-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
12-Nov-2021
ଲୋଇସିଂହା, (ବିନୋଦ କୁମାର ଦୀପ) ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା କାଣ୍ଡ ଘଟଣାରେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସପୃକ୍ତିକୁ ନେଇ ମନ୍ତ୍ରୀଙ୍କ ଓ ମୂଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଶୁକ୍ରବାର ରାଜ୍ୟ କଂଗ୍ରେସ ପକ୍ଷରୁ ସକାଳ ଛଅ ଘଣ୍ଟାରୁ ଦିନ ବାରଟା ପର୍ଯ୍ୟନ୍ତ ସାରା ରାଜ୍ୟରେ ଛଅ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା l ଏହି ପରିପ୍ରେକ୍ଷୀରେ ଲୋଇସିଂହା ବ୍ଳକ୍ କଂଗ୍ରେସ ତରଫରୁ ଗୁରୁବାର ଡାକବାଜି ମାଧ୍ୟମରେ ବନ୍ଦକୁ ସମର୍ଥନ ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଥିଲା l ବ୍ଳକ୍ ସଭାପତି ଅରବିନ୍ଦ ସାହୁଙ୍କ ନେତୃତ୍ବରେରେ ଶୁକ୍ରବାର ଭୋର୍ ରୁ ବହୁ କଂଗ୍ରେସ କର୍ମୀ ରାଜରାସ୍ତା ଶାନ୍ତିପୂର୍ଣ୍ଣ ଭାବରେ ଧର୍ମଘଟ କରିଥିଲେ l ଲୋଇସିଂହାର ସମସ୍ତ ଦୋକାନବଜାର ,ସରକାରୀ ବେସରକାରୀ ଅଫିସ ସ୍କୁଲ କଲେଜ ତଥା ଜାନବାହାନ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଥିବା ଦେଖାଦେଇଥିଲା।ଶାନ୍ତିପୂର୍ଣ୍ଣ ଭାବେ ହୋଇଥିବା ଏହି ବନ୍ଦରେ ନବକୀଶୋର ନାଏକ,ସରୋଜ ବିଶ୍ବାଳ,ଶିବ ଅଗ୍ରୱାଳ,ଭାଗବତିଆ ଭୋଇ,ପ୍ରତାପ ନନ୍ଦ, ଲୋଇସିଂହା ସରପଞ୍ଚ ସୁନୀଲ ଅଗ୍ରୱାଳ,ମୁନୁ ମେର୍ଳୀ,ସନାତନ ଦଳେଇ,ଅଶୋକ ଭିତ୍ରିଆ,ବିଜୟ ସାହୁ,ବଣିକ ସଂଘ ସଭାପତି ମୋହିତ ମିଶ୍ର ସମେତ ବହୁ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ ।