-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
22-Sep-2021
ଉଲୁଣ୍ଡା,(ଗୌରଚନ୍ଦ୍ର ପରିଛା) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୁମରକେଲି ମେହେରପଡା ବାସୀ ବର୍ଷାଜଳ ନିସ୍କାସନ ପାଇଁ ରାସ୍ତା ବାହାର କରିବାକୁ ତହସିଲଦାରଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପଡାବାସୀଙ୍କ ଅଭିଯୋଗ ଅନୁସାରେ ବର୍ଷାଜଳ ହେଉଥିବା ରାସ୍ତାକୁ ଗ୍ରାମର ଦୁଇଜଣ ବ୍ୟକ୍ତି ଅବରୋଧ କରିଦେଇଛନ୍ତି । ଫଳରେ ପାଣୀ ନିସ୍କାସନ ହୋଇନପାରି ଘରକୁ ପସି ବହୁ କ୍ଷୟକ୍ଷତି ଘଟୁଛି । ସଂପୃକ୍ତ ବ୍ୟକ୍ତି ମାନଙ୍କୁ ଗ୍ରାମବାସୀ ରାସ୍ତା ଅବରୋଧ ହଟାଇବାକୁ ବାରମ୍ବାର ଅନୁରୋଧ କଲେ ମଧ୍ୟ କର୍ଣ୍ଣପାତ କରୁନାହାନ୍ତି । ଯାଦ୍ୱାରା ପଡାବାସୀ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏଣୁ ଆଜି ମେହେରପଡା ବାସୀ ତହସିଲଦାର ପୁର୍ଣ୍ଣଚନ୍ଦ୍ର ନାଏକଙ୍କ ଦ୍ୱାରସ୍ଥ ହୋଇ ସମସ୍ୟାର ସମାଧାନ ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ତେବେ ଆରଆଇ ରିପୋର୍ଟ ଦେବା ପରେ ସପୃକ୍ତ ବ୍ୟକ୍ତି ମାନଙ୍କ ବିରୋଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଜିବ ବୋଲି ପ୍ରତିଶୃତି ଦେଇଥିଲେ ।