-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
22-Oct-2021
ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର) : ପବ୍ଲିକ୍ ସ୍କୁଲ୍ ଅଧକ୍ଷ୍ୟା ମମିତା ମେହେର୍ ଙ୍କୁ ନ୍ୟାୟ ମିଳିବା ତଥା ରାଜ୍ୟ ଗୃହ ମନ୍ତ୍ରୀଙ୍କୁ କୁ ବହିସ୍କାର କରିବା ସହ ଘଟଣା ର ସିବିଆଇ ତଦନ୍ତ ଦାବି କଲା ବଲାଙ୍ଗୀର ଆମ୍ ଆଦମୀ ପାର୍ଟି। ସୂଚନା ଅନୁଯାୟୀ ଆଜି ଜିଲ୍ଲାପାଲ୍ଲାଙ୍କ କାର୍ଯ୍ଯାଳୟ ସମ୍ମୁଖ ରେ ସନ୍ଧ୍ୟା ଛଅ ଟା ସମୟରେ ବଲାଙ୍ଗୀର ଆମ୍ ଆଦମୀ ପାର୍ଟି ପକ୍ଷରୁ ଏକ କେଣ୍ଡଲମାର୍ଚ କରାଯାଇଥିଲା। ଜିଲ୍ଲା ଆବାହକ ତଥା ଆପ ଓଡିଶା ପ୍ରବକ୍ତା, ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେ ଙ୍କ ନେତୃତ୍ୱ ଏହି କେଣ୍ଡଲମାର୍ଚ ଅନୁଷ୍ଠିତ ହୋଇଥିଲା । ଶ୍ରୀ ପାଣ୍ଡେ କହିଥିଲେ ଓଡିଶା ର ନବୀନ୍ ବାବୁ ସରକାର ଚଳାଇବାରେ ବିଫଲ। ଆଗରୁ 'ପରି' ଘଟଣା ରେ ତାଙ୍କ ମନ୍ତ୍ରୀ ସମ୍ପୃକ୍ତ ଥିଲେ, କିଛି କରିଲେ ନାହିଁ। ବର୍ତ୍ତମାନ୍ ମମିତା ମେହେର୍ ଘଟଣା ମଧ୍ୟ ତାଙ୍କ ମନ୍ତ୍ରୀ ସମ୍ପୃକ୍ତ। କିନ୍ତୁ ତାଙ୍କୁ ବଞ୍ଚାଇବାରେ ଲାଗିଛନ୍ତି। ଲକ୍ଷ୍ୟ ଲକ୍ଷ୍ୟ ଅନୁଦାନ ଦେଉଛନ୍ତି ଅପରାଧି ମାନଙ୍କ ସଂସ୍ଥା କୁ। ଗୃହମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ବଞ୍ଚାଇବା ପାଇଁ ନବୀନ ସରକାର ସଡଜନ୍ତ୍ର କରୁଛନ୍ତି। ତେଣୁ ତାହା କଦାପି ଚଳିବନାହିଁ। ଉକ୍ତ ଘଟଣା ର ସିବିଆଇ ତଦନ୍ତ କରାଯାଇ ଦୋଷୀ ଗୋବିନ୍ଦ ସାହୁ କୁ ସିଘ୍ର ଫାସି ଦଣ୍ଡ ଓ ଗୃହ ମନ୍ତ୍ରୀ ଙ୍କ ଇସ୍ତଫା ସହିତ ଦଣ୍ଡ ଓ ପୀଡିତା ଙ୍କ ପରିବାର କୁ ଏକ କୋଟି ଟଙ୍କା ନଗତ ଅର୍ଥ ଦିଆ ଯାଉ ବୋଲି ଦାବି କରିଥିଲେ। ନହେଲେ ଆମ୍ ଆଦମୀ ପାର୍ଟି ତୀବ୍ର ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଥିଲେ। ଏହି କେଣ୍ଡଲ ମାର୍ଚ ରେ ଆଫ୍ ସୋସିଆଲ ମିଡିଆ ପ୍ରଭାରୀ ଅଶୋକ ସୁନା, ଆକାଶ ତ୍ରିପାଠୀ, ଅମାନ୍ କୁମାର ମହାପାତ୍ର, ଚୈତନ୍ୟ ମଟାରୀ, ଜୟପ୍ରକାଶ ମିଶ୍ର,ପ୍ରେମ ସେଠ୍,ନୀଳ ପଧାନ, ପଦ୍ମନାଭ ପଟେଲ୍, ନା ତରିଆ, ଆଶିଷ ଷଡଙ୍ଗୀ, ସୁବଳ ପୋଡ଼,ଦିଲ୍ଲିପ ପଧାନ, ନିରଞ୍ଜନ ସାଣ୍ଢ, ପ୍ରଦୀପ ମିଶ୍ର, ଏବଂ ଅନନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।