-+91-9937148622 |
prerana_bgr@rediffmail.com |
Sunday 15th March 2026 |
R.N.I. Regd No. ODIODI/2010/46693
Breaking News
18-Sep-2021
ବରଗଡ଼ : ଇମ୍ପରିଆଲ କଲେଜ ପକ୍ଷରୁ ପ୍ରତିବର୍ଷ ଯୁକ୍ତ ଦୁଇ ମେଧାବୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଆୟୋଜିତ କରାଯାଉଥିବା ସୁପର ସ୍କୋଲାର ଚତୁର୍ଥ ସଂସ୍କରଣ ଚଳିତ ବର୍ଷ ସେପଟେମ୍ବର ୨୦ ତାରିଖରେ ଅନୁଷ୍ଠିତ ହେବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା । କିନ୍ତୁ ଛାତ୍ରଛାତ୍ରୀମାନଙ୍କ ତଥା ଶିକ୍ଷକମାନଙ୍କ ସୁବିଧା ତଥା କଲେଜର ଆଡମିସନ ତାରିଖକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ୨୦ ତାରିଖ ପରିବର୍ତେି ସେପଟେମ୍ବର ୨୫ ତାରିଖରେ କରାଯିବାର ନିଷ୍ପତି କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ସେକେଣ୍ଡାରୀ ସ୍କୁଲର ଦ୍ୱାଦଶ ଶ୍ରେଣୀର ସର୍ବୋଚ୍ଚ ନମ୍ବର ରଖିଥିବା ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କୁ ସମ୍ମାନିତ କରାଯାଇଥାଏ । ଏଥିପାଇଁ ସମସ୍ତ ଯୁକ୍ତ ଦୁଇ କଲେଜକୁ ତଥା ସମସ୍ତ ବିଭାଗରେ ଅଧିକୃତ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ ଯେ ସେମାନେ ଅଧିକ ବିବରଣୀ ପାଇଁ ଇମ୍ପରିଆଲ କଲେଜର ହେଲପ୍ ଲାଇନ ନମ୍ବର ୮୯୮୪୦୭୯୨୬୬ ରେ ଯୋଗାଯୋଗ କରିପାରିବେ ।