-+91-9937148622 |
prerana_bgr@rediffmail.com |
Saturday 4th July 2026 |
R.N.I. Regd No. ODIODI/2010/46693
Breaking News
12-Nov-2021
ପଦ୍ମପୁର(ନିରଞ୍ଜନ ତ୍ରିପାଠୀ) ସାରା ରାଜ୍ୟରେ ମମିତା ମେହେର ହତ୍ୟା ଘଟଣାରେ ଚାଲିଥିବା ଆନ୍ଦୋଳନ ରେ ଆଜି ୬ ଘଣ୍ଟିଆ ପାଇକମାଳରେ ବନ୍ଦ ପାଳନ କରାଯାଇଥିଲା l ପାଇକମାଳ ବ୍ଳକ କଂଗ୍ରେସ ଦଳ ର ସଭାପତି ଶ୍ରୀଯୁକ୍ତ ବିନୋଦ ବିହାରୀ ବିଶ୍ବାଳ ଙ୍କ ନେତୃତ୍ବରେ ମୁଖ୍ୟ ଚାରିଛକ ଠାରେ ବିଭିନ୍ନ ସ୍ଳୋଗାନ ମାନ ଦେଇ ବନ୍ଦ ପାଳନ କରାଯାଇଥିଲା lସ୍ୱତଃପ୍ରବୃତ୍ତ ଭାବେ ଲୋକେ ତାକୁ ସମ୍ମାନ ଜଣାଥିଲେ lଏ ପରିପ୍ରେକ୍ଷୀରେ ବରଗଡ ଜିଲ୍ଲା କଂଗ୍ରେସ ଦଳର ଉପସଭାପତି ଶ୍ରୀଯୁକ୍ତ ବିନୋଦ କାଲିଆ,ସହଦେବ ସାହୁ, ଉମାକାନ୍ତ ବାଗ,ବୈବ ପ୍ରଧାନ,ବିଜୟାନନ୍ଦ ପଟ୍ଟନାୟକ,
ବରଗଡ଼ ଜିଲ୍ଲା କଂଗ୍ରେସ ଉପ ସଭାପତି ବିନୋଦ କାଳିଆଙ୍କ ନେତୃତ୍ୱରେ ଚାଲିଥିବା ଏହି ଆନ୍ଦୋଳନରେ ଦଳର ବ୍ଲକ କଂଗ୍ରେସ ସଭାପତି ବିନୋଦ ବିଶ୍ଵାଳ, ସହଦେବ ସାହୁ,ଉମାକାନ୍ତ ବାଗ, ବୈବ ପ୍ରଧାନ,ବିଜୟାନନ୍ଦ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ ।
ଠିକ ସେଭଳି ଅନୁରୂପ ଝଲକ ଦେଖିବାକୁ ମିଳିଥିଲା ମାଣ୍ଡୋସିଲ ଠାରେ lପୂର୍ବତନ ବିଧାୟକ ଶ୍ରୀମାନ ସତ୍ୟଭୂଷଣ ସାହୁ ଙ୍କ ନେତୃତ୍ବରେ ବନ୍ଦ କାର୍ଯ୍ୟକ୍ରମ ସଫଳ ହୋଇଛି lଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରୁ ସର୍ବଶ୍ରୀ:-ମହେନ୍ଦ୍ର ଖୁଣ୍ଟିଆ,ରଘୁ ଚଲାନ୍, ରାଜେଶ ମହାନନ୍ଦ, ଲୋକନାଥ ନାୟକ ଉପସ୍ଥିତ ରେ ସରକାର ଓ ବେସରକାରୀ ଅନୁଷ୍ଠାନ ଗୁଡ଼ିକ ବନ୍ଦ କରାଯାଇଥିଲା l