-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
22-Oct-2021
ଢେଙ୍କାନାଳ (ତାପସ ଦାସ) କଳାହାଣ୍ଡି ସନ୍ସାଇନ୍ ସ୍କୁଲର ଅଧକ୍ଷା ମୋମିତ ମେହେର ର ଜଘନ୍ୟ ହତ୍ୟାକାଣ୍ଡର ମହିଳା କଂଗ୍ରେସ ସଭାପତି ମମତାଞ୍ଜଳି ବେହେରାଙ୍କ ନେତୃତ୍ବରେ ଏକ ଗଣ ବିଖ୍ୟୋପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଦର୍ଶନ କରାଯାଇଥିଲା। ଏହିଥିରେ ବହୁ ବକ୍ତା ବକ୍ତବ୍ୟ ଦେଇ ପୀଡ଼ିତା ମୋମୀତଙ୍କ ପରିବାରକୁ ନାୟ ପ୍ରଦାନ କରାଯିବା ସହିତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ଇସ୍ତଫା ଦାବି କରିଥିଲେ ଏବଂ ବିଜେଡ଼ି ସରକାର ଗାଁକୁ କାମ ଓ ମାକୁ ସମ୍ମାନ ନାରା ଦେଉଥିବା ସ୍ଥଳେ ଦୀର୍ଘ ୨୧ବର୍ଷ ଭିତରେ ବହୁ ନାରୀ ନିର୍ଯାତନା ଓ ନାରୀ ଦୁଷ୍କର୍ମ ବୃଦ୍ଧି ପାଇଛି। ଏଣୁ ଆଗାମୀ ଦିନରେ କଂଗ୍ରେସ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ତାଙ୍କର ମତ ପ୍ରକାଶ କରିଥିଲେ। ଏହି ସଭାରେ ବୋହୂ କଂଗ୍ରେସ ବରିଷ୍ଠ ନେତା ପ୍ରେମଶଙ୍କର ମିଶ୍ର, ପୂର୍ବତନ ସଭାପତି ସୁରେଶ ପାଣିଗ୍ରାହୀ, ନିର୍ମଳ ମିଶ୍ର, ପ୍ରକାଶ କୁନ୍ୱର୍, ସୁନିଲ ଦାଶ, ନିଶାକର ସାହୁ ଏଆଇସିସି ସଦସ୍ୟା ସୁହାସିନି ମହାକୁଡ, ଟାଉନ ସଭାପତି ହାଇଦର ମହମ୍ମଦ, ଶିଳ୍ପୀଶ୍ରୀ ହରିଚନ୍ଦନ ସର୍ବ ଶେଷରେ ଚାତ୍ର କଂଗ୍ରେସ ସଭାପତି ଶୁଭମ ଦାଶଙ୍କ ନେତୃତ୍ବରେ ଛାତ୍ର କଂଗ୍ରେସ କର୍ମୀ ଓ ଉପସ୍ଥିତ କଂଗ୍ରେସ କର୍ମୀ ଓ ମହିଳା କଂଗ୍ରେସର କର୍ମୀ ମାନେ ଦିବ୍ୟଶଙ୍କର ମିଶ୍ରଙ୍କ କୁଷ ପୁତ୍ତଳିକା ଦାହ କରିଥିଲେ।