-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
22-Oct-2021
ବଲାଙ୍ଗିର(ପ୍ରେରଣା ଖବର) :ଆଗାମୀ ନଭେମ୍ବର ୧ ଦିନ ବଲାଙ୍ଗିର ଦିନ୍ ପାଳନକୁ ସ‘ଳ କରିବା ପାଇଁ ବଲାଙ୍ଗିରର ବହୁ ଯୁବ ସଂଗଠନ, କଳାକାର ଓ ବୁଦ୍ଧିଜିବୀ ଅଣ୍ଟା ଭିଡି ଉଦ୍ୟମ ଆରମ୍ଭ କରିଥିବା ବେଳେ ବଲାଙ୍ଗିର ଦିନ୍ ପାଳନର ଐତିହାସିକ ପୃଷ୍ଠଭୂମିକୁ ନେଇ ଏକ ଆଲୋଚକ୍ର ସ୍ଥାନୀୟ ପିପି ଏକାଡେମୀ ସ୍କୁଲର ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ତତ୍କାଳିନ ପାଟଣା ଦେଶୀୟ ରାଜ୍ୟ ସ୍ୱାଧୀନତା ପରେ ଓଡିଶା ।
ସହିତ ମିଶ୍ରଣ ହୋଇଥିଲା । ଡିସେମ୍ବର ୧ ତାରିଖ ୧୯୪୮ ମସିହାରେ କଳାହାଣ୍ଡି, ପାଟଣା ଓ ସୋନପୁର ରଜ୍ୟ ଓଡିଶାରେ ମିଶ୍ରଣ ହୋଇଥିଲେ ମଧ୍ୟ ୧୯୪୯ ମସିହା ନଭେମ୍ବର ୧ ତାରିଖ ଦିନ ୭ଟି ରାଜସ୍ୱ ଜିଲ୍ଲା ଗଠନ କରାଯାଇ ଓଡିଶାରେ ଆନୁଷ୍ଠାନିକ ଭାବେ ମିଶ୍ରଣ କରାଯାଇଥିଲା ‘ଳରେ ୧୯୩୬ ମସିହାରେ ଭାଷାଭିତ୍ତିରେ ଗଠିତ ଓଡିଶାର ୬ଟି ଜିଲ୍ଲା ସଂଖ୍ୟା ବୃଦ୍ଧି ପାଇ ୧୩ ରେ ହୋଇଥିଲା । ତେଣୁ ନଭେମ୍ବର ୧ ତାରିଖକୁ ବଲାଙ୍ଗିର ଦିନ ଭାବେ ପାଳନ କଲେ ଅତୀତର ଇତିହାସ ରୋମନ୍ଥନ ହେବା ସଙ୍ଗେ ଜିଲ୍ଲାର ବିକାଶ ପାଇଁ ଯୁବ ପିଢି ଉତ୍ସାହିତ ହେବେ ବୋଲି ବକ୍ତାମାନେ ଓ ଉପସ୍ଥିଦ ବୁଦ୍ଧଜିବୀ ମତ ପ୍ରକାଶ କରିଥିଲେ । ଜୟକୃଷ୍ଣ ମିଶ୍ରଙ୍କ ସ୍ୱାଗତ ଭାଷଣ ସହ ପ୍ରାରମ୍ଭିକ ସୂଚନା ଦେଇଥିଲେ ଓ ଡ. ଶ୍ରୀକର ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ପ୍ରଫେସର ମଧୂସୁଦନ ପତି ଯୋଗଦାନ କରି ବଲାଙ୍ଗିରର ସୁନେଲୀ ଭବିଷ୍ୟତ ପାଇଁ ଯୁବ ପିଢିଙ୍କ ସମ୍ମିଳିତ ଉଦ୍ୟମର ଆବଶ୍ୟକତା ରହିଛି । ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ବାଦ ବିବାଦକୁ ଭୁଲିଯାଇ ମିଳିତ ଭାବେ ଉଦ୍ୟମ କରିବା ପାଇଁ ପରାମର୍ଶ ଦେଇଥିଲେ । ବିଶିଷ୍ଟ ସୂଚନା କର୍ମି ହେମନ୍ତ ପଣ୍ଡା ତାଙ୍କ ବକ୍ତବ୍ୟରେ ରାଜ୍ୟ ମିଶ୍ରଣର ତଥ୍ୟ ଉପସ୍ଥାପିତ କରି ବଲାଙ୍ଗିର ଦିନ୍ ଉତ୍ସବକୁ ସଫଳ କରିବା ମତ ପ୍ରକାଶ କରିଥିଲେ । ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ବିକାଶ ପାଇଁ ବଲାଙ୍ଗିର ଜନତାଙ୍କ ଆନ୍ତରିକ ଉଦ୍ୟମକୁ ପ୍ରସଂଶା କରିଥିଲେ ଓ ଏକତା ହିଁ ଆମକୁ ସ‘ଳତା ଆଣିଦେବ ବୋଲି କହିଥିଲେ । ସିଭିଲ ସୋସାଇଟି ସଭାପତି ନିଳମଣି ମିଶ୍ର ନଭେମ୍ବର ୧ ତାରିଖକୁ ଆଡମ୍ବର ସହକାରେ ପାଳନ କରିବା ପାଇଁ ସମସ୍ତେ ଆଗେଇ ଆସିବାକୁ ନିବେଦନ କରିଥିଲେ । ବରିଷ୍ଠ ସାମ୍ବାଦିକ ପୂର୍ଣ ଚନ୍ଦ୍ର ପଣ୍ଡା ପାଟଣା ରାଜ୍ୟ ଓ ସମୃଦ୍ଧିଶାଳୀ ଜନପଦର ଗାରମାମୟ ଇତିହାସ ସମ୍ପର୍କରେ ସୂଚନା ଦେଇଥିଲେ । ବରିଷ୍ଠ ନାଗରିକ ମଞ୍ଚ ସଭାପତି ପ୍ରଭାକର ମିଶ୍ର ସ୍ୱର୍ଗତ ଜ୍ୟୋତି ରଂଜନ ପାଣିଗ୍ରାହୀଙ୍କ ଏହାର ପରିକଳ୍ପନା କରିଥିବାର ସୂଚନା ଦେଇଥିଲେ । କୋଶଳବାଦୀ ନେତା ମନୋରଞନ ସାହୁ, ଆଡଭୋକେଟ ଭବାନୀଶଙ୍କର ଶତପଥୀ, ଚାଷୀ ନେତା ଅରୁଣ ମିଶ୍ର, ଗୋପଭୂଷଣ ନାଥ, କବୟତ୍ରୀ ନିରୂପମା ଶତପଥି, ପଶ୍ଚିମ ଓଡିଶା ଯୁବା ମଞ୍ଚର ଅଭିଷେକ ଦାଶ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଅଧ୍ୟକ୍ଷ ଅଂଙ୍କୁଶ ପାଣ୍ଡିଆ ଧନ୍ୟବାଦ ଦେବା ସଙ୍ଗେ ବଲାଙ୍ଗିର ଦିନ୍ ଉତ୍ସବକୁ ସ‘ଳ କରିବା ପାଇଁ ନିବେଦନ କରିଥିଲେ । ସହ ଅଧ୍ୟକ୍ଷ ବିନୋଦ କାଲସାଏ, ଅର୍ଜ୍ଜୁନ ସାହୁ, ପ୍ରଶାନ୍ତ ମହାକୁର, ଅଭିନେତା କପିଳେଶ୍ୱର ଖମାରୀ, ମନୋରଞନ ପୁରୋହିତ, ବ୍ୟଙ୍ଗ କବି ରସରାଜ ହୃଷିକେଶ ପୁରୋହିତ, ରତନ ମହାରଣା , ଶଶିଭୂଷଣ ପୁରିହିତ, ଗୋପଭୂଷଣ ନାଥ, ନାଗରିକ କମିଟୀ ସଭାପତି ବିକ୍ରମାନନ୍ଦ ବହିଦାର, ସାମ୍ବାଦିକ ସନ୍ଦିପ କୁଅଁର , ଭୂମିକାର ଚିତ୍ତ ରଞନ ଦାଶ, ରାଜୀବ ଲୋଚନ ଆଚାର୍ଯ୍ୟ, ବ୍ରହାନନ୍ଦ ବନଛୋର, ଲଳିତ ପୁଝାରୀ, ନବଘନ ଦାଶ, ଗୋପାଳ ପଧାନ, ପ୍ରକାଶ ନେପାକ, ବିଧୁଭୂଷନ ତ୍ରିପାଠୀ, ରିଲୁ ରଥ,
ସିନୁ ସୁନ୍ଦର ପାଢୀ, ଶିରିଷ ଚନ୍ଦ୍ର ହୋତା, ବିବେକାନନ୍ଦ ପଟେଲ, କାହ୍ନା ଶତପଥୀ, ସଂଗୀତା ଦାଶ, ଜ୍ୟୋସ୍ନା ଦାଶ, ବର୍ଷା ସିଂ, ନିକିତା ପଟ୍ଟନାୟକ, ଶ୍ୱେତା ପଣ୍ଡା, ରାମ ନାରାୟଣ ଦାସ, ନବଘନ ଦାସ, ବୀରେନ୍ଦ୍ର ପାଣ୍ଡେ, ସଂଜିବ ସାହୁ, ବିକାଶ ସା ପ୍ରମୁଖ ବହୁ ସ୍ୱେଚ୍ଛାସବୀ ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ