-+91-9937148622 |

prerana_bgr@rediffmail.com |

  Tuesday 29th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   (29-Sep-2026)       ||      *ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   (29-Sep-2026)       ||      ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   (29-Sep-2026)       ||      *ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   (29-Sep-2026)       ||      ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ    (29-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   (28-Sep-2026)       ||      *ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   (28-Sep-2026)       ||      ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   (28-Sep-2026)       ||      ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   (28-Sep-2026)       ||      ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   (28-Sep-2026)       ||      ଗେଟସରୋବର ପଡ଼ା (ବି ଆର ଆମ୍ବେଦକର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର    (28-Sep-2026)       ||      ସଇଁନ୍ତଲା ରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର    (28-Sep-2026)       ||      ନଅଗାଁ (କ) ରେ ସଫଳତାର ସହ ଅନୁଷ୍ଠିତ ହେଲା ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର   (28-Sep-2026)       ||     

HOME   ଜିଲ୍ଲା

ଦରବୃଦ୍ଧିକୁ ନେଇ କେନ୍ଦ୍ର ସରକାର ବିରୁଦ୍ଧରେ ବିଜେଡି ର ରଣହୁଂକାର

01-Nov-2021



ବରଗଡ/ରେଙ୍ଗାଲିକେମ୍ପ(ନିରଞ୍ଜନ ତ୍ରିପାଠୀ) : ଅହେତୁକ ଭାବେ ବଢ଼ାଇ ଚାଲିଥିବା ପେଟ୍ରୋଲ ,ଡିଜେଲ,ରନ୍ଧନ ଗ୍ୟାସ  ତଥା ଖାଉଟି ମାନଙ୍କର ଅତ୍ୟାବଶ୍ୟକ ସାମଗ୍ରୀର  ଆକାଶଛୁଆଁ ଦରବୃଦ୍ଧି ବିରୁଦ୍ଧରେ ଆଜି ବିଜୁ ଜନତା ଦଳ ମହିଳା ମାନଙ୍କ ଦ୍ଵାରା ହଜାର ହଜାର ସଂଖ୍ୟାରେ ବ୍ଲକ କାର୍ଯ୍ୟାଳୟ ଆଗରେ  ସକାଳ ଛ ଟାରୁ ଅପରାହ୍ନ ଦୁଇ ଟା ପର୍ଯ୍ୟନ୍ତ ଦୀର୍ଘ ନଅ ଘଣ୍ଟା ଧରି ଚାଲିଥିଲା ଗଣ ଧାରଣା। ସ୍ଥାନୀୟ  ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ  କେନ୍ଦ୍ର ସରକାର ଙ୍କ ମନମୁଖୀ   ଦରବୃଦ୍ଧିକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି।  ଗରିବ ମାନଙ୍କ ପଇସା ତାଙ୍କ ଦେଇ  ଲୋକଙ୍କୁ ମାଗଣା ଗ୍ୟାସ  ଦିଆଯାଉଛି ବୋଲି  କହି  କେନ୍ଦ୍ର  ସରକାର ଡିଣ୍ଡିମ ପିଟୁଛନ୍ତି ,ହେଲେ  ଲୋକେ ଗ୍ୟାସ କିଣୁଛନ୍ତି । ଆଜି ଗ୍ୟାସ ଦର୍ ଏତେ  ବୃଦ୍ଧି ହେଲାଣି ଆଉ ଗ୍ୟାସ  କିଣି ଏମାନେ ଜାଳିବା ତା ଦୂର କଥା କାଠ ଚୁଲି ବି ଆଉ ଜଳିବ କିଁ ନାଇ ,ତାହା ମଧ୍ୟ  ସନ୍ଦେହ ରେ ରହିଛି ।   ଡିଜେଲ,ପେଟ୍ରୋଲ,ଖାଇବା ତେଲ ତଥା ଖାଉଟି ର   ଅତ୍ୟାବଶ୍ୟକ ସାମଗ୍ରୀ  ଆଦିର ବୃଦ୍ଧି ଯୋଗୁଁ   ଆଜି ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ଏମିତି ବୃଦ୍ଧି ହୋଇ ଚାଲିଥିଲେ  ଗରିବ ଲୋକଙ୍କ ଘରେ ଆଉ ଚୁଲି ଜାଳିବା ବି ବନ୍ଦ ହୋଇଯିବ  ।ଏତେ ଦାମ ଦେଇ କିଣି ଖାଇବାର କ୍ଷମତା ,ସରକାରଙ୍କ ଗରିବ ସୀମାରେଖା ତଳେ ଥିବା  ବ୍ୟକ୍ତି ମାନେ କେବେହେଲେ ପାଇ ପାରିବେ ନାହିଁ।ଚାଷୀ ଭାଇଆନେ ବି  ଚଢ଼ା ଦରରେ ଜିନିଷ ପତ୍ର  କିଣିବାର କ୍ଷମତା ହରାଇ ବସିଛନ୍ତି।  ଖରିଫ ଫସଲ ରେ ଧାନ ବିକ୍ରି ରେ ହେଉ ସମସ୍ୟା ଥିଲା ସେଥିଲେ କୃଷକ ମାନେ ସର୍ବସ୍ବାନ୍ତ ହୋଇପଡ଼ିଛନ୍ତି।ସେଥିରେ ପୁଣି ଧାର କରଜ କରି ରବି ଫସଲ କରିଛନ୍ତି। ତେବେ ଏଇ ଦର ବୃଦ୍ଧି ରେ ଜିନିଷ ପତ୍ର କିଣି ଖାଇବା  ବା ଖୁଏଇବା ତାଙ୍କ ପାଇଁ ସମ୍ଭବ ନୁହେଁ। ତେଣୁ ଏସବୁ କୁ ଶୀଘ୍ର ସମାଧାନ କରିବା ପାଇଁ ଆଜି ବିଜେଡି ଏହି ଗଣ ଧାରଣା ଦେଇଛି।ଏହା ସହ  ଏହି ଧାରଣା ସ୍ଥଳରେ ଉପଜିଲ୍ଲାପାଳ ଶୁଭେନ୍ଦୁ ସାମଲ ଓ ବ୍ଲକ ଉନ୍ନୟନ ଅଧିକାରୀ ବିଶ୍ଵନାଥ ସାହୁ ଙ୍କ ଉପସ୍ଥିତିରେ ବିଧାୟିକା  ମହାମହିମ ରାଷ୍ଟ୍ରପତି ଙ୍କୁ ଉପଜିଲ୍ଲାପାଳଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରିଛନ୍ତି।ଆସନ୍ତା ୫ରୁ ୭ତାରିଖ ମଧ୍ୟରେ ବିଜୁ ଯୁବ ଛାତ୍ର ଜନତା ଦଳ ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ପେଟ୍ରୋଲ ଟାଙ୍କି ସମ୍ମୁଖରେ ପ୍ରତିବାଦ ସଭା କରାଯିବ ବୋଲି ଦଳ ପକ୍ଷରୁ ସୂଚନା  ଦିଆଯାଇଛି।ଦରଦାମ ନିୟନ୍ତ୍ରଣ  କରାନଗଲେ ଆନ୍ଦୋଳନ କୁ ବ୍ୟାପକ କରାଯିବ ବୋଲି ଦଳର ସୁପ୍ରିମୋ ଙ୍କ ନିର୍ଦ୍ଦେଶାନୁସାରେ ବିଧାୟିକା କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି।   ଏହି ଧାରଣା ରେ ବିଜେଡି ରାଜ୍ୟ ମହିଳା ଉପ ସଭାପତି  ସୁଜାତା ପଣ୍ଡା,ରାଜ୍ୟ ସମ୍ପାଦିକା କେ ସରସ୍ଵତୀ,ବ୍ଲକ ମହିଳା ସଭାପତି ଝରଣା କର୍ଣ୍ଣ,    ବିଜୁ ଜିଲ୍ଲା ମହିଳା ସମ୍ପାଦିକା କବିତା ସାହୁ,ସାଧାରଣ ସମ୍ପାଦିକା ତିଳୋତ୍ତମା ମେହେର,ବ୍ଲକ

ଅଧ୍ୟକ୍ଷା ରିତା ସାହୁ,ଏନ୍ ଏ ସି ଅଧ୍ୟକ୍ଷା ଦୀପାଞ୍ଜଳୀ ଭୋରାସାଗେ, ଉପାଧ୍ୟକ୍ଷl ଜ୍ୟୋତିର୍ମୟୀ ଦାଶ,ସରପଞ୍ଚ ସୁବଳୟା ଭୁଏ ,ଜ୍ୟୋତିର୍ମୟୀ ନାଏକ  ପି ଏସ ଜୟନ୍ତୀ ମେହେର, ପ୍ରଣତି ପ୍ରଧାନ,ଯୁବ ସଭାପତି ମଣ୍ଟୁ ପଣ୍ଡା,ସମ୍ପାଦକ ଖିରୋଜ୍ ନାଏକ,ବାରିକ୍ ସମାଜ ସମ୍ପାଦକ କାର୍ତ୍ତିକ ବାରିକ୍,ବ୍ଲକ କାର୍ଯ୍ୟକାରୀ ସଭାପତି ରଘୁ ବାରିକ୍,ଏନ୍ ଏ ସି ସଭାପତି ଟଙ୍କ ଦାସ, ସତ୍ୟ ମିଶ୍ର,ଦୁର୍ଯ୍ୟୋଧନ ଗଡତୀଆ,ବନମାଳୀ ବରିହା,ମନୋଜ ପ୍ରଧାନ,ଗଣେଶ ସାହୁ,ସୁଶାନ୍ତ ମିଶ୍ର,ବଳଦେବ ସ୍ୱାଇଁ,ଏମ୍ ମାଲେସୁ ସମେତ ଶତାଧିକ ମହିଳା ଓ ଯୁବକ ସାମିଲ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   29-Sep-2026
  ଜିଲ୍ଲା  
*ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   29-Sep-2026
  ରାଜ୍ୟ  
ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   29-Sep-2026
  ଜିଲ୍ଲା  
*ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   29-Sep-2026
  ଜିଲ୍ଲା  
ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ   29-Sep-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   28-Sep-2026
  ଜିଲ୍ଲା  
ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   28-Sep-2026
  ଜିଲ୍ଲା  
ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   28-Sep-2026
  ରାଜ୍ୟ  
ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   28-Sep-2026
  ଅପରାଧ  
ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ   28-Sep-2026

You Might Also Like