-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
20-Oct-2021
ବୀରମହାରାଜପୁର, (ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ର ମୁର୍ଷୁଣ୍ଢୀ ରେ ହେଉଥିବା ଶ୍ରୀ ଶ୍ରୀ ଗଜଲକ୍ଷ୍ମୀ ପୂଜା ଚଳିତବର୍ଷ ୩୯ ବର୍ଷରେ ପହଞ୍ଚିଛି । ଜିଲ୍ଲା ରେ ହେଉଥିବା ସମସ୍ତ ଗଜଲକ୍ଷ୍ମୀ ପୂଜାଠାରୁ ଏହା ସବୁବେଳେ ସର୍ବାଗ୍ରେ ରହିଥାଏ ।ଏ ବର୍ଷ କରୋଣା କଟକଣା ଯୋଗୁଁ କମ୍ ସଂଖ୍ୟକ ଭକ୍ତ ଙ୍କୁ ନେଇ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେଉଅଛି । ରୀତିନୀତି ଅନୁସାରେ ଆଜି ସକାଳୁ ପୂଜା ଅନୁଷ୍ଠିତ ହୋଇଥିଲା । ଗଜଲକ୍ଷ୍ମୀ ଠାରେ ପଣ୍ଡିତ ସଚ୍ଚିଦାନନ୍ଦ ପଣ୍ଡା ଓ ସଦାନନ୍ଦ ପଣ୍ଡା ପୂଜା କାର୍ଯ୍ୟ ତୁଲାଉ ଥିବା ବେଳେ ଚିତ୍ତରଞ୍ଜନ ସାହୁ ତାଙ୍କର ଧର୍ମପତ୍ନୀ ରଶ୍ମିତା ସାହୁ କର୍ତ୍ତା ଦାଇତ୍ବ ତୁଲାଉଛନ୍ତି ।
ପ୍ରତ୍ୟହ ସକାଳୁ ମାଁ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ହେବ ସହ କମିଟି ର ୧୦୦ ରୁ ଉର୍ଦ୍ଧ ସଦସ୍ଯ ଉପସ୍ଥିତ ରହି ପୁଷ୍ପାଞ୍ଜଳି ହେଉଅଛି । ସେହିପରି ରାମାୟଣ ପାରାୟଣ ଠାରେ ପୂଜକ ପ୍ରଦୀପ କୁମାର ରଥ ପୂଜା କାର୍ଯ୍ୟ ତୁଲାଉଥିବା ବେଲେ ସନ୍ତୋଷ ସମର୍ଥ ଧର୍ମପତ୍ନୀ ବାସନ୍ତୀ ସମର୍ଥ କର୍ତ୍ତା ଦାଇତ୍ବ ରହିଛନ୍ତି । ହନୁମାନ ପୂଜା ମଣ୍ଡପ ଠାରେ ପୂଜକ ବନମାଳୀ ଚାନ୍ଦ ପୂଜା କାର୍ଯ୍ୟ ରେ ରହିଥିବା ବେଳେ କର୍ତ୍ତା ଭାବରେ ସତ୍ଯବନ୍ତ ସିଂ ତାଙ୍କର ଧର୍ମପତ୍ନୀ ମହାଦେଇ ସିଂ ରହିଛନ୍ତି । ପୂର୍ବାହ୍ନ ୯ ଟାରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ରାମାୟଣ ପାରାୟଣ ଅନୁଷ୍ଠିତ ହେଉଅଛି । ଏଥିରେ ବ୍ୟାସ ଭାବେ ସୁରେନ୍ଦ୍ର ତ୍ରିପାଠୀ ଯୋଗଦେଇ ପାରାୟଣ ପଠନ କରୁଛନ୍ତି । ମଧ୍ୟାହ୍ନରେ ମା'ଙ୍କ ପାଖରେ ଭୋଗ ଲାଗିଲା ପରେ ସମସ୍ତ ବ୍ରତଧାରୀ ଏକାଠୀ ପ୍ରସାଦ ସେବନ କରିଥାନ୍ତି ।
ସନ୍ଧ୍ୟାରେ ସମ୍ବଲପୁର ଶିଲ୍ପି ମେଲୋଡି ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଏଥିରେ ପୂଜା କମିଟି ର ଲବ କୁମାର ସାହୁ, ରାଜଗୋପାଳ ପାଣିଗ୍ରାହୀ, ବଳରାମ ପଧାନ, କୁଶ କୁମାର ମହାକୁର, ଧନଞ୍ଜୟ ସାହୁ,ତ୍ରିୟଞ୍ଜିବ ମିଶ୍ର, ବିଦ୍ୟାଧର ଖୁର୍ଡିଆ , ସତ୍ଯମୋହନ ବେଦବାଣୀ, ଶାନ୍ତାନୁ ଖେତି, ଲୋକନାଥ ସାହୁ, ବଲରାମ ପଧାନ, ସୌମ୍ୟରଞ୍ଜନ ରଥ, ପ୍ରଭାତ ସାହୁ, ମନୋଜ ସାହୁ, ସୁନିଲ ପଧାନ, ଖଗେଶ୍ବର ସାହୁ, ସନ୍ତୋଷ ଜାଲ, ସହଦେବ ମହାକୁର