-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
13-Nov-2021
ବିନିକା(ହିମାଂଶୁ ଶେଖର ପୁଟେଲ) ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ଚରଦା ସ୍ଥିତ କପିଳେଶ୍ୱର ମନ୍ଦିର ଠାରେ ଆଜି ଶନିବାର ଦଶମୀ ଯାତ୍ରା ରୀତିନୀତି ଅନୁଯାଇ ପାଳିତ ହୋଇଯାଇଛି । ଘଣ୍ଟ,ଶଙ୍ଖ ଧ୍ୱନି ଗୁଞ୍ଜରଣରେ ମନ୍ଦିର ପରିସର ପ୍ରକମ୍ପିତ ହୋଇଥିବା ବେଳେ ଶ୍ରଦ୍ଧାଳୁ ଭକ୍ତ କୋଭି ଡ଼ ନିୟମ ମାନି ବାବା କପିଳେଶ୍ୱର ଙ୍କ ଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା l ପରମ୍ପରା କ୍ରମେ ପ୍ରତିବର୍ଷ ଏହିଦିନରେ ବିଭିନ୍ନ ଗ୍ରାମରୁ ଛତର,ଦେବତା ସହ ବରୁଆଁ ନାଚି ନାଚି ଶୋଭାଯାତ୍ରା ମାଧ୍ୟମରେ ଆସି ବାବା କପିଲେଶ୍ୱରଙ୍କୁ ବର ମାଗି ନିଜ ଗ୍ରାମକୁ ଫେରିଥିଲେ l ଠିକ ସେହିପରି ମନ୍ଦିର ପରିସରରେ ଥିବା ମାଁ ଚରଦେଇ ଙ୍କୁ ଡୋଳ,ନିଶାନ ର ତାଳେ ତାଳେ ବିରାଟ ଶୋଭାଯାତ୍ରାରେ କଲାସି କୁଠିକୁ ଅଣାଯାଇଥିଲା l ଯାହାକି ବରୁଆଙ୍କ ନୃତ୍ୟ ଓ ଦେବତାଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ ଜମିଥିଲା l