-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
20-Oct-2021
ଉଲୁଣ୍ଡା(ଗୌରଚନ୍ଦ୍ର ପରିଛା) ଉଲୁଣ୍ଡା ବ୍ଲକ ଲକ୍ଷ୍ମିନଗର ଠାରେ ଗଜଲକ୍ଷ୍ମୀ ପୁଜା ଅନୁଷ୍ଠିତ ହୋଇଯାଇଛି । ପୁଜା କମିଟି ତରଫରୁ ଆୟୋଜିତ ହୋଇଥିବା ଏହି ପୂଜାର ପ୍ରାରମ୍ଭରେ କଲଶଯାତ୍ରା କରାଇ ସ୍ଥାପନା କରାଯାଇ ଅଧିବାସ ପୁଜା କରାଯଇଥିଲା । ଆଜି ପଣ୍ଡିତ ଆସୁତୋଷ ପୁରୋହିତ ପୁଜାର୍ଚନା କରିଥିବା ବାପୁନ ପୁରୋହିତ କର୍ତା ଦାତ୍ୱ ତୁଲାଇଥିଲେ । କୋଭିଡ କଟକଣା ଅନୁସାରେ ପୁଜାର୍ଚନା ଚାଲିଥିବା ବେଳେ ଭକ୍ତ ମାନେ ମାସ୍କ ପରିଧାନ କରି ମାଁଙ୍କୁ ଦର୍ଶନ କରୁଥିବା ଦେଖାଦେଇଛି । ସେହିପରି ସିଣ୍ଢୋଲ ଠାରେ ୨୦ ବର୍ଷରେ ପହଂଚିଛି ଗଜଲକ୍ଷ୍ମୀ ପୂଜା । ପ୍ରମୋଦ ପଣ୍ଡା ପୁଜାର୍ଚନା କରିଥିବା ବେଳେ ରାଜେଶ ମେହେର, ମାନାସ ପଟେଲ, ଅନିଲ ସାହୁ, ଭାଗବତ ଦୟାଲ ଦାସ, ପୀତବାସ ପଟେଲ, ଜିତେନ୍ଦ୍ର ପଟେଲ, ଦିଲ୍ଲିପ ଦେହେରୀ, ରାଜେଶ ଦନାଇ, ରହିତ ଦେହେରୀ, ରବି ପୁଟେଲ ପ୍ରମୁଖ ସହଯୋଗ କରିଥିଲେ । ସେହିପରୀ ଖୁଂଟୁଲାପାଲିରେ ଗଜଲକ୍ଷ୍ମି ପୂଜା ଅନୁଷ୍ଠିତ ହୋଇଛି । ଗ୍ରାମବାସୀଙ୍କ ମିଳିତ ଆନୁକୁଲ୍ୟରେ ଆୟୋଜିତ ହୋଇଥିବା ଏହି ପୂଜରେ କଲଶ ଯାତ୍ରା କରାଯାଇ ସ୍ଥାପନ କରାଯାଇଥିଲା । ବଦ୍ରୀନାରାୟଣ ଶତପଥି ପୂଜାର୍ଚନା କରିଥିବା ବେଳେ ମୃତୁଂଜୟ ପାତ୍ର ସପତ୍ନୀକ କର୍ତା ଦାଇତ୍ୱ ତୁଲାଇଥିଲେ । ବିଶ୍ୱ ରଂଜନ ଦାସ, ସଂଜୀବ ମେଣ୍ଡଲୀ, ଚମରା ପଧାନ, ଲକ୍ଷ୍ମିକାନ୍ତ ଗଡୁଆ, ସମରେନ୍ଦ୍ର ମେଣ୍ଡଲୀ, ସଂଜୀବ ପାତ୍ର, ସତ୍ୟାନନ୍ଦ କଲତା, ତୁଷାର କାନ୍ତ ଦାସ, ହର କର୍ମୀ, ପ୍ରଫୁଲ୍ଲ ପାତ୍ର, ବାବୁ ଗଡୁଆ, ସଂଜୟ ମେଣ୍ଡଲୀ, ସଂଜୀବ ତ୍ରୀପାଠୀ, ରାଜେନ୍ଦ୍ର ମହାକୁର, ସନାତନ ମେଣ୍ଡଲୀ ପ୍ରମୁଖ ସହଯୋଗ କରିଥିଲେ ।