-+91-9937148622 |
prerana_bgr@rediffmail.com |
Saturday 14th March 2026 |
R.N.I. Regd No. ODIODI/2010/46693
Breaking News
19-Sep-2021
ପାଟଣାଗଡ଼ (ପ୍ରେରଣା ଖବର): ବାଗଦୋର ଗ୍ରାମପଞ୍ଚାୟତ କୁମ୍ଭାରଖୁନ ଗ୍ରାମରେ ଏକ ମିଶ୍ରଣ ଅନୁଷ୍ଠିତ ହୋଇଥିଲା ଏହି ମିଶ୍ରଣ ପର୍ବ ଏକ ଐତିହାସିକ ଭଳି ହୋଇଥିଲା । ମାନ୍ୟବର ବିଧାୟକ ସରୋଜ ମେହେରଙ୍କ ଲୋକହିତକର କାର୍ଯ୍ୟ ଶୈଳୀରେ ଅନୁପ୍ରାଣିତ ହୋଇ ବାଗଦୋର ପଞ୍ଚାୟତ ର ବରିଷ୍ଠ ବିଜେପି ନେତା ତଥା ବେଳପଡା ବିଜେପି ର ମୁଖ୍ୟ କୁହାଯାଉଥିବା ପୂର୍ବତନ ସରପଞ୍ଚ ,ବର୍ତ୍ତମାନ ର ସମିତି ସଭ୍ୟ ଶ୍ରୀଯୁକ୍ତ ଶୋଭାକର ବେହେରା ବିଜୁ ଜନତା ଦଳ ରେ ସାମିଲ ହୋଇଥିଲେ ।
ତାଙ୍କ ସହିତ ୩ ଶହ ଜଣ ବିଜେପି ସକ୍ରିୟ କର୍ମୀ ବିଜେଡ଼ି ରେ ଯୋଗଦାନ କଲେ । ଏହି ସମାବେଶରେ ବ୍ଲକ ପ୍ରତିନିଧି ଗଣେଶ କୁମ୍ଭାର, ବ୍ଲକ ସଭାପତି ଲକ୍ଷଣ ମେହେର, ଯୁବ ଜିଲା ସମ୍ପାଦକ ଦୁର୍ଯୋଧନ କୁମ୍ଭାର, ଜିଲା ଉପସଭାପତି ମହେଶ୍ୱର ସାହୁ, ସ୍ଥାନୀୟ ଯୁବ
ସଂଗଠକ ପ୍ରଦୀପ ବେହେରା, ମୁନା ମେହେର ବନମାଳୀ ମିଶ୍ର ରୁଦ୍ରମଣି ମେହେର ରବୀନ୍ଦ୍ର ମେହେର ଉପସ୍ଥିତ ଥିଲେ ।ଏହି ସମାବେଶରେ । ସ୍ଥାନୀୟ ଅଂଚଳର ପ୍ରାୟ ୩ ହଜାର ଲୋକଙ୍କ ସମାଗମ ହୋଇଥିଲା । ଅଂଚଳର ଯାହାବି ଉନ୍ନତିମୂଳକ କାର୍ଯ୍ୟ ଦରକାର ହେବ ସେସବୁ କାମ କରାଯିବ ବୋଲି ବିଧାୟକ ପ୍ରତିଶୃତି ଦେଇଛନ୍ତି ।