-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
23-Oct-2021
ବିନିକା(ହିମାଂଶୁ ଶେଖର ପୁଟେଲ) ବିନିକା-ଏସ ରାମପୁର ମୁଖ୍ୟ ରାସ୍ତାର ବିଶାଳପାଲି ଛକ ନିକଟରେ ୨ଟି ବାଇକ ଯୋଗେ ଆଗେପଛେ ଯାଉଥିବା ଗୋଟିଏ ପରିବାରର ୪ ଜଣକୁ ଦୁର୍ବୁତ୍ତ ମାନେ ଅଟକାଇ ଜଣଙ୍କ ମୁଣ୍ଡରେ ବନ୍ଧୁକ ଦେଖାଇ ତାଙ୍କ ଠାରୁ ନଗଦ ୫ହଜାର ଟଙ୍କା ଓ ବ୍ୟାଗ ଲୁଟି ନେଇ ଚଂମ୍ପଟ ମାରିଥିବା ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି |ଗିରଫ ଅଭିଯୁକ୍ତ ହେଲା ସୋନପୁର ସଦର ବ୍ଲକ ଯନମୁରା ର ଚିତ୍ରସେନ ବାଘ ଓରଫ (ବାବୁଲୁ ) | ଘଟଣାରୁ ପ୍ରକାଶ ଯେ ଅତାବିରା ଥାନା ପତ୍ରାପାଲି ର ଦେବାଶିଷ ସାହୁ,ଟଙ୍କଧର ସାହୁ, ଓ ତାଙ୍କ ସମ୍ପର୍କୀୟ ଭାଇ ସିଂଘିଯୁବା ର ଲଳିତ ସାହୁ ଭଗବତୀ ସାହୁ ଉଲୁଣ୍ଡା ବ୍ଲକ କୋଟସମଲାଇ ରୁ ୨ଟି ବାଇକ ଯୋଗେ ବିନିକା ବ୍ଲକ ସିଂଘିଯୁବା ର ଲଳିତ ସାହୁ ଙ୍କ ଘରକୁ ଫେରୁଥିବା ବେଳେ ୫ ହଜାର ଟଙ୍କା ଏକ ବ୍ୟାଗରେ ସମ୍ବଲପୁରୀ ଶାଢ଼ୀ ୪ଗୋଟି ଓ ଅନ୍ୟାନ୍ୟ ସାମଗ୍ରୀକୁ ବ୍ୟାଗରେ ରହିଥିଲା l ଦୁର୍ବୁତ୍ତ ମାନେ ଟଙ୍କଧର ସାହୁଙ୍କ ମୁଣ୍ଡରେ ବନ୍ଧୁକ ରଖି ଉକ୍ତ ବ୍ୟାଗ ଓ ଟଙ୍କା କୁ ଛଡାଇ ନେଇଥିଲେ । ଏନେଇ ଦେବାଶିଷ ସାହୁ ବିନିକା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ୠଜୁକରି ଘଟଣାର ଅନୁସନ୍ଧାନ ଜାରି ରଖିଥିଲା | ଗତକାଲି କୌଡିଆମୁଣ୍ଡା ଛକ ଠାରୁ ଚିତ୍ରସେନ କୁ ପୁଲିସ ଗିରଫ କରିବା ସହ ଉକ୍ତ ବ୍ୟାଗ କୁ ଜବତ କରିଛି |ଆଜି ତାକୁ ବିନିକା କୋର୍ଟ ରେ ହାଜର କରିବା ପରେ ବେଲ ନାମଞ୍ଜୁର ହେବାରୁ ସୋନପୁର ଜେଲ ହାଜତ କୁ ପଠାଯାଇଛି | ଏହି ଘଟଣା ରେ ଆହୁରି ୩ ଜଣ ସାମିଲ ରହିଥିବା ପୁଲିସ ତରଫରୁ ସୂଚନା ମିଳିଛି |