-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
23-Oct-2021
ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ) ପାଟଣାଗଡ଼ ଉପଖଣ୍ଡ ବେଲପଡା ଥାନା ସୁଲେକେଲା ଗାଁ ର ଧ୍ରୁବ ରଣା ର ପୁଅ ରାଜେଶ ରଣା ଗତ କିଛି ଦିନ ତଳେ ସଇଁତଳା ଥାନା ଟିକ୍ରାପଡା ଗାଁ ର ସଂକୀର୍ତ୍ତନ ରଣା ଙ୍କ ଝିଅ ଭାରତୀ କୁ ପ୍ରେମ ବିବାହ କରିଥିଲା। ବିବାହ ର ତିନି ମାସ ପରେ ଜୁଲାଇ ମାସରେ ଦୁହେଁ ଇଟା ଗଢିବା ପାଇଁ ଯାଉଛୁ କହି ବାହାର ରାଜ୍ୟକୁ ଯାଇଥିଲେ। ପିଲା ତାକୁ ଅଗଷ୍ଟ ୪ ତାରିଖ ରେ ନେଇ ରାଜସ୍ଥାନ ର ମନଝୋଲା ଗାଁ ରେ ୧୮୦୦୦୦ ଟଙ୍କା ରେ ବିକ୍ରି କରିଥିଲା ।ଆଉ ନିଜ ଗାଁ କୁ ଚାଲିଆସିଥିଲା ଓ ମୋ ସ୍ତ୍ରୀ ଅନ୍ୟ କାହା ସହିତ ପଲାଇ ଯାଇଛି କହି ପରିବାର ଲୋକଙ୍କୁ ଭୁଆଁ ବୁଲାଉଥିଲା। ନିଖୋଜ ଝିଅ ର ବାପା ଖବର ପାଇ ଅଗଷ୍ଟ ୪ ତାରିଖ ଦିନ ବେଲପଡା ଥାନା ରେ ଏତଳା ଦେଇଥିଲେ।ଏତଳା କୁ ଭିତ୍ତିକରି ଫୋନ କଲ୍ ଟ୍ରାକ୍କିଙ୍ଗ କରି ଜାଣିବାକୁ ପାଇ ବେଲପଡା ପୋଲିସ ରାଜସ୍ଥାନର ପୋଲିସ କୁ ଜଣାଇଥିଲେ। ରାଜସ୍ଥାନ ପୋଲିସ ଅନୁସନ୍ଧାନ କରି ଝିଅକୁ ଉଦ୍ଧାର କରିଥିଲେ ଓ ବେଲପଡା ପୋଲିସ କୁ ହସ୍ତାନ୍ତର କରିଛନ୍ତି।ବେଲପଡା ପୋଲିସ କେଶ ନମ୍ବର ୨୨୬/୨୧ ମାମଲା ରୁଜୁ କରି ରାଜେଶ କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।