-+91-9937148622 |
prerana_bgr@rediffmail.com |
Sunday 15th March 2026 |
R.N.I. Regd No. ODIODI/2010/46693
Breaking News
19-Sep-2021
ସାଲେଭଟା, (ପ୍ରେରଣା ଖବର)- ଆଗଲପୁର ବ୍ଲକ ଅନ୍ତର୍ଗତ ସାଲେଭଟା ପ୍ରାଥମିକ ସ୍କୁଲର ଇକୋ କ୍ଲବ ଆନୁକୂଲ୍ୟରେ କୋଭିଡ ଗାଇଡଲାଇନ ଅନୁପାଳନ କରି ଓଜନ ଦିବସ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ତଥା ଜୁନିଅର ରେଡକ୍ରସ ପରାମର୍ଶଦାତା ଦୂର୍ଯ୍ୟୋଧନ ପଶାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ସାଲେଭଟା ବାଳିକା ହାଇସ୍କୁଲର ପ୍ରଧାନଶିକ୍ଷକ ବାଳକୃଷ୍ଣ
ମହାନନ୍ଦ ,ସମ୍ମାନୀତ ଅତିଥି ଭାବରେ ସ୍କୁଲ ପରିଚାଳନା କମିଟିର ସଭାପତି ରୁଦ୍ରକାନ୍ତ ମେହେର ଯୋଗଦେଇ ବିଶ୍ୱ ପରିବେଶରେ ସନ୍ତୁଳନ ରକ୍ଷା ନିମନ୍ତେ ଓଜନ ସ୍ତରର ଭୂମିକା ଉପରେ ଗୁରତ୍ୱାରୋପ କରିଥିଲେ । ଓଜନ ସ୍ତରକୁ ସୁରକ୍ଷିତ ରଖିବା ନିମନ୍ତେ ବ୍ୟାପକ ମାତ୍ରାରେ ବୃକ୍ଷ ରୋପଣ, ପରିବେଶ ସୁରକ୍ଷା, ବାୟୁମଣ୍ଡଳରେ ସିଏଫ୍ସିର ମାତ୍ରାକୁ କମ କରିବା, ରେଫ୍ରିଜେରେଟର ତଥା ନେଲପଲିଶର ସଂଯମତାର ସହିତ ବ୍ୟବହାର କରିବାକୁ ଅତିଥି ବୃନ୍ଦ ଆହ୍ୱାନ କରିଥିଲେ । ଓା୍ୱଟସ୍ଏପ୍ ମାଧ୍ୟମରେ ଓଜନ ସ୍ତରକୁ ସୁରକ୍ଷିତ ରଖିବାର ଉପାୟକୁ ଛାତ୍ରଛାତ୍ରୀ ମାନଙ୍କୁ ଧାରଣା ଦିଆଯାଇଥିଲା । ଏହି ଅବସରରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ଇକୋ କ୍ଲବର ସଂପାଦକ ଧରିତ୍ରୀ ସାହୁ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ କ୍ଲଷ୍ଟର ଅନ୍ତର୍ଗତ ୧୦ଗୋଟି ବିଦ୍ୟାଳୟର ପ୍ରଧାନଶିକ୍ଷକ ବୃନ୍ଦ ଯୋଗଦେଇ ବୃକ୍ଷ ରୋପଣ ଅଭିଯାନକୁ ସମସ୍ତ ବିଦ୍ୟାଳୟରେ ବ୍ୟାପକ ଭାବରେ ସାମିଲ କରିବାକୁ ଶପଥ ନେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ସଦାନନ୍ଦ ଭୋଇ, କୁନ୍ତି ପଧାନ, ।, ଗୋବିନ୍ଦ ସାହୁ, ଦଶରଥ ପଟେଲ, ନେତ୍ରାନନ୍ଦ ସାହୁ, ଗୋବିନ୍ଦ ଭୋଇ, ମୁରାରୀ ଧର ବାବୁ, ସୁଧାଂଶୁ ÷ଶେଖର ସାହୁ, ଦୟାନନ୍ଦ ସାହୁ, ଲିଲୀ ରଣା, ବିନୟା ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହ ÷ଯୋଗ କରିଥିଲେ । ଶେଷରେ ଶିିକ୍ଷୟତ୍ରୀ ଅଳକା ପଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ ।