-+91-9937148622 |
prerana_bgr@rediffmail.com |
Monday 19th October 2026 |
R.N.I. Regd No. ODIODI/2010/46693
Breaking News
17-Oct-2021
ପାଟଣାଗଡ (ପ୍ରେରଣା ଖବର) ପାଟଣାଗଡ଼ ଉପଖଣ୍ଡ ଲରମ୍ଭା ଥାନା ଅନ୍ତର୍ଗତ ଭରତବାହାଲ ଗ୍ରାମ ଜଣେ ସ୍ଵାମୀ ନିଜ ସ୍ତ୍ରୀ କୁ ହତ୍ୟା କରି ସ୍ବାମୀ ଥାନାରେ ଆତ୍ମସମର୍ପଣ କରିଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ମିଳିଥିବା ସୂଚନା ଅନୁସାରେ ଭରତବାହାଲ ଗ୍ରାମ ର ପଞ୍ଚୁ ନାଏକ (୨୫) ଗତ କାଲି ଶନିବାର ରାତି ୧୧ଟାରେ ତାଙ୍କ ସ୍ତ୍ରୀ ମିନା (୨୨) ଙ୍କ ସହିତ କୈାଣସି କଥା କୁ ନେଇ କଟାକଟି ହେବାରୁ ପଞ୍ଚୁ ଉଦ୍ଧକ୍ଷିପ୍ତ ହୋଇ ଏକ କୋରାଢି ଫଷା ରେ ତାଙ୍କ ସ୍ତ୍ରୀ ମିନା ଙ୍କ ମୁଣ୍ଡ ରେ ଜୋର ରେ ପ୍ରହାର କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ମିନା ଙ୍କ ମୃତ୍ୟୁ ହୋଇଥିଲା । ପଞ୍ଚୁ ଦାବକାନୀ ଗ୍ରାମ ରୁ ଏକ ବର୍ଷ ହେବ ମିନା ଙ୍କୁ ବିବାହ କରିଥିଲେ ବୋଲି ପରିବାର ଲୋକଙ୍କ ଠାରୁ ଜଣାପଡିଛି । ପଞ୍ଚୁ ଥାନା ରେ ଆତ୍ମସମର୍ପଣ କରିଥିବା ବେଳ ଲରମ୍ଭା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି । ଘଟଣା ସ୍ଥଳକୁ ବଲାଙ୍ଗୀର ଏସପି ପହଞ୍ଚିଲା ପରେ ଶବ ଜବତ ସହ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି ।