-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
12-Nov-2021
ପାଟକୁରା(ମାନସୀ ମିଶ୍ର): ହlଇକୋର୍ଟ ଙ୍କ ନିର୍ଦେଶ ପରେ ପାଟକୁରାରେ ଆଜି ଗରଦପୁର ବ୍ଲକ କଂଗ୍ରେସ ତରଫରୁ ମମିତା ମେହେରଙ୍କ ନ୍ୟାୟ ଦାବିରେ ୨୦୦ କର୍ମୀଙ୍କୁ ନେଇ ବଙ୍ଗlଳପୁର ଠାରୁ ପାଟକୁରା ଯାଏଁ ଏକ ବାଇକ ରାଲି କରାଯାଇଥିଲା l ଏହାର ନେତୃତ୍ୱ ନେଇଥିଲେ ପାଟକୁରା କଂଗ୍ରେସ ନେତା ରତିକାନ୍ତ କାନୁନଗୋ. ରାଲି ରେ ଥିବା କଂଗ୍ରେସ କର୍ମୀ ଙ୍କ ବେପରୁଆ ସ୍ଲୋଗାନ ହାସ୍ୟାସ୍ପଦ ପରିବେଶ ସୃଷ୍ଟି କରିଥିଲା.. "ମମିତା ମେହେର ଇସ୍ତପା ଦାବି ଆମର ଦାବି " ସ୍ଲୋଗାନ ଦେଇଥିଲେ କଂଗ୍ରେସ କର୍ମୀ l ଏହି ସ୍ଲୋଗାନ ରୁ ସ୍ପଷ୍ଟ ପ୍ରମାଣିତ କଂଗ୍ରେସ କର୍ମୀ ପ୍ରସ୍ତୁତ ନଥାଇ କେବଳ ରତିକାନ୍ତ ଙ୍କ କଥାରେ ଜବରଦସ୍ତି ଏହି ରାଲି ରେ ଯୋଗ ଦେଇଥିଲେ.
ସ୍ୱତଃ ପ୍ରମାଣିତ ହେଉଛି ପାଟକୁରାରେ କଂଗ୍ରେସର କୌଣସି ଦବଦେବା ନଥିବା ବେଳେ ଏହି ଭଳି ରାଲି କରି ସରକାରଙ୍କୁ ଅଯଥାରେ ମିଥ୍ୟା ଓ ଭିତିହିନ ସମାଲୋଚନା କରିବା ଆଳରେ କର୍ମୀ ମାନଙ୍କୁ ପଥ ଭ୍ରାନ୍ତ କରିବା ସହ ସ୍ବର୍ଗତ ଅଧ୍ୟାପିକା ମମିତା ମେହେରଙ୍କ ବିରୁଦ୍ଧରେ ଏଭଳି ନାରା ଦେଇ ତାଙ୍କୁ ଅସମ୍ମାନିତ କରୁଛନ୍ତି l ଏହା ଫଳରେ ସାଧାରଣ ଲୋକ ଅସନ୍ତୁଷ୍ଟ ହେଉଥିବା ଦେଖିବାକୁ ମିଳିଛି