-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
11-Nov-2021
ବଲାଙ୍ଗୀର ଜିଲ୍ଲାର ତୁଷୁରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ସୂର୍ଯ୍ୟକାନ୍ତ ମହାପାତ୍ରଙ୍କୁ ଦୁର୍ବ୍ୟବହାର ଏବଂ ବଟି ମାଗିବା ନେଇ ଡାକ୍ତର ନିଜେ ତୁଷୁରା ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ଡାକ୍ତର ସୂର୍ଯ୍ୟକାନ୍ତ ତୁଷୁରା ଡାକ୍ତରଖାନା ପରିସରରେ ଥିବା ବାସଭବନରେ ଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ଯିଏକି ବଲାଙ୍ଗୀର ଜଣେ ଖବରକାଗଜ ସମ୍ପାଦକ ବୋଲି ପରିଚୟ
ଦେଇ ଡାକ୍ତରଙ୍କ ସହ ଆଲୋଚନା କରି କୋଡିଏ ହଜାର ଚାନ୍ଦା ମାଗିଥିଲେ ବୋଲି ଡାକ୍ତର ସୂର୍ଯ୍ୟକାନ୍ତ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ଉଭୟଙ୍କ ମଧ୍ୟରେ ଵହୁ ଯୁକ୍ତିତର୍କ ହେବାରୁ ଡାକ୍ତର ଓ ଉକ୍ତ ବ୍ୟକ୍ତିଙ୍କ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଥିଲା। ଏଥିସହ ଟଙ୍କା ଦେବାର ଅଛି ଦିଅ ନ ଦେଲେ ତୋର କଳାକାରନାମା ବାହାର କରିଦେବୁ ବୋଲି ଧମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଛି। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
(ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମୀ ସାହୁଙ୍କ ରିପୋର୍ଟ)