-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
21-Oct-2021
ବଲାଙ୍ଗିର,(ସନ୍ତୋଷ କୁମାର ଠାକୁର)- ବଲାଙ୍ଗୀର ଜିଲ୍ଲାରେ ମହିଳାଙ୍କ ଉପରେ ଅତ୍ୟାଚାର ଓ ମହିଳା ନିଖୋଜ ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି । କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍ସାଇନ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ଅପହରଣ ଓ ହତ୍ୟା ଘଟଣା କୁ ନେଇ ବର୍ତ୍ତମାନ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ଏହି କେଳେଙ୍କାରୀର ମୁଖ୍ୟ ଅଭିଯୁକ୍ତ ତଥା ସ୍କୁଲର ମାଲିକ ଗୋବିନ୍ଦ ସାହୁ ଗିରଫ ମଧ୍ୟ ହୋଇଛି । ପଦକ୍ଷେପ ସ୍ୱରୂପ କେଁ ଗାଁ ଆଇଆଇସି ମଧ୍ୟ ସସ୍ପେଣ୍ଡ ମଧ୍ୟ ହୋଇଛନ୍ତି । ଏହି କ୍ରମରେ ଆଜି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ନୃଶଂସ ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ଗୃହ ରଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରିଛନ୍ତି । ପୋଲିସର ଅପାରଗତା ଯୋଗୁଁ ଅପରାଧୀ ଗୋବିନ୍ଦ ସାହୁ ପୋଲିସ ବ୍ୟରେକ୍ରୁ ଖସି ଯିବାକୁ ସକ୍ଷମ ହୋଇଥିବା କଥାକୁ ପୋଲିସ ଡିଆଇଜି ସ୍ୱୀକାର କରିଥିବାରୁ ବିଧାୟକ ଶ୍ରୀ ମିଶ୍ର ଡିଆଇଜିଙ୍କୁ ଧନ୍ୟବାଦ ଦେବା ସହ ଏହି ମାମଲାରେ ପୋଲିସ ଯେତେ ସତର୍କ ହେବା କଥା ହେଉ ନାହିଁ ବୋଲି କହିଛନ୍ତି । ତେବେ ଗୋଟିଏ ଘରୋଇ ସ୍କୁଲକୁ କେଉଁପରି ଭାବରେ ଏତେ ସରକାରୀ ଅନୁଦାନ ମିଳିଲା ସେ ନେଇ ତଦନ୍ତ ହେବାର ଆବଶ୍ୟକ ବୋଲି ଶ୍ରୀ ମିଶ୍ର କହିଛନ୍ତି । ପୋଲିସ ଡିଜି ଏକ ସ୍ୱତନ୍ତ୍ର ଟିମ୍ ଜରିଆରେ କଲେଜ ଭିତରେ ଚାଲିଥିବା କେଳାଙ୍କାରିର ଅନୁସନ୍ଧାନ କରନ୍ତୁ ବୋଲି ବିଧାୟକ ଶ୍ରୀ ମନ୍ତ୍ରୀ ଦାବି କରିଛନ୍ତି । ଘଟଣାର ସିବିଆଇ ତଦନ୍ତ କରିବା ପାଇଁ ବିଜେପି ଦାବି କରୁଥିବା ବେଳେ ଅତୀତରେ ସିବିଆଇ ତଦନ୍ତ କରୁଥିବା ପରୀ ଘଟଣାର ପ୍ରକୃତ ସତ୍ୟ ଆଜି ପର୍ଯ୍ୟନ୍ତ ଲୋକଲୋଚନକୁ ଆସିପାରି ନାହିଁ ବୋଲି ଶ୍ରୀ ମିଶ୍ର କହିଛନ୍ତି । ତେଣୁ ନିରପେକ୍ଷ ତଦନ୍ତ ପାଇଁ ହାଇକୋର୍ଟ ମୋନିଟରିଂ ଏକ କମିଟି ଜରିଆରେ ମମିତା ମୃତ୍ୟୁ ଘଟଣାର ଅନୁସନ୍ଧାନ କରାଯିବାକୁ ଶ୍ରୀ ମିଶ୍ର ଦାବି କରଛନ୍ତି । ସେ ଯାହା ହେଉ ପ୍ରକୃତ ଦୋଷୀ ଦଣ୍ଡ ପାଇବା ଉଚିତ । ଗୋଟିଏ ଘରୋଇ ସ୍କୁଲ ଭିତର ଏତିକି ବଡ କେଳେଙ୍କାରୀ ଘଟିଯାଇଥିବା ତଥା ଏଥିରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଥିବା କଥା ପ୍ରଘଟ ହେଲା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ନିଦାବିଷ୍ଣୁ ସାଜିଥିବା ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି । ଏହି ଘଟଣାର ପରେ ମହାଲିଙ୍ଗ କଲେଜର ଅନ୍ୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହି ସ୍କୁଲକୁ ସରକାରଙ୍କ ହାତକୁ ନେଇ ଯାଆନ୍ତୁ ବୋଲି ଅନୁରୋଧ କରିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଜିଲ୍ଲା ସଭାପତି ଦିଲୀପ ବେହେରା ଓ କାଉନସିଲର ମିଲନୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।