-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
22-Oct-2021
ବଲାଙ୍ଗିର(ପ୍ରେରଣା ଖବର) :- ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜର ଉପ-ସଭାପତି ସୁଧିର ପଧାନଙ୍କ ସାନ ଭାଇ ସୁଜ୍ଞାନ ପଧାନ (୩୦) ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ ଠାରେ ଗତ କାଲି ବିୟୋଗ ହୋଇଯାଇଛି । ସେ ଜଣେ ବିରଳ ପ୍ରତିଭାର ଅଧିକାରୀ, ପରୋପକାରୀ, ମେଳାପି ଛାତ୍ର ବତ୍ସଲ୍ୟ, ବିଶିଷ୍ଟ ଶିକ୍ଷାବିତ୍, ଯୁବ ରାଜନିତିଜ୍ଞ, ଯୁବ ସମାଜସେବୀ, ବିଜୁ ଯୁବ ବାହିନି କୁସମେଲର ସଂପାଦକ ତଥା ବିଭିନ୍ନ ସଂଗଠନ ସହିତ ଜଡିତ ଥିଲେ । ତାଙ୍କର ମୃତ୍ୟୁରେ ତାଙ୍କ ଗ୍ରାମ କୁଶମେଲରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ଅନ୍ତିମ ସଂସ୍କାର ସମୟରେ ତାଙ୍କ ଭାଇ ସୁରେନ ପଧାନ, ଜିଲ୍ଲା ଯୁବ କୁଲୁତା ସମାଜର ସଭାପତି ଅସିମ କୁମାର ଭୋଇ, ଯୁଗ୍ମ ସଂପାଦକ କୈାସ୍ତୁଭ ସାହୁ, ଶୁଶାନ୍ତ ସାହୁ, ସୁବଲ ବିଶ୍ୱାଲଙ୍କ ସମେତ ଗ୍ରାମର ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ । ତାଙ୍କର ବାପା ସନ୍ୟାସି ପଧାନ ମୁଖାଗ୍ନି ଦେଇଥିଲେ ।