-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
20-Oct-2021
ବିନିକା:(ହିମାଂଶୁ ଶେଖର ପୁଟେଲ) ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ପ୍ରତିବାଦରେ ବିନିକା ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ଆଜି ସନ୍ଧ୍ୟାରେ ସ୍ଥାନୀୟ ବସଷ୍ଟାଣ୍ଡ ଆମ୍ବେଦକର ଛକଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତାଫା ଦାବିନେଇ କଂଗ୍ରେସ କର୍ମୀମାନେ ତାଙ୍କ କୁଶପୁତ୍ତଳିକାରେ ଅଗ୍ନି ସଂଯୋଗ କରି ଦାହ କରିଥିଲେ l ବ୍ଲକ ସଭାପତି ରବୀନ୍ଦ୍ର କୁମାର ହୋତାଙ୍କ ନେତୃତ୍ୱରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦୀପ ସେଠୀ, ବରିଷ୍ଠ କଂଗ୍ରେସ ନେତା ରାଘବ ଦାସ, ସୁଧାଂଶୁ ପଣ୍ଡା, ସପନେଶ୍ଵର ପୃଷ୍ଟି, ନରେନ୍ଦ୍ର ଜି ସାହୁ, ଗୋବିନ୍ଦା ଝାଂକର, ସୁମନ୍ତ ସାହୁ, ବିଜୟ ଭୋଇ, ହଜାରୁ ଭୋଇ ପ୍ରମୁଖଙ୍କ ସମେତ ବହୁ କର୍ମୀ ସାମିଲ ହୋଇଥିଲେ l