-+91-9937148622 |
prerana_bgr@rediffmail.com |
Tuesday 7th July 2026 |
R.N.I. Regd No. ODIODI/2010/46693
Breaking News
11-Nov-2021
ଅନୁଗୁଳ(ପ୍ରେରଣା ଖବର ବ୍ୟୁରୋ) - ଅନୁଗୁଳ ଓ ଢେଙ୍କାନାଳରେ ଶିଳ୍ପାୟନ ନେଇ ଉଚ୍ଚସ୍ତରୀୟ ସମୀକ୍ଷା । ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ ତ୍ରିପାଠୀ ।
ଅନୁଗୁଳର ତିଆରି ହେବ ନୁଆଁ କୋଲ କରିଡର । ଜିଲ୍ଲାରେ ନୁଆଁ ୧୨ ଟି ଖଣି ହେବ । ୨ ମାସ ଭିତରେ ପ୍ରୋଜେକ୍ଟ ରିପୋର୍ଟ୍ ଦାଖଲ ହେବ ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି l ଢେଙ୍କାନାଳ ଓ ଅନୁଗୁଳ ରେ ୨ ଟି ନୁଆଁ ଏମ୍ ଏସ୍ ଏମ୍ ଇ ପାର୍କ ହେବ ନିର୍ମାଣ ।
ନାଲକୋର ସମ୍ପ୍ରସାରଣ ପାଇଁ ବ୍ରାହ୍ମଣୀରୁ ଆସିବ ପାଣି । ଏଥିପାଇଁ ତିଆରି ହେବ ଯୋଜନା । ଆଲୁମିନିୟମ ପାର୍କର ହେବ ସମ୍ପ୍ରସାରଣ ।
ପାଉଁଶ ସୁପରିଚାଳନା ପାଇଁ ଖଣି ଗୁଡିକ ସହ ଆଲୋଚନା । ବନ୍ଦ ହୋଇଥିବା ଖଣିରେ ଭର୍ତ୍ତି କରାଯିବ ପାଉଁଶ ।
ଜିଲ୍ଲାରେ ଚାଷ ଓ ଇଣ୍ଡଷ୍ଟ୍ରି ପାଇଁ ଅନେକ ସମ୍ଭାବନା ରହିଛି । ଏଥିପାଇଁ ଉଭୟଙ୍କୁ ଗୁରୁତ୍ୱ ଦେଇ କାମ କରାଯିବ ବୋଲି ଅସିତ୍ ତ୍ରିପାଠୀ ସୂଚନା ଦେଇଛନ୍ତି ।