-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
23-Oct-2021
ସୋନପୁର,(ମନୋରଞ୍ଜନ ତ୍ରିପାଠୀ) : କୌଣସି ଜିଲ୍ଲା ବା ରାଜ୍ୟର ବିକାଶ ଧାରାରେ ଜନ ପ୍ରତିନିଧିଙ୍କ ସହ ପ୍ରଶାସନର ଉପଯୁକ୍ତ ସମନ୍ଵୟ ନିହାତି ଜରୁରୀ। କୌଣସି ବିକାଶ ମୂଳକ କାର୍ଯ୍ୟ ହେଉ ବା ଲୋକଙ୍କ ସମସ୍ୟା କ୍ଷେତ୍ରରେ ଜନ ପ୍ରତିନିଧିଙ୍କ ଲିଖୁତ କିମ୍ବା ମୌଖକ ସୂଚନା ତଥା ଅନ୍ୟ କୌଣସି ମାଧ୍ୟମର ସୂଚନାକୁ ପ୍ରଶାସନିକ ଅଧିକାରୀ ମାନେ ଗୁରୁତର ସହ ଉଦାସିନତା ପ୍ରଦର୍ଶନ ନକରି ତୁରନ୍ତ ତାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କଲେ ବିକାଶର ଧାରା ଆହୁରି ସୁଗମ ହୋଇ ପାରିବ ତଥା ଆଗେଇପାରିବ ବୋଲି ଆଜି ରାଜ୍ୟ ବିଧାନସଭା ସଦାଚାର
କମିଟିର ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ଅବସରରେ କମିଟି ଅଧ୍ୟକ୍ଷ ତଥା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅମର ପ୍ରସାଦ ଶତପଥି ମତ ପ୍ରକାଶ କରିଛନ୍ତି । ସେ ଆହୁରି କହିଛନ୍ତି ଯେ ଗଣତନ୍ତ୍ରକୁ ସୁଦୃକ କରିବାକୁ ହେଲେ ସମସ୍ତେ ନିଜନିଜ ସ୍ତରରେ ସକାରାତ୍ମକ ମନୋଭାବ ପୋଷଣ ପୂର୍ବକ ପ୍ରସଙ୍ଗକୁ ତତକ୍ଷଣାତ କାର୍ଯ୍ୟକାରୀ କରିବା ଉଚିତ । ଏହି ମର୍ମରେ ସଂଗ୍ରହ ପରିପତ୍ର ୪୭ ଧାରାକୁ ପ୍ରତ୍ୟେକ କାର୍ଯ୍ୟାଳୟର ଅଧିକାରୀଙ୍କ ସମେତ ବିଭାଗୀୟ କର୍ମଚାରୀ ନିହାତି ଜାଣିବା ସହ କାର୍ଯ୍ୟକ୍ଷେତ୍ରରେ ସଠିକ ଭାବେ ବିନିଯୋଗ କରିବା ଉପରେ ପରାମର୍ଶ ଦେଇଥିଲେ । ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ବିଶ୍ବ ବନ୍ଦିତ ଭୀମଭୋଇଙ୍କ ସାଧନା ପୀଠ, ପାତାଳୀ ଶ୍ରୀକ୍ଷେତ୍ର ଆଦିର ସାମୁହିକ ବିକାଶ ଉପରେ ଗୁରୁତ୍ବ ପ୍ରଦାନ କରି ସେଗୁଡ଼ିକୁ ଆହୁରି ସୁଦୂର ପ୍ରସାରୀ କରିବା ଉପରେ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏଥିରେ କମିଟିର ଅନ୍ୟତମ ସଦସ୍ୟ ବୃନ୍ଦ ସର୍ବଶ୍ରୀ ବିଧାୟକ ପ୍ରଦୀପ କୁମାର ଅମାତ, କିଶୋର ମହାନ୍ତି, ପ୍ରଫୁଲ୍ଲ ସାମଲ, ଭୂପିନ୍ଦର ସି' ସୁବାସ ଚନ୍ଦ୍ର ପାଣିଗ୍ରାହୀ, ଦାଶରଥି ଗମାଙ୍ଗୋ ପ୍ରମୁଖ ଏହି ଗସ୍ତରେ ଆସି କେନ୍ଦ୍ର ବା ରାଜ୍ୟ ସରକାରଙ୍କ ଯେକୌଣସି ଜନକଲ୍ୟାଣକାରୀ ଯୋଜନାକୁ ସ୍ଥାନୀୟ ଜନ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଉପଯୁକ୍ତ ସମନ୍ଵୟ ରକ୍ଷା କରି ତାର ସୁଫଳ ତୃଣମୂଳ ସ୍ତରରେ ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରିଲେ ଯୋଜନା କାର୍ଯ୍ୟାନ୍ଵୟନର ସଫଳତା ମିଳି ପାରିବ ବୋଲି ମତ ପ୍ରକାଶ କରିଥିଲେ । ଏପରିକି ପ୍ରତ୍ୟେକ କାର୍ଯ୍ୟକ୍ରମର ସଫଳତା ଉଭୟ ସ୍ତରରେ ସହଯୋଗ, ସହଭାଗୀତା ଓ ସୁସମ୍ପର୍କ ମାଧ୍ୟମରେ ସଫଳ ରୂପାୟନ ହୋଇଥାଏ ତେଣୁ ସଂଗ୍ରହ ପରିପତ୍ରର ସଠିକ ଅନୁପାଳନ ନିହାତି ଆବଶ୍ୟକ ବୋଲି ସେମାନେ ଅନୁଷ୍ଠିତ ବୈଠକରେ ବିଭାଗୀୟ ସମସ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳଙ୍କ ସମ୍ମିଳନୀ କପରେ ଆୟାଜିତ ଏହି ବୈଠକ ଆରମ୍ଭରେ ଜିଲାପାଳ ଅବୋଲି ସୁନିଲ ନରୱଣେ ସ୍ବାଗତ ଭାଷଣ ପ୍ରଦାନ କରି ଜିଲ୍ଲାରେ ଚାଲିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋକପାତ କରି ଜିଲ୍ଲାରେ ଉଭୟ ଜନ ପ୍ରତିନିଧି ଓ ପ୍ରଶାସନ ମଧ୍ୟରେ ଉତ୍ତମ ସମନ୍ୱୟ ମଧ୍ୟରେ ସମସ୍ତ ବିକାଶମୂଳକ କାର୍ଯ୍ୟ ଆଗେଇ ଚାଲିଥିବା ସୂଚନା ଦେଇଥିଲେ । ଅତିରିକ୍ତ ଜିଲାପାଳ ନିଶି ପୁନମ ମିଞ୍ଜ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଡୋଳାମଣୀ ପଟେଲ, ସୋନପୁର ଉପ ଜିଲ୍ଲାପାଳ ନିହାର ରଞ୍ଜନ କଁହର, ବୀରମହାରାଜପୁର ଉପ ଜିଲ୍ଲାପାଳ ଅଶୋକ କୁମାର ଭୋଇ, ଜିଲ୍ଲା ଯୋଜନା ଓ ପରିସଂଖ୍ୟାନ ବିଭାଗ ଉପ ନିର୍ଦ୍ଦେଶକ ସୁକାନ୍ତ କୁମାର ଜେନା, ପ୍ରମୁଖଙ୍କ ସହ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଅତିରିକ୍ତ ଜିଲାପାଳ ସୂର୍ଯ୍ୟନାରାୟଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।