-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
24-Sep-2021
ବିନିକା(ହିମାଂଶୁ ଶେଖର ପୁଟେଲ) ବିନିକା ଥାନା ଅନ୍ତର୍ଗତ ଶୌଲପୁର ଗ୍ରାମରେ ମଦ ବିକ୍ରୀ ବନ୍ଦ କରିବା ପାଇଁ ଆଜି ଗ୍ରାମର ମହିଳା ଗୋଷ୍ଠୀ ବିନିକା ଥାନାର ଦ୍ୱାରସ୍ତ ହୋଇଛନ୍ତି | ଗ୍ରାମର ୨ଜଣ ବ୍ୟକ୍ତି ଅବାଧରେ ମଦବିକ୍ରୀ କରୁଥିବାରୁ ଲୋକେ ମଦ ପିଇ ବିଭିନ୍ନ ସମୟରେ ଗାଁରେ ଗଣ୍ଡଗୋଲ ଲାଗିରହୁଛି | ପରିବାର ମଧ୍ୟରେ ଅସ lନ୍ତି ସୃଷ୍ଟି ହେବା ସହ ପୁରୁଷ ମାନେ ଯାହାବି ଦୁଇ ପଇସା ରୋଜଗାର କରୁଛନ୍ତି ତାହା ମଦ ପିଇ ସାରିଦେଉଥିବା ମହିଳା ମାନେ ଅଭିଯୋଗ କରିଛନ୍ତି | ସେହିପରି ଛୋଟ ଛୋଟ ଶିଶୁ ମାନେ ମଧ୍ୟ ମଦ ପିଇ ପଥଭ୍ରଷ୍ଟ ହେଉଛନ୍ତି | ତେଣୁ ଆମ୍ଭ ଗ୍ରାମରେ ମଦ ବିକ୍ରୀ ବନ୍ଦ କରିବା ସହିତ ବିକ୍ରୀ କରୁଥିବା ଲୋକଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମର ପ୍ରାୟ 50ମହିଳା ଥାନାକୁ ଆସି ଦାବି କରିଛନ୍ତି |