-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
21-Oct-2021
ଟିଟିଲାଗଡ଼ /ତୁରେକେଲା (ସନ୍ତୋଷ କୁମାର ନାଏକ) : :ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଝରନି ଗ୍ରାମର ଝିଅ ମମିତା ମେହେରଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଏବଂ ହତ୍ୟାକାଣ୍ଡ ରେ ସଂପୃକ୍ତ ଥିବା ସମସ୍ତ ହତ୍ୟାକାରୀଙ୍କୁ ଶୀଘ୍ର ଗିରଫ କରିବା ତଥା ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି ନେଇ ଓ ମମିତା ମେହେରଙ୍କ ପରିବାରକୁ ଉଚିତ ନ୍ୟାୟ କେମିତି ମିଳିବ ତା ସହ ସିବିଆଇ ତଦନ୍ତ ଦାବୀ ନେଇ ବଲାଙ୍ଗୀର ଜିଲ୍ଲା କେଶରୀୟା ହିନ୍ଦୁ ବାହିନୀ ତରଫରୁ ବଲାଙ୍ଗୀର ସହର ସ୍ଥିତ ଭାଗିରଥି ଛକ ଠାରେ ଆଜି ସନ୍ଧ୍ୟା ରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମନ୍ତ୍ରୀ ଦିବ୍ୟଶଙ୍କର
ମିଶ୍ର ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି ଏବଂ କ୍ୟାଣ୍ଡଲ ଲାଇଟ୍ ମାର୍ଚ୍ଚ କରାଯାଇ ଥିଲା। ଏଥିରେ ବଲାଙ୍ଗୀର ଜିଲ୍ଲା କେଶରୀୟା ହିନ୍ଦୁ ବାହିନୀ ତରଫରୁ ରାଜ୍ୟ ସଭାପତି ଶ୍ରୀ ସନ୍ତୋଷ ଭୋଳ ଙ୍କ ନେତୃତ୍ୱ ରେ ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ କୁମାର ତ୍ରିପାଠୀ, ରାଜ୍ୟ କୋଷାଧ୍ୟକ୍ଷ ସୁଶିଲ ସାହୁ, ଜିଲ୍ଲା ବରିଷ୍ଠ ଉପାଧ୍ୟକ୍ଷ ଶଙ୍କର୍ଷଣ ଆଚାର୍ଯ୍ୟ ଓ ଅନ୍ୟାନ୍ୟ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।