-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||      ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   (15-Oct-2026)       ||      ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   (15-Oct-2026)       ||      ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   (15-Oct-2026)       ||     

HOME   ଜିଲ୍ଲା

ବେଆଇନ ଭାବେ ପଡିଆ ଜମିରେ ଧାନବିକ୍ରୀ ଘଟଣା, ବାଉଶୁଣୀ ପେକ୍ସ ସମ୍ପାଦକ ନିଳମ୍ବିତ

20-Oct-2021



 ବିନିକା(ହିମାଂଶୁ ଶେଖର ପୁଟେଲ) ଦୁନିଆକୁ ଆହାର ଯୋଗାଉଥିବା ଚାଷୀର ହିତ ପାଇଁ ସରକାର ପ୍ରତିବର୍ଷ ଧାନକିଣା ରେ ନୂତନ ପର୍ଧତି ଅବଲମ୍ବନ କରୁଛନ୍ତି | ହେଳେ କେତେକ ଅସାଧୁ ସରକାରୀ କର୍ମଚାରୀ ଓ ଧାନବ୍ୟବସାୟୀ ଙ୍କ ମଧ୍ୟରେ ଭିତିରିଆ ସଲାସୁତୁରା ରହୁଥିବା ଯୋଗୁଁ ବେଆଇନ କାରବାର ବୃଦ୍ଧି ପାଉଛି | ଏମିତି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବାଉଶୁଣୀ ପ୍ରାଥମିକ ସେବା ସମବାୟ ସମିତି ରେ | ଏଠାରେ ଗତ ରବିଋତୁ ରେ ପଡିଆ ଜମିକୁ ବେଆଇନ ଭାବେ ଚଞ୍ଚକତା କରି ଧାନଚାଷ ହୋଇଥିବା ଦର୍ଶାଇ ବାଉଶୁଣୀ ପେକ୍ସ ରେ ପଞ୍ଜିକରଣ କରାଯାଇ ଶତାଧିକ କ୍ଵିଣ୍ଟାଲ ଧାନ ବିକ୍ରୀ କରି ଆତ୍ମସାତ ହୋଇଛି | ଯାହା ଫଳରେ ଏହି ଶୀର୍ଷକାତର ଘଟଣାରେ ସମ୍ପୃକ୍ତ ଦୁଇ ଚାଷୀ ମାର୍କଣ୍ଡ ମଲ୍ଲିକ ଓ ପଞ୍ଚାନନ ହୋତା ଙ୍କ ନାମରେ ବିନିକା ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପେକ୍ସ ର ସମ୍ପାଦକ ଜିତେନ୍ଦ୍ରିୟ ହୋତା ଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବା ବେଳେ ଚରଦା ପେକ୍ସ ସମ୍ପାଦକ ରବିନାରାୟଣ ଥନାପତି ଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ଜଣାପଡିଛି | ସେହିପରି ଉକ୍ତ ପେକ୍ସର ଡିଇଓ ରମେଶ ଚନ୍ଦ୍ର ପୁରୋହିତ ଙ୍କୁ ମଧ୍ୟ କାର୍ଯ୍ୟରୁ ବାହାର କରାଯାଇଥିବା ପେକ୍ସ ପ୍ରଶାସକ ଅକ୍ଷୟ କୁମାର ମେହେର ସୂଚନା ଦେଇଛନ୍ତି |ସୂଚନାଯୋଗ୍ୟଯେ ଅଙ୍ଗନଦୀ କୂଳରେ ଥିବା ମାର୍କଣ୍ଡ ମଲ୍ଲିକ ଙ୍କ ନାମରେ ଥିବା ୭ ଏକର ପଡିଆ ଜମିକୁ ସେ ବାଉଶୁଣୀ ଶ୍ରୀ ଜଗନ୍ନାଥ ଜୁନିୟର କଲେଜ କୁ ଦାନ କରିଥିଲେ | କିନ୍ତୁ ସେହି ଗ୍ରାମର ପଞ୍ଚାନନ ହୋତା ଭାଗଚାଷ କରିଥିବା ଉକ୍ତ ପଡିଆ ଜମି କୁ ଦର୍ଶାଇ ଧାନବିକ୍ରି ପାଇଁ ପେକ୍ସ ରେ ପଞ୍ଜିକରଣ କରି ସକ୍ଷମ ହୋଇଥିଲେ | ଓ ସେ ଧାନବିକ୍ରୀ କରି ସରକାର ଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ହାସଲ କରିଥିଲେ |ଏହି ଘଟଣା ଜଣା ପଡିବା ପରେ ଗ୍ରାମବାସୀ ଙ୍କ ତରଫରୁ ସୁବର୍ଣ୍ଣପୁର ଜିଲ୍ଲପାଳ ଙ୍କ ଠାରେ ଅଭିଯୋଗ ହୋଇଥିଲା | ପରେ ଜିଲ୍ଲାପାଳ ଙ୍କ ନିର୍ଦ୍ଧେଶ କ୍ରମେ ଏହାର ତଦନ୍ତ ଆରମ୍ଭ ହୋଇଥିଲା | କୌଡିଆମୁଣ୍ଡା ଆରଆଇ ପ୍ରଦୀପ ମେହେର, ଗ୍ରାମ୍ୟ କୃଷି ଅଧିକାରୀ ରାଜେଶ ମିଶ୍ର ଉକ୍ତ ଜମିକୁ ତଦନ୍ତ କରି ପଡିଆ ଜମି ଚାଷ ହୋଇନଥିବା  ଉପରିସ୍ଥ ଅଧିକାରୀ ଙ୍କୁ ରିପୋର୍ଟ ଦେଇଥିଲେ | ଧାନବିକ୍ରୀ ରେ ଚଞ୍ଚକତା ହୋଇଥିବା ଜଣାପଡିବା ପରେ ସୁବର୍ଣ୍ଣପୁର ଏଆରସିଏସ ପାଣୁ ଚରଣ ସାହୁ ଙ୍କ ନିର୍ଦ୍ଧେଶ କ୍ରମେ ପେକ୍ସ ପ୍ରଶାସକ ଅକ୍ଷୟ କୁମାର ମେହେର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚାଷୀ ମାର୍କଣ୍ଡ ମଲ୍ଲିକ ଓ ପଞ୍ଚାନନ ହୋତା ଙ୍କ ନାମରେ ବିନିକା ଥାନାରେ ଏତଲା ଦେଇଛନ୍ତି | ଅନ୍ୟ ପକ୍ଷରେ ମାର୍କଣ୍ଡ ମଲ୍ଲିକ ଉକ୍ତ ପଡିଆ ଜମିର ଧାନ ବିକ୍ରୀ ରେ ମୋର କିଛି ସମ୍ପୃକ୍ତି ନାହିଁ ତାହା ମୁଁ କଲେଜ କୁ ଦାନ ଦେଇଦେଇଛି | ପେକ୍ସ ସମ୍ପାଦକ ଶ୍ରୀ ହୋତା, ପେକ୍ସ ସଭାପତି ଅରକ୍ଷିତ ହୋତା, ଓ ସମ୍ପାଦକ ଙ୍କ କାକା ପଞ୍ଚାନନ ହୋତା ଙ୍କ ମଧ୍ୟରେ ଭିତିରିଆ ସଲାସୁତୁରା ହୋଇ କରାଯାଇଛି ବୋଲି ସେ ବିନିକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି |ଉକ୍ତ ଘଟଣା ଉପରେ ପୁଲିସ ଦୁଇଟି ପୃଥକ ପୃଥକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରିରଖିଛି | ଏହି ଘଟଣାକୁ ନେଇ ସୋନପୁର ଏସଡିପିଓ ପୁଷ୍ପାଞ୍ଜଳି ନିଗ୍ନୀ ଆଜି ବିନିକା ଥାନାକୁ ଆସି ଘଟଣାର ଟିକିନିକି ତଦନ୍ତ କରିଛନ୍ତି | ତେବେ ପ୍ରକୃତ ଚାଷୀ ଧାନବିକ୍ରୀ ରୁ ବଞ୍ଚିତ ହେଉଥିବା ବେଳେ କେତେକ ଦୁର୍ନୀତି ଗ୍ରସ୍ତ ସରକାରୀ କର୍ମଚାରୀ ଙ୍କ ଯୋଗୁଁ ମୁନାଫାଖୋର ଧାନ ବ୍ୟବସାୟୀ ମାନେ ଅଧିକ ଟଙ୍କାଲାଭ ଆଶାରେ ସେହି କର୍ମଚାରୀଙ୍କୁ କିଛି ହାତଗୁଞ୍ଚା ଦେଇ ଲାଭବାନ ହେଉଥିବାରୁ ଚାଷୀମାନେ ଧାନବିକ୍ରୀ ରେ ତଳିତଳାନ୍ତ ହେଉଛନ୍ତି |ଧାନବିକ୍ରୀ ପଞ୍ଜିକରଣ ଏବଂ ଧାନଚାଷ ହୋଇଛି କି ନାହିଁ ସେନେଇ ତଦନ୍ତ କରି ରିପୋର୍ଟ ଦେଉଥିବା ଅଧିକାରୀ ମାନଙ୍କ କାର୍ଯ୍ୟକଳାପ ଉପରେ ରାଜ୍ୟ ସରକାର ପ୍ରକୃତ ତଦନ୍ତ କଲେ ଚାଷୀ ଉପକୃତ ହୋଇପାରନ୍ତେ ଏବଂ ଦୁର୍ନୀତି ରେ ଲିପ୍ତ କର୍ମଚାରୀ ଙ୍କ ଅସଲ ମୁଖା ଆରମ୍ଭ ରୁ ଖୋଲିଯାଆନ୍ତା ବୋଲି ବିଭିନ୍ନ ମହଳ ରେ ମତ ପ୍ରକାଶ ପାଉଛି |


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026
  ଜିଲ୍ଲା  
ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ   16-Oct-2026
  ଜିଲ୍ଲା  
ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   16-Oct-2026
  ଜିଲ୍ଲା  
ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   16-Oct-2026
  ଜିଲ୍ଲା  
ବିଶ୍ୱ ହାତ ଧୋଇବା ଦିବସ ପାଳନ   16-Oct-2026
  ଜିଲ୍ଲା  
ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ   16-Oct-2026
  ଜିଲ୍ଲା  
ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   16-Oct-2026
  ଜିଲ୍ଲା  
ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ   16-Oct-2026
  ଜିଲ୍ଲା  
*ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   16-Oct-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   16-Oct-2026

You Might Also Like