-+91-9937148622 |
prerana_bgr@rediffmail.com |
Monday 6th July 2026 |
R.N.I. Regd No. ODIODI/2010/46693
Breaking News
12-Nov-2021
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ) - ମମିତା ମେହେର ଙ୍କ ହତ୍ୟା ଘଟଣା ରେ ସମ୍ପୃକ୍ତ ଥିବା ରାଜ୍ୟ ସରକାର ଙ୍କ ଗୃହ ମନ୍ତ୍ରୀ ଙ୍କୁ ବହିଷ୍କାର ଦାବୀ ଓ ସାମିଲ ଥିବା ଆହୁରି ଅନେକ ବଡ଼ ବଡ଼କିଆ ନେତା ମନ୍ତ୍ରୀଙ୍କୁ ତଦନ୍ତ ପରିସରକୁ ଆଣି ଏ ସମ୍ବେଦନଶୀଳ ଘଟଣା ର ପର୍ଦାଫାଶ କରିବା ଦାବୀ ନେଇ ଆଜି କଂଗ୍ରେସ ର ଛଅ ଘଣ୍ଟିଆ ରାଜ୍ୟ ବନ୍ଦ ପାଳନ ଡାକରା କୁ ଉଚ୍ଚ ନ୍ୟାୟଳୟ ଗତକାଲି ବାରଣ କରିଥିଲା l ସୁବର୍ଣ୍ଣପୁର ଜ଼ିଲ୍ଲା ରେ ସରକାରୀ ବେସରକାରୀ ବସ ସେବା ସମ୍ପୂର୍ଣ ବନ୍ଦ ରହିଥିବା ବେଳେ କିଛି ଚା ପାନ ଦୋକାନ କୁ ଛାଡି ବାକି ଦୋକାନ ବଜାର ସ୍ୱତଃ ପ୍ରବୃତ ଭାବେ ବନ୍ଦ ଥିଲା l ହେଲେ ହାଇ କୋର୍ଟର ବାରଣ ସତ୍ୱେ ଆଜି ପ୍ରକୃତି ରାଣୀ ବର୍ଷା ଦେବୀ ଙ୍କ ଆଶୀର୍ବାଦ ରୁ କେବଳ ଯେ ଘୋଷିତ 6 ଘଣ୍ଟା ନୁହେଁ ଅଘୋଷିତ ଭାବେ ୧୨ ଘଣ୍ଟା ଯାଏ ସୁବର୍ଣ୍ଣପୁର ସହର ଓ ଜ଼ିଲ୍ଲା ସମେତ ସାରା ରାଜ୍ୟ ରେ ଲଘୁଚାପ ବର୍ଷା ପାଈଁ ରାସ୍ତା
ଘାଟ ଦୋକାନ ବଜାର ସ୍କୁଲ କଲେଜ ଅଫିସ ସବୁଠି ଖାଁ ଖାଁ ଲାଗୁଛି l ସତେ ଯେମିତି ମମତା ମେହେରଙ୍କ ଅମାନବୀୟ ହତ୍ୟା ଓ ହଜାର ନିରୀହ ଛାତ୍ରୀଙ୍କ ଉପରେ ହୋଇଥିବା ଅତ୍ୟାଚାର କୁ ପ୍ରକୃତି ରାଣୀ ମଧ୍ୟ ଆଜି ଆଜି ବର୍ଷା ମାଧ୍ୟମରେ ଲୁହ ଗଡା଼ଉଛି l ଅସନ୍ତୋଷର ଦାନା ବାନ୍ଧୁଛି l ଏବଂ ରାଜ୍ୟ ବାସୀ ଏହାର ନ୍ୟାୟ ପାଈଁ ପ୍ରଶାସନ ଓ ସରକାରଙ୍କ ଉପରେ ସିନା ଆସ୍ଥା ହରାଇଛି ହେଲେ ଏକ ଅଦୃଶ୍ୟ ଶକ୍ତିରୁ କିନ୍ତୁ ନିଶ୍ଚିତ ନ୍ୟାୟ ପାଇବେ ବୋଲି ଏଥିରୁ ସ୍ପଷ୍ଟ ଜଣା ପଡୁଛି l