-+91-9937148622 |

prerana_bgr@rediffmail.com |

  Tuesday 16th June 2026 |

| | | |

R.N.I. Regd No. ODIODI/2010/46693

Breaking News

*ସାହିତ୍ୟ ବନ୍ଧୁ ବୃନ୍ଦାବନ ବିହାରୀ ଦାଶ ସ୍ମୃତି କମିଟୀର ସାଧାରଣ ବୈଠକ*   (16-Jun-2026)       ||      କଣ୍ଟାବାଞ୍ଜି ବିଧାୟକଙ୍କ ଦ୍ୱାରା ଆଦିବାସୀଙ୍କୁ ଅପଶବ୍ଦ ପ୍ରୟୋଗକୁ ବିରୋଧ କରି ବଙ୍ଗୋମୁଣ୍ଡା ଥାନାରେ ଏତଲା    (15-Jun-2026)       ||      ବଲାଙ୍ଗୀର ବିକାଶ ନେଇ ବୁଦ୍ଧିଜୀବୀଙ୍କ ସହ ବିଧାୟକ କଳିକେଶଙ୍କ ଆଲୋଚନା   (15-Jun-2026)       ||      ପାଣି ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ ଉଦ୍ୟମ ପଣ୍ଡ ଗଞ୍ଜେଇ ସହ ଟ୍ରାକ୍ଟର ଜବତ, ଚାଳକ ଗିରଫ    (15-Jun-2026)       ||      *କୋଷାଗୁମୁଡ଼ାରେ ଦୁଷ୍କର୍ମ ପରେ ଯୁବତୀଙ୍କୁ ହତ୍ୟା ଅଭିଯୋଗ, ପୋଲିସର ତଦନୁ ଜାରି*   (15-Jun-2026)       ||      ଏସ୍. ଏନ୍. କ୍ଲାସେସ୍ ର ଗ୍ରୀଷ୍ମକାଳୀନ ଉଜ୍ଜାପନି ଉତ୍ସବ ପାଳିତ   (15-Jun-2026)       ||      ସ୍ବଚ୍ଛ ଭାରତ ସଙ୍ଗଠନ ପକ୍ଷରୁ ସ୍ୱଚ୍ଛତା ଅଭିଯାନ କାର୍ଯ୍ଯ କ୍ରମ   (15-Jun-2026)       ||      ବଲାଙ୍ଗିରରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ନାଗରିକ କମିଟୀର ଦାବୀପତ୍ର ପ୍ରଦାନ   (15-Jun-2026)       ||      ସପ୍ତଶଯ୍ୟା ମହୋତ୍ସବରେ ବାଲିଗୁଡା ର ନୃତ୍ୟ ଶ୍ରୀ ଡ୍ୟାନ୍ସ ଏକାଡେମୀ ଉଚ୍ଚକୋଟିର ନୃତ୍ୟ ପ୍ରଦର୍ଶନ କରି ସମ୍ମାନିତ    (15-Jun-2026)       ||      ପୌର ନିଗମରେ ଇଂଜିନିୟର୍‌ଙ୍କ ବଦଳି ନାହିଁ ଇଂଜିନିୟରିଂ ବିଭାଗରେ ୩୦ ବର୍ଷ ଧରି କାମ କରୁଛନ୍ତି l   (15-Jun-2026)       ||      ରାଜେନ୍ଦ୍ର ଡ୍ୟାମର ବିକାଶପାଇଁ ବିଧାୟକଙ୍କୁ ଭେଟିଲେ ପ୍ରତିନିଧିଦଳ   (15-Jun-2026)       ||      ତାଳପଦରରେ ଥମୁନି ଚୋରି: ବାରମ୍ବାର ଘଟଣା ସତ୍ତ୍ୱେ ଚୋରଙ୍କୁ ଧରିବାରେ ବିଫଳ ବିଜେପୁର ପୋଲିସ !   (15-Jun-2026)       ||      ପଶ୍ଚିମ ଓଡିଶା ଗୀତିକାର ସଂଘ ଦ୍ୱିତୀୟ ଵୈଠକ ଅନୁଷ୍ଠିତ ~~~~~~~~~~~~~ପଦ୍ମଶ୍ରୀ ବିନୋଦ ପଶାୟତଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ    (15-Jun-2026)       ||      ପଟ୍ଟାମୁଣ୍ଡାଇରେ ବରାହ ସାମଲଙ୍କ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି   (15-Jun-2026)       ||      ଗତିରାଉତପାଟଣାରେ ବହୁମୁଖୀ ଷ୍ଟାଡିୟମର ଶିଳାନ୍ୟାସ|   (15-Jun-2026)       ||      ଏକ ମାସ ହେଲା ଠିକାଦାର ରାସ୍ତା ମଝିରେ ଖୋଳି ଛାଡ଼ି ଛୁ, ସାଧାରଣ ଲୋକ ଖାଲରେ ପଡି ମଲେକେତେ ଗଲେ କେତେ ଗେଲ୍ ଇଣ୍ଡିଆର ଯାଏ ଆସେ କଣ ।   (15-Jun-2026)       ||      ମାହେଶ୍ୱରୀ ସଂଗଠନର ବାର୍ଷିକ ଉତ୍ସବ   (15-Jun-2026)       ||      *କନ୍ୟାଶ୍ରମ ନିକଟରେ ୨ବାଇକ ଧକା ଜଣେ ଗୁରୂତର ୪ଆହତ*   (15-Jun-2026)       ||      ବାରପାଳି ୨୨ ମୌଜାର ଇଷ୍ଟଦେବତା ଶ୍ରୀ ଶ୍ରୀ ବୁଢାରାଜାଙ୍କ ମନ୍ଦିରର ମୁଖ୍ୟ ପୂଜକ ଭାବେ ଅଭିଷିକ୍ତ ହେଲେ ଶ୍ରୀଯୁକ୍ତ ହେରାମ୍ବ ସିଂ ପୁଝାରୀ   (15-Jun-2026)       ||      ଚାଉଳିଆଗଞ୍ଜ ଖେଳ ପଡ଼ିଆରେ ରଜ ମହୋତ୍ସବ ଉଦ୍‌ଘାଟିତ |   (15-Jun-2026)       ||     

HOME   ଶି‍କ୍ଷା ଓ ନିଯୁକ୍ତି

ବିକାଶ କ୍ୟାମ୍ପସ୍‌ରେ ପାରାଅଲମ୍ପିକ୍ ସ୍ୱର୍ଣ୍ଣପଦକ ବିଜେତା ପ୍ରମୋଦ ଭଗତଙ୍କୁ ଭବ୍ୟ ସମ୍ବର୍ଦ୍ଧନା

22-Sep-2021



ବରଗଡ଼, (ପ୍ରେରଣା ଖବର): ଚଳିତ ବର୍ଷ ଟୋକିଓ (ଜାପାନ) ଠାରେ ଆୟୋଜିତ ପାରାଅଲମ୍ପିକ୍ ବ୍ୟାଡ୍‌ମିଣ୍ଟନ୍ ପ୍ରତିଯୋଗିତାରେ ଅତାବିରା, ବରଗଡ଼ ନିବାସୀ ତଥା ବିକାଶ ଗ୍ରୁପ୍‌ର ପୂର୍ବତନ ବ୍ୟାଡ୍‌ମିଣ୍ଟନ୍ କୋଚ୍ ଶ୍ରୀ ପ୍ରମୋଦ ଭଗତ ସ୍ୱର୍ଣ୍ଣପଦକ ଜିଣି ବିକାଶ ଗ୍ରୁପ୍ ପାଇଁ ତଥା ସମଗ୍ର ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି । ଆଜି ବିକାଶ କ୍ୟାମ୍ପସ୍‌, ବରଗଡ଼ ଠାରେ ଶ୍ରୀ ପ୍ରମୋଦ ଭଗତଙ୍କୁ ଭବ୍ୟ ସ୍ୱାଗତ କରାଯିବା ସହିତ ଅଡିଟୋରିୟମ୍‌ରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଛି । ବିକାଶର ଛାତ୍ରଛାତ୍ରୀମାନେ ଆଂଚଳିକ ବାଦ୍ୟ ବଜାଇ ରଥାରୂଢ଼ ଶ୍ରୀ ଭଗତଙ୍କୁ ଦୀର୍ଘ ଶୋଭାଯାତ୍ରାରେ ପାଛୋଟି ଆଣିଥିଲେ । “ପ୍ରମୋଦ ଭଗତ୍ ଜିନ୍ଦାବାଦ୍‌” ଏବଂ “ପ୍ରମୋଦ ଭଗତ୍ - ପ୍ରାଇଡ୍ ଅଫ୍ ବିକାଶ” ଧ୍ୱନିରେ ବିକାଶ ଉତ୍ସବମୁଖର ହୋଇଉଠିଥିଲା । ଉକ୍ତ ବର୍ଣ୍ଣାଢ୍ୟ ଉତ୍ସବରେ ବିକାଶ ଗ୍ରୁପ୍‌ର ଏକ୍‌ଜିକ୍ୟୁଟିଭ୍ ଡାଇରେକ୍ଟର ଶ୍ରୀ ଡି.ନାଗେଶ୍ୱର ରାଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶ୍ରୀଯୁକ୍ତ ଭଗତ ବିକାଶରେ ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ଦୀର୍ଘ ୬ବର୍ଷ ବ୍ୟାଡ୍‌ମିଣ୍ଟନ୍ କୋଚ୍ ଭାବରେ କାର୍ଯ୍ୟ କରିଥିଲେ । ଉକ୍ତ ଉତ୍ସବରେ ବିକାଶ ଗ୍ରୁପ୍‌ର ଡାଇରେକ୍ଟର ଏକାଡେମିକ୍ସ୍ ଶ୍ରୀ ଜି.ରାମକ୍ରୀଷ୍ଣା, ଶ୍ରୀ ପ୍ରମୋଦ ଭଗତଙ୍କର ମାନପତ୍ର ପାଠ କରିଥିଲେ । ଶ୍ରୀ ଭଗତ୍ ତାଙ୍କ ବକ୍ତବ୍ୟରେ ବିକାଶ ସହିତ ତାଙ୍କର ମଧୁର ସମ୍ପର୍କର ସ୍ମୃତିଚାରଣ କରିଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ ବିକାଶ କରିଥିବା ଆର୍ôଥକ ସହାୟତା ତାଙ୍କୁ ଉତ୍ସାହ ପ୍ରଦାନ କରିଥିଲା ବୋଲି ସେ ବ୍ୟକ୍ତ କଲେ ଏବଂ ବିକାଶ କର୍ତୃପକ୍ଷଙ୍କୁ ଆନ୍ତରିକତାର ସହିତ କୃତଜ୍ଞତା ଜ୍ଞାପନ କରିଥିଲେ । ସେ ଯେତେବେଳେ ହତୋତ୍ସାହିତ ମନେକରୁଥିଲେ, ସେହି ସମୟରେ ବିକାଶର ବାର୍ଷିକ ଉତ୍ସବରେ ତାଙ୍କୁ ଅତିଥିରୂପରେ ଆମନ୍ତ୍ରୀତ କରାଯାଇଥିଲା, ଯାହାପରେ ସେ ପୁଣିଥରେ ଉତ୍ସାହର ସହିତ ନିଜର ଅଭ୍ୟାସକୁ ତ୍ୱରାନ୍ୱିତ କରିଥିଲେ ଏବଂ ପାରାଅଲମ୍ପିକ୍ ରେ ସ୍ୱର୍ଣ୍ଣପଦକ ଲାଭ କରିବା ପଛରେ ମଧ୍ୟ ବିକାଶ ଗ୍ରୁପ୍‌ର ହାତ ରହିଛି ବୋଲି ଶ୍ରୀ ଭଗତ ପ୍ରକାଶ କରିଛନ୍ତି । ତାଙ୍କ ବକ୍ତବ୍ୟ ବେଳେ ବିକାଶ ସହିତ ସମ୍ପର୍କ ବର୍ଣ୍ଣନା କରିବା ସମୟରେ ଭାବବିହ୍ୱଳ ହୋଇପଡ଼ିଥିଲେ । ବିକାଶ ଗ୍ରୁପ୍‌ର ଚେୟାରମେନ୍ ଡି.ମୂରଲୀ କ୍ରୀଷ୍ଣା ନିଜ ବକ୍ତବ୍ୟରେ ପ୍ରମୋଦ ଭଗତଙ୍କ ସଫଳତାରେ ବିକାଶ କ୍ୟାମ୍ପସ୍ ତଥା ସମଗ୍ର ବରଗଡ଼ ଜିଲ୍ଲା ଗର୍ବିତ ବୋଲି ପ୍ରକାଶ କରିଥିଲେ । ପ୍ରମୋଦ ଭଗତ ବିକାଶ କ୍ୟାମ୍ପସ୍‌ରେ ଯେଉଁଠାରେ ବ୍ୟାଡ୍‌ମିଣ୍ଟନ୍ କୋଚିଂ ଦେଉଥିଲେ, ସେହି କୋର୍ଟ୍ କୁ ପ୍ରମୋଦ ଭଗତଙ୍କ ନାମରେ ନାମିତ କରିବାକୁ ଚେୟାର୍‌ମେନ୍ ଘୋଷଣା କରିଥିଲେ । ଅତାବିରାଠାରେ ପ୍ରମୋଦ ଭଗତଙ୍କ ନାମରେ ଏକ ମ୍ୟୁଜିୟମ୍ ପ୍ରତିଷ୍ଠା କରି ସଫଳତାର ପ୍ରତୀକ ସ୍ୱରୂପ ତାଙ୍କର ସମସ୍ତ କ୍ରୀଡ଼ା ପୁରସ୍କାର, ଫଳକ, ମାନପତ୍ର ରଖାଯାଇ ଗ୍ରାମାଂଚଳର ଯୁବପ୍ରତିଭାମାନଙ୍କୁ ଉତ୍ସାହିତ କରିବା ଦିଗରେ ସହଯୋଗ କରିବା ପାଇଁ ବିକାଶର ଚେୟାର୍‌ମେନ୍ ଶ୍ରୀ ଡି.ମୂରଲୀ କ୍ରୀଷ୍ଣା ପ୍ରସ୍ତାବ ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ବିକାଶ ଗ୍ରୁପ୍‌ର ଡାଇରେକ୍ଟର ଏଡ୍‌ମିନିଷ୍ଟ୍ରେସନ୍ ଶ୍ରୀ ଡି.ବିବେକ, ଡାଇରେକ୍ଟର ଡ.ସମରେନ୍ଦ୍ର ନାଥ ପଣ୍ଡା, ବରଗଡ଼ ଡିସ୍ଟ୍ରିକ୍ଟ କ୍ରିକେଟ୍ ଏସୋସିଏସନ୍‌ର ସେକ୍ରେଟାରୀ ଶ୍ରୀ ରବିନାରାୟଣ ପଣ୍ଡା ମଂଚାସୀନ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପ୍ରାଇଭେଟ୍ ସ୍କୁଲ୍ସ୍ ଏସୋସିଏସନ୍ ତଥା ଲିଓ କ୍ଲବ୍‌, ବରଗଡ଼ ପକ୍ଷରୁ ମଧ୍ୟ ଶ୍ରୀ ପ୍ରମୋଦ ଭଗତଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ବିକାଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଶିଶିର ପ୍ରସାଦ ରାଉଳ, ଇଂଜିନିୟରିଂ କଲେଜ ଅଧ୍ୟକ୍ଷ ଅଜୟ ମହାପାତ୍ର, ବିଜ୍‌ନେସ୍ ସ୍କୁଲ୍ ଅଧ୍ୟକ୍ଷ ଡ.କ୍ଷୀରୋଦ କୁମାର ପ୍ରଧାନ, ଲ’ସ୍କୁଲ୍ ର ଅଧ୍ୟକ୍ଷ ଡ.ବିକ୍ରମ କୁମାର ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ବିକାଶର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଶ୍ରୀ ପ୍ରମୋଦ ଭଗତଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ତାଙ୍କ ସହିତ ଚିତ୍ରୋତ୍‌ତଳନ କରିବା ସହିତ ଅଟୋଗ୍ରାଫ୍ ପାଇଁ ଧାଡ଼ି ବାନ୍ଧିଥିଲେ । ଶେଷରେ ବିକାଶ ଗ୍ରୁପ୍‌ର ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ଜି.ଭାସ୍କର ରାଓ ଧନ୍ୟବାଦ ଅର୍ପଣ କରିଥିଲେ । 
 


News Comment




Photo in News

Advertisment
Lastest News
  ଜିଲ୍ଲା  
*ସାହିତ୍ୟ ବନ୍ଧୁ ବୃନ୍ଦାବନ ବିହାରୀ ଦାଶ ସ୍ମୃତି କମିଟୀର ସାଧାରଣ ବୈଠକ*   16-Jun-2026
  ଜିଲ୍ଲା  
କଣ୍ଟାବାଞ୍ଜି ବିଧାୟକଙ୍କ ଦ୍ୱାରା ଆଦିବାସୀଙ୍କୁ ଅପଶବ୍ଦ ପ୍ରୟୋଗକୁ ବିରୋଧ କରି ବଙ୍ଗୋମୁଣ୍ଡା ଥାନାରେ ଏତଲା   15-Jun-2026
  ଜିଲ୍ଲା  
ବଲାଙ୍ଗୀର ବିକାଶ ନେଇ ବୁଦ୍ଧିଜୀବୀଙ୍କ ସହ ବିଧାୟକ କଳିକେଶଙ୍କ ଆଲୋଚନା   15-Jun-2026
  ଜିଲ୍ଲା  
ପାଣି ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ ଉଦ୍ୟମ ପଣ୍ଡ ଗଞ୍ଜେଇ ସହ ଟ୍ରାକ୍ଟର ଜବତ, ଚାଳକ ଗିରଫ   15-Jun-2026
  ଜିଲ୍ଲା  
*କୋଷାଗୁମୁଡ଼ାରେ ଦୁଷ୍କର୍ମ ପରେ ଯୁବତୀଙ୍କୁ ହତ୍ୟା ଅଭିଯୋଗ, ପୋଲିସର ତଦନୁ ଜାରି*   15-Jun-2026
  ଜିଲ୍ଲା  
ଏସ୍. ଏନ୍. କ୍ଲାସେସ୍ ର ଗ୍ରୀଷ୍ମକାଳୀନ ଉଜ୍ଜାପନି ଉତ୍ସବ ପାଳିତ   15-Jun-2026
  ଜିଲ୍ଲା  
ସ୍ବଚ୍ଛ ଭାରତ ସଙ୍ଗଠନ ପକ୍ଷରୁ ସ୍ୱଚ୍ଛତା ଅଭିଯାନ କାର୍ଯ୍ଯ କ୍ରମ   15-Jun-2026
  ଜିଲ୍ଲା  
ବଲାଙ୍ଗିରରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ନାଗରିକ କମିଟୀର ଦାବୀପତ୍ର ପ୍ରଦାନ   15-Jun-2026
  ଜିଲ୍ଲା  
ସପ୍ତଶଯ୍ୟା ମହୋତ୍ସବରେ ବାଲିଗୁଡା ର ନୃତ୍ୟ ଶ୍ରୀ ଡ୍ୟାନ୍ସ ଏକାଡେମୀ ଉଚ୍ଚକୋଟିର ନୃତ୍ୟ ପ୍ରଦର୍ଶନ କରି ସମ୍ମାନିତ   15-Jun-2026
  ଜିଲ୍ଲା  
ପୌର ନିଗମରେ ଇଂଜିନିୟର୍‌ଙ୍କ ବଦଳି ନାହିଁ ଇଂଜିନିୟରିଂ ବିଭାଗରେ ୩୦ ବର୍ଷ ଧରି କାମ କରୁଛନ୍ତି l   15-Jun-2026
  ଜିଲ୍ଲା  
ରାଜେନ୍ଦ୍ର ଡ୍ୟାମର ବିକାଶପାଇଁ ବିଧାୟକଙ୍କୁ ଭେଟିଲେ ପ୍ରତିନିଧିଦଳ   15-Jun-2026
  ଜିଲ୍ଲା  
ତାଳପଦରରେ ଥମୁନି ଚୋରି: ବାରମ୍ବାର ଘଟଣା ସତ୍ତ୍ୱେ ଚୋରଙ୍କୁ ଧରିବାରେ ବିଫଳ ବିଜେପୁର ପୋଲିସ !   15-Jun-2026

You Might Also Like

           
  ଶି‍କ୍ଷା ଓ ନିଯୁକ୍ତି  

୯୩% ମାର୍କ ରଖ୍ ସଫଳତା ପାଇଲେ ସନ୍ଦୀପ

           
  ଶି‍କ୍ଷା ଓ ନିଯୁକ୍ତି  

ଆଜିଠାରୁ ହେବ ସକାଳୁଆ ସ୍କୁଲ