍ୟକ୍ଷମ କରି ନୁଆଁ ବିଦ୍ୟୁତ ସଂଯୋଗୀ କରଣ ପାଈଁ ଟାଟା କମ୍ପାନୀ ବା ଟି ପି ଡବ୍ଲୁ ଓ ଡ଼ି ଏଲ ସହ ଶୀଘ୍ର ବୁଝା ମଣା କରିବାକୁ ପରାମର୍ଶ କରିଥିଲେ l ବୈଠକ ରେ ବୀରମହାରାଜପୁର ବିଧାୟକ ଙ୍କ ପ୍ରତିନିଧି ରଂଜିତ ରଥ, ବିନିକା ବ୍ଲକ ଅଧ୍ୟକ୍ଷ ଅଶୋକ ନନ୍ଦ ଚାଷୀ ଙ୍କ ହିତ ପାଈଁ ନିଗମ ଅଧ୍ୟକ୍ଷ ଙ୍କୁ ନିଜ ନିଜ ର ସୁ ଚିନ୍ତିତ ମତାମତ ରଖିଥିଲେ l