-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
05-Nov-2020
ମୁରିବାହାଲ :(ପ୍ରେରଣା ଖବର ): ବଲାଙ୍ଗୀର ଜିଲ୍ଲାରେ ମହିଳା ସ୍ୱୟଂ ସ ମୋହାୟକ ଗୋଷ୍ଠୀ କୁ ଢାଲ କରି କୋଟିଏ ରୁ ଉର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗ ହୋଇଛି । ଏହି ଅଭିଯୋଗ କରିଛନ୍ତି ମୁରିବାହାଲ୍ ଅନ୍ତର୍ଗତ ମାଲେଶିରା ଗ୍ରାମପଞ୍ଚାୟତ ର ୧୧ ଗୋଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ । ସୂଚନା ଅନୁଯାୟୀ ମୁରିବାହାଲ ଗ୍ରାମର ଦୁଇ ଜଣ ବ୍ୟକ୍ତି ଚନ୍ଦ୍ରମଣି ବଗର୍ତ୍ତି ଏବଂ ଠାକୁର ସେଲମା ଏହି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କୁ ବିଭିନ୍ନ ପ୍ରଲୋଭନ ଦେଖାଇ ତାଙ୍କ ଠାରୁ କାଗଜପତ୍ର ଏବଂ ଦସ୍ତଖତ ନେଇ ଏମାନଙ୍କ ନାମରେ ବିଭିନ୍ନ କମ୍ପାନୀ ରୁ ୬ ଥର ଲେଖାଏଁ ଋଣ ଉଠାଇ ନେଇ ଥିବାର ଅଭିଯୋଗ କରିଛନ୍ତି । ଉକ୍ତ ବିଷୟ କୁ ନେଇ ମହିଳା ମାନେ ମୁରିବାହାଲ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ କୌଣସି ପଦକ୍ଷେପ ନ ନେବାରୁ ମହିଳା ମାନେ ଏସ.ପି. ଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ନ୍ୟାୟ ନ ମିଳିଲେ ମହିଳା ମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି l