-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
21-Oct-2021
ବଲାଙ୍ଗିର (ପ୍ରେରଣା ଖବର) : ବଲାଙ୍ଗୀର ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟରେ ଦୁଇଦିନ ବ୍ୟାପି ବିଶ୍ୱ ଫାର୍ମାସିଷ୍ଟ ଦିବସ ସେଞ୍ଚୁରିଅନ ପରିସରରେ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ପ୍ରଦୀପ କୁମାର ଷଡ଼ଙ୍ଗୀ ଉଦଘାଟନ କରିଥିଲେ | କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଦୀପ ପ୍ରଜ୍ୱଳନ କରାଯାଇ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା | ଅନୁଷ୍ଠିତ କାର୍ଯ୍ୟକ୍ରମରେ ଫାର୍ମାସୀ ବିଭାଗର ଅଧ୍ୟକ୍ଷ ଡକ୍ଟର. ପ୍ରଫୁଲ କୁମାର ସାହୁ, ଜେ. ଆଇ.ଟି.ଏମ ଅଧ୍ୟକ୍ଷ ଅନଙ୍ଗ ଉଦୟ ନାଏକ, ସ୍କୁଲ ଅଫ ଆପ୍ଲଆଡ଼ ସାଇନ୍ସ ଅଧ୍ୟକ୍ଷ ସୋମନାଥ ଷଡ଼ଙ୍ଗୀ ମଂଚାସୀନ ଥିଲେ | ଫାର୍ମାସିଷ୍ଟମାନେ ହେଉଛନ୍ତି ସ୍ୱାସ୍ଥ୍ୟ ସେବାର ମେରୁଦଣ୍ଡ, ସେମାନେ ହିଁ ଉତ୍ତମ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଶୀଯୁକ୍ତ ଷଡ଼ଙ୍ଗୀ ମତବ୍ୟକ୍ତ କରିଥିଲେ | ଫାର୍ମାସି ଭାଗର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରକ୍ତ ଶର୍କରା, ରକ୍ତ ଚାପ, ରକ୍ତର ବର୍ଣ୍ଣ କଣିକା, ଓଜନ ମାପ, ରକ୍ତ ଗ୍ରୁପ, ମାଗଣା ସ୍ୱାସ୍ଥ୍ୟଶିବିର ଆୟୋଜିତ ହୋଇଥିଲା | ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା କରୋନା ସଚେତନ ଉପରେ ସମ୍ବଲପୁରୀ ନାଟକ "ହେବା ସଚେତନ ବଞ୍ଚାଇବା ଦେଶର ଜୀବନ" ମଞ୍ଚସ୍ଥ ହୋଇଥିଲା | ଏହି କାର୍ଯ୍ୟକ୍ରମକୁ ଶୁଭଦିପ ଅଧିକାରୀ, ସଂଜିତ ପୁରୋହିତ, ପ୍ରଜ୍ଞା ପରମିତା ସାହୁ ମଞ୍ଚ ପରିଚାଳନା କରିଥିଲେ | ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପୋଷ୍ଟର ପେଣ୍ଟିଙ୍ଗ, ରଙ୍ଗୋଲି, କୁଇଜ ଆଦି ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା | ପ୍ରତିଯୋଗିତାରେ କୃତିତ୍ୱ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା | କାର୍ଯ୍ୟକ୍ରମରେ ଡକ୍ଟର. ସନ୍ତୋଷ କୁମାର ରଣଜିତ, ବିଜୟ ମେହେର, ଦୀନେଶ ଶର୍ମା, ଚୈତନ୍ୟ ମେହେର, ଧର୍ମେନ୍ଦ୍ର ପଧାନ, ଆଶିଷ ମେହେର, ରାକେଶ ମେହେର, ବିଶ୍ୱଜିତ ଆଚାର୍ଯ୍ୟ, ସ୍ୱରଣଜିତ ତ୍ରିପାଠୀ, ଦୁର୍ଗା ପ୍ରସାଦ ମିଶ୍ର, ଗାୟତ୍ରୀ ବେହେରା ଅଧ୍ୟାପକ ଅଧ୍ୟାପିକା ମାନେ ସହଯୋଗ କରିଥିଲେ | କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପିକା ବୀଣାପାଣି ବାରିକ ଧନ୍ୟବାଦ ଅର୍ପଣ କରିଥିଲେ |