-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
23-Oct-2021
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) :ସ୍ବାମୀ ବିବେକାନନ୍ଦ ଲୋକ ସଂସଦ, ବଲାଙ୍ଗିର ଶାଖା, ବିଚାରଧାରା ତତଫରୁ ସ୍ବାମୀ ବିବେକାନନ୍ଦ ଓ ଭାରତୀୟ ନବଜାଗରଣ ଶୀର୍ଷକ ଷଷ୍ଠ ଇ- ପାଠ ଚକ୍ର ଗତ ୨୨ତାରିଖ ଦିନ ଅନୁଷ୍ଠତ ହୋଇ ଯାଇଛି। କୁମାରୀ କାଜଲ ମହାନ୍ତି ଙ୍କ ମନ୍ତ୍ର ପାଠ ଓ ଅଧ୍ୟାପକ କବିରାଜ ଭୋଇ ଙ୍କ ବିବେକ ବାଣୀ ପଠନ ପରେ ଅଧ୍ୟାପକ ରାମ ଶରଣ ହୋତା ଙ୍କ ସଂଯୋଜନାରେ ପାଠ ଚକ୍ର ଆରମ୍ଭ ହୋଇ ଥିଲା । ସଭାପତିତ୍ଵ ଅଭିଭାଷଣରେ ଡି ଏ ଭି କଲେଜ ଟିଟିଲାଗଡ଼ ର ପ୍ରାକ୍ତନ ଅଧ୍ୟକ୍ଷ ତଥା ସୁବକ୍ତା ଡ. ଛାୟା କାନ୍ତ ଷଡ଼ଙ୍ଗୀ ଭାରତୀୟ ବେଦ, ବେଦାନ୍ତ ରୁ ଉଦ୍ଧୄତ କରି ଆଧ୍ୟାତ୍ମିକ ଜନଜାଗରଣ ରେ ଭାରତୀୟ ସଂସ୍କୃତି ର ଅବଦାନ ଓ ବିବେକାନନ୍ଦ ଙ୍କ ସୁପ୍ତ ଭାରତୀୟ ଜନତା ଙ୍କ ମଧ୍ୟରେ ଏକ ଆଧ୍ୟାତ୍ମିକ ତଥା ସାଂସ୍କୃତିକ ଚେତନା ଜାଗ୍ରତ କରିଥିଲେ ତାର ବିସ୍ତୃତ ବିବରଣୀ ରଖିଥିଲେ। ସଭାର ପ୍ରବକ୍ତା ଓଡ଼ିଶାର ଯୁକ୍ତିବାଦୀ ଚିନ୍ତାଧାରାର ପ୍ରବକ୍ତା ପ୍ରଫେସର୍ ଡ. ଧନେଶ୍ଵର ସାହୁ ବିବେକାନନ୍ଦ ଓ ଭାରତୀୟ ନବଜାଗରଣ ପରିପେକ୍ଷୀରେ ସମଗ୍ର ବିଶ୍ୱର ନବଜାଗରଣ ଉପରେ ଆଲୋକପାତ କରିଥିଲେ। ଡ. ସାହୁ ଇଉରୋପରେ ନିଉଟନ, ଦିକାର୍ଡ,ହବ୍ସ, ଫ୍ରଏଡ୍, ମାର୍କସ ପ୍ରଭୁତି ମନିଶି ମାନଙ୍କର ବିଶ୍ବ ନବଜାଗରଣ ରେ ଅବଦାନ କୁ ଆଲୋକପାତ କରିଥିଲେ। ସେ ସ୍ବାମୀ ବିବେକାନନ୍ଦ ଙ୍କ ପୂର୍ବରୁ ରାଜା ରାମମୋହନ ରାୟ, ଈଶ୍ୱର ଚନ୍ଦ୍ର ବିଦ୍ୟା ସାଗର, କେଶବ ଚନ୍ଦ୍ର ସେନ, ଆମ୍ବେଦକର କିପରି ଭାରତରେ ନବଜାଗରଣ ର ବୀଜ ବପନ କରିଥିଲେ ତାର ବିସ୍ତୃତ ବିବରଣୀ ରଖିଥିଲେ। ସ୍ବାମୀ ବିବେକାନନ୍ଦ ସାମାଜିକ କୁସଂସ୍କାର, ରୁଢୀ ବାଦି ଅବ୍ୟବସ୍ଥା ର ବିରୁଦ୍ଧରେ ଭାରତୀୟ ଆଧୟାତ୍ମିକତା ଭିତ୍ତିରେ ଏକ ଜାତୀୟ ବାଦି ଚେତନା ଓ କ୍ରାନ୍ତି କାରୀ ସମାଜ ସଂସ୍କାର ଆନ୍ଦୋଳନ ର ଅୟମାରମ୍ଭ କରିଥିଲେ। ସ୍ବାମୀଜୀ ମୌଳିକ ଅବଦାନ ଥିଲା ଭାରତୀୟ ଜନତା ଙ୍କ ମଧ୍ୟରେ ମାନବବାଦ,ଆସକ୍ତି ମୁକ୍ତ ଜୀବନ,ବେଦ ବେଦାନ୍ତ ର ମୌଳିକ ସିଦ୍ଧାନ୍ତ କୁ ଜନଜୀବନରେ ପ୍ରତିଫଳିତ କରିବା। ଗାନ୍ଧିଜୀ ଙ୍କ ପୁର୍ବରୁ ସ୍ବାମୀ ବିବେକାନନ୍ଦ ହିଁ ଆରମ୍ଭ କରିଥିଲେ ଜାତୀୟ ବାଦି ଚେତନା ର ବିକାଶ ପର୍ବର ପରିପୋଷକ୍ । ସଭା ଶେଷରେ ଡ. ଲକ୍ଷ୍ମଣ କୁମାର ମେହେର ମହୋଦୟ ଧନ୍ୟବାଦ୍ ଅର୍ପଣ କରିଥିଲେ ଓ ପରିଶେଷରେ ସବିତା ମହରା ମହୋଦୟ। ଶାନ୍ତି ପାଠ କରିଥିଲେ। ପାଠଚକ୍ର ରେ ଓଡ଼ିଶା ର ବିଭିନ୍ନ ଜିଲ୍ଲାରୁ ବହି ସଦସ୍ୟ ଯୋଗ ଦେଇଥିଲେ।