-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
04-Nov-2020
ଟିଟିଲାଗଡ଼(ପ୍ରେରଣା ଖବର) - ବଲାଙ୍ଗିର ଜିଲ୍ଲା ଅଧିନସ୍ଥ ଟିଟିଲାଗଡ଼ ଥାନା ଅନ୍ତର୍ଗତ ମାଲିଝର ଗ୍ରାମରେ ପୂର୍ବ ଶତ୍ରୁତାକୁ ନେଇ ସଙ୍ଘବଦ୍ଧ ଭାବେ ଗୁରୁତର ଆକ୍ରମଣ କରାଯାଇଥିବା ଜଣାଯାଇଛି । ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ଦେବସିଙ୍ଗ ମାଝୀ (ବ-୫୫) ଗ୍ରାମ ପୋଖରୀ କୁ ଯାଇ ଆସୁଥିବା ବେଳେ ପୂର୍ବ ଶତ୍ରୁତାକୁ ଉକ୍ତ ଗ୍ରାମର ଗୋଟିଏ ପରିବାରର ପାଞ୍ଚ ଜଣ ଯଥା, ଭୀଷ୍ମ ମହାକୁଡ଼, ବିନୋଦ ମହାକୁଡ଼, ନିରନ ମହାକୁଡ଼, ସୁରୁ ମହାକୁଡ଼,କୁଞ୍ଜ ମହାକୁଡ଼ ସନ୍ଧ୍ୟା ପ୍ରାୟ ୬ଟା ବେଳେ ମିଳିତ ଭାବେ ମରଣାନ୍ତକ ଆକ୍ରମଣ କରି ଥିଲେ। ସେହି ସମୟରେ ତାଙ୍କ ସ୍ତ୍ରୀ ନିର୍ମଳା ମାଝୀ (ବ-୫୦) ପାଟିତୁଣ୍ଡ ଶୁଣି ପହଁଚିଥିବା ବେଳେ ତାଙ୍କୁ ମଧ୍ୟ ଆକ୍ରମଣ କରିଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି । ତାଙ୍କୁ ତୁରନ୍ତ ଗ୍ରାମବାସୀ ଏକ ଅଟୋ ଯୋଗେ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ କୁ ଆଣି ଭର୍ତ୍ତି କରିଛନ୍ତି । ଆକ୍ରମଣ ରେ ଦେବସିଙ୍ଗ ମାଝି ଅଧିକ ଗୁରୁତର ଥିବା ବେଳେ ତାଙ୍କ ସ୍ତ୍ରୀ ନିର୍ମଳା ମଧ୍ୟ ଆହତ ହୋଇ ଥିବା ଜଣାଯାଇଛି। ଭେଷଜ ବିଶେଷଜ୍ଞ ଡାକ୍ତର ପ୍ରଦୀପ ନାୟକ ଉଭୟ ଙ୍କୁ ଡାକ୍ତର ଖାନା ରେ ଭର୍ତ୍ତି କରିଛନ୍ତି । ଏ ନେଇ ଟିଟିଲାଗଡ଼ ପୋଲିସ କୁ ପରିବାର ଲୋକେ ସୂଚନା ଦେଇଛନ୍ତି।