-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ବାଃ ବାଃ ରେ ସରକାର

23-Sep-2021



ବଲାଙ୍ଗୀର(ପ୍ରେରଣା ଖବର)  ଅଜବ ଦେଶ କି ଗଜବ କହାନି । ସରକାର ପ୍ରତିବର୍ଷ କିରାଣୀ ଅଦଳ ବଦଳ ପ୍ରକ୍ରିୟା କରିଥାନ୍ତି । ଯେଉ କିରାଣୀ ଗୋଟିଏ ସ୍ଥାନରେ ୬ ବର୍ଷ କାମକରେ ସଙ୍ଗେ ସଙ୍ଗେ ତାଙ୍କ ବଦଳି ହୋଇଥାଏ । ଅସୁବିଧା ବଶତଃ କିରାଣୀ କିଛି ମାସ ସମୟ ମାଗିଲେ ସମୟ ଦିଆଯାଏ ନାହିଁ । କିରାଣୀ ମାନଙ୍କ ପାଇଁ ମାର୍ଶଲ ଅର୍ଡର । ହେଲେ,ଓଡ଼ିଶା ଶିକ୍ଷl ବିଭାଗରେ ଚାଲେ ଅଜବ ନିୟମ । ଶିକ୍ଷକ ମାନଙ୍କ କ୍ଷେତ୍ରରେ ବଦଳି ପ୍ରକ୍ରିୟା କଡ଼ାକଡ଼ି ହୁଏ ନାହିଁ । ଜଣେ ଶିକ୍ଷକ ଗୋଟିଏ ସ୍କୁଲରେ ଚାକିରି ଆରମ୍ଭ କରି ସେହି ସ୍କୁଲ ରେ ଅବସର ନିଏ । ବଲାଙ୍ଗୀର ଜିଲ୍ଲା କଣ ସାରା ଓଡ଼ିଶାରେ ଏଭଳି ନିୟମ ଚାଲିଛି । ସ୍କୁଲ ର ଶୃଙ୍ଖଳା ଦୃଷ୍ଟିରୁ ଶିକ୍ଷକ / ଶିକ୍ଷୟିତ୍ରୀ ମାନଙ୍କୁ ମଧ୍ୟ ପ୍ରତି ୬ ବର୍ଷ ରେ ବଦଳି କରିବା  ନିୟମ କଡ଼ା କଡ଼ି କଲେ ଶିକ୍ଷ୍ୟା ବିଭାଗ ରେ କିଛିଟା ପରିବର୍ତ୍ତନ ହେବ ବୋଲି ଚର୍ଚ୍ଚା ହୁଏ । ଆଉ ମଧ୍ୟ ଚର୍ଚ୍ଚା ହୁଏ , ଅନେକ ଶିକ୍ଷୟିତ୍ରୀଙ୍କ  ସ୍ବାମୀ ମାନେ ଉଚ୍ଚ ପଦାଧିକାରୀ ହୋଇଥିବାରୁ ସରକାର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ବଦଳି ସମ୍ପର୍କରେ ଧ୍ୟାନ ଦିଅନ୍ତି ନାହିଁ । ବର୍ଷକୁ ଥରେ କେବଳ ରେଶନାଲାଇଯେଶନ ନାମରେ ଯେଉଁଠି ସ୍କୁଲ ରେ ଅଧିକ ଛାତ୍ର/ଛାତ୍ରୀ ଥିବେ ସେହି ସ୍କୁଲ କୁ ଶିକ୍ଷକ ଦିଆଯାଉଛି ଏବଂ ଯେଉଁଠି ପିଲା କମ୍ ଅଛନ୍ତି ସେହି ସ୍କୁଲ ରୁ ଶିକ୍ଷକ ଙ୍କୁ ଅନ୍ୟତ୍ର ବଦଳି କରାଯାଉଛି ।ଏହି ପ୍ରକିୟା ପ୍ରାଇମେରୀ ଏବଂ ସେକେଣ୍ଡାରୀ ସ୍କୁଲ ମାନଙ୍କରେ ଲାଗୁ କରାଯାଇଛି ।କିନ୍ତୁ ଏହା ସରକାର ଙ୍କ ବଦଳି ପ୍ରକ୍ରିୟା ନୁହେଁ । ଶୃଙ୍ଖଳା ଦୃଷ୍ଟିରୁ ଯଦି କିରାଣୀ ମାନଙ୍କୁ ୬ ବର୍ଷ ରେ ବଦଳି କରାଯାଉଛି ,ସେହିଭଳି ସରକାରୀ ନିୟମ ଶିକ୍ଷକ ଶିକ୍ଷୟିତ୍ରୀଙ୍କ କ୍ଷେତ୍ରରେ ଲାଗୁ ହେବା ଉଚିତ୍ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହୁଏ ।ସରକାର ଶିକ୍ଷାର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସରକାରୀ ସ୍କୁଲ ରେ ଛାତ୍ର/ଛାତ୍ରୀ ସଂଖ୍ୟା କମ ହୋଇ ସ୍କୁଲ ବନ୍ଦ ହେଉଛି । ଗୋଟିଏ ସ୍କୁଲ ରେ ଜଣେ ଶିକ୍ଷକ ବର୍ଷ ବର୍ଷ ଧରି ରହିବା ଦ୍ଵାରା ଛାତ୍ର /ଛାତ୍ରୀ ତାଙ୍କ ପାଠ ପଢ଼ାଇବା ଶୈଳୀ ରେ ଅତିଷ୍ଟ ହେଉଥିବା ପରିଲକ୍ଷିତ ହୁଏ । ନୂତନ ଶିକ୍ଷକ ଶିକ୍ଷୟିତ୍ରୀ ବଦଳି ହେଲେ ଛାତ୍ର /ଛାତ୍ରୀ କିଛି ନୂତନ ପ୍ରଣାଳୀରେ ପାଠ୍ୟ ଶିକ୍ଷ୍ୟା କରି ପାରନ୍ତେ ବୋଲି ବୁଦ୍ଧିଯିବି ମାନେ ମତପୋଷଣ କରନ୍ତି । ଛାତ୍ର/ଛାତ୍ରୀ ଙ୍କ ମନରେ ପାଠପଢ଼ା ପ୍ରତି ଉତ୍ସାହ ମଧ୍ୟ ଦେଖାଦେଇପାରେ । ସରକାରୀ ସ୍କୁଲ ରେ ସମସ୍ତ ସୁବିଧା ସୁଯୋଗ ପାଉଥିବା ସତ୍ତ୍ୱେ ବେସରକାରୀ ସ୍କୁଲ କୁ ଛାତ୍ର/ଛାତ୍ରୀ ମାନେ ଅଜସ୍ର ଟଙ୍କା ଦେଇ ପାଠ ପଢିବା କୁ ଯାଉଥିବା ଦେଖିବାକୁ ମିଳୁଛି । ଏହା ପଛରେ କି କାରଣ ଅଛି ଦେଖିବାରୁ ଜଣାପଡ଼ିଲା , ବେସରକାରୀ ସ୍କୁଲ ରେ ଶିକ୍ଷକ/ଶିକ୍ଷୟତ୍ରୀ କମ୍ ଦରମା ପାଉଥିଲେ ମଧ୍ୟ ପାଠ ପଢ଼ାଇବାରେ ଅବହେଳା କରୁ ନ ଥିବା ପରିଲକ୍ଷିତ ହୁଏ । ଅବହେଳିତ ହେଲେ ସ୍କୁଲ ବଦନାମ ହେବ ଏବଂ ଛାତ୍ର/ଛାତ୍ରୀ ସଂଖ୍ୟା କମିଯିବା ଭୟ ମଧ୍ୟ ଅଛି । କିନ୍ତୁ ସରକାରୀ ସ୍କୁଲ ରେ ସରକାର ଙ୍କ ଠାରୁ ଉଚିତ୍ ଦରମା ନେଇ ମଧ୍ୟ ଛାତ୍ର ସଂଖ୍ୟା କମି ସ୍କୁଲ ବନ୍ଦ ହେଉଛି କାହିକି । ସରକାରୀ ସ୍କୁଲ ରେ ଛାତ୍ର/ଛାତ୍ରୀ ସଂଖ୍ୟା କମିଲେ ବିଭାଗ ଆଖିଦୃଶିଆ ପଦକ୍ଷେପ ନେଲେ କିଛିଟା ପରିବର୍ତ୍ତନ ହେବ ବୋଲି ଚର୍ଚ୍ଚା ହୁଏ । ଅନେକ ସରକାରୀ ଶିକ୍ଷକ ତାଙ୍କ ସନ୍ତାନ ମାନଙ୍କୁ ବେସରକାରୀ ସ୍କୁଲ ରେ ପାଠ ପଢ଼ାଉଛନ୍ତି । ସରକାରୀ ସ୍କୁଲ ର ଶିକ୍ଷ୍ୟା ବ୍ୟବସ୍ଥା ଉପରେ ବୋଧ ହୁଏ ବିଶ୍ୱାସ ନାହିଁ । ଏଣୁ ବେସରକାରୀ ସ୍କୁଲ ଉପରେ ନିର୍ଭର କରୁଥିବା ଜଣାପଡେ । ଏଣୁ ସରକାର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ କିରାଣୀ ମାନଙ୍କ ଭଳି ସରକାରୀ ନିୟମ ଅନୁଯାୟୀ ବଦଳି କରିଲେ ଶିକ୍ଷ୍ୟା ବ୍ୟବସ୍ଥାରେ ସୁଧାର ଆସିବ । ତେବେ ସରକାର କିରାଣୀ ମାନଙ୍କ ପ୍ରତି ବୈମାତୃକ ମନୋଭାବ ଦେଖାଇ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଉପରେ କୋହଳ ମନୋଭାବ ଦେଖାଉଥିବା ପ୍ରତୀତ ହୁଏ । ସମସ୍ତ ଙ୍କ ପାଇଁ ଗୋଟିଏ ନିୟମ ଲାଗୁ କଲେ ସମସ୍ତ ବିଭାଗ ସମାନ୍ତରାଳ ରେ ଚାଲିବ । ସରକାରଙ୍କ ପ୍ରତି ଭୟ ରହିବ । ସରକାରୀ ସ୍କୁଲ ର ପୂର୍ବ ଅବସ୍ଥା ଫେରି ଆସିବ । ନଚେତ୍ ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ସ୍କୁଲ ବନ୍ଦ ହୋଇ ଶେଷରେ ସରକାର ବେସରକାରୀ ସଂସ୍ଥା ହାତରେ ଶିକ୍ଷ୍ୟା ବିଭାଗକୁ ଟେକି ଦେବା ଭଳି ଦିନ ଆସିବ । ଏଣୁ ବେଳ ଥାଉ ଥାଉ ବନ୍ଧ ବାନ୍ଧରେ .......।


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like