-+91-9937148622 |
prerana_bgr@rediffmail.com |
Monday 27th July 2026 |
R.N.I. Regd No. ODIODI/2010/46693
Breaking News
01-Nov-2021
ବରଗଡ : ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ଵାରା ପ୍ରକାଶିତ ଵିବିଏ ବୃତ୍ତିଗତ ଶିକ୍ଷା ପରୀକ୍ଷାରେ ସ୍ଥାନୀୟ ବିଦ୍ୟାବିହାରସ୍ଥିତ ଇମ୍ପେରିଆଲ କଲେଜର ପ୍ରଥମ ସେମିଷ୍ଟାରରେ ଛଅଜଣ ଛାତ୍ରଛାତ୍ରୀ ଶ୍ରେଷ୍ଠ ୧୦ ଜଣରେ ସ୍ଥାନ ପାଇ ସଫଳତା ଲାଭ କରିଛନ୍ତି । ପ୍ରଥମ ସ୍ଥାନରେ କାହ୍ନାଚରଣ ପଣ୍ଡା ୯.୩୦ ଏସଜିପିଏ, ତୃତୀୟ ସ୍ଥାନରେ କୁନାଲ ଝାୱର୍ ଓ ସିଦ୍ଧାନ୍ତ ଅଗ୍ରୱାଲ ୯.୦୦ ଏସଜିପିଏ ଏବଂ ପଞ୍ଚମ ସ୍ଥାନରେ ଲାଡଲି ପାତ୍ର ,ପ୍ରୀୟାଂଶୁ ଭଗତ ,ଅକ୍ଷତ ଅଗ୍ରୱାଲ ୮.୭୦ ଏସଜିପିଏ ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ପଞ୍ଚମ ସେମିଷ୍ଟାରରେ ମଧ୍ୟ ଶ୍ରେଷ୍ଠ ୧୦ ଜଣରେ ଚାରି ଜଣ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି । ପ୍ରଥମ ସ୍ଥାନରେ ଶଶି ଅଗ୍ରୱାଲ ୯.୮୦ ଏସଜିପିଏ , ଦ୍ଵିତୀୟ ସ୍ଥାନରେ ଇଶା ଧନୁକା ୯.୬୦ ଏସଜିପିଏ,ତୃତୀୟ ସ୍ଥାନରେ ଦିବ୍ୟା ମୋଦୀ ୯.୪୦ ଏସଜିପିଏ ଏବଂ ସୌରଭ କୁମାର ମେହେର ୯.୦୦ ଏସଜିପିଏ ସହ ସପ୍ତମ ସ୍ଥାନରେ ରହିଛନ୍ତି।ଏହି ସଫଳତା ପାଇଁ କଲେଜର ନିର୍ଦ୍ଦେଶକ ଦୀପକ ଗୋୟଲ୍ ଏବଂ ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକାମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।