-+91-9937148622 |
prerana_bgr@rediffmail.com |
Thursday 12th March 2026 |
R.N.I. Regd No. ODIODI/2010/46693
Breaking News
01-Nov-2020
ଭୁବନେଶ୍ବର (ପ୍ରେରଣା ଖବର) - ଓଟିଭି CFO ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ କ୍ରାଇମ୍ବ୍ରାଞ୍ଚ ଉଠାଇ ନେବା ଘଟଣାକୁ ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ କଡ଼ା ଭର୍ତ୍ସନା କରିଛନ୍ତି!!*ସେ କହିଛନ୍ତି, ‘ଏସବୁ ଦେଖି ମୁଁ ଆଶ୍ଚର୍ଯ୍ୟ ଓ ଚକିତ। ସରକାରଙ୍କ ଅହଙ୍କାର ନା ସରକାର ଡରି ଯାଇଛନ୍ତି ? ନା ସରକାର କିଛି ଲୁଚାଇବାକୁ ଚାହୁଁଛନ୍ତି। ପାରଦର୍ଶିତା ସହିତ ଓଟିଭିର କର୍ମକର୍ତ୍ତାଗଣ ନିଜର କାମ ତୁଲାଉଛନ୍ତି। ଯଦି କୌଣସି ପ୍ରକାରର ଅପ୍ରିୟ ସତ୍ୟ, ଅପ୍ରିୟ ଘଟଣା ଲୋକଲୋଚନକୁ ଆସୁଛି, ତା’ହେଲେ ରାଜ୍ୟ ସରକାର ଏହାକୁ ସ୍ୱାଗତ କରିବା କଥା!!*ସେ ଆହୁରି କହିଛନ୍ତି, ‘ଉଦ୍ଦେଶ୍ୟମୂଳକ ଭାବେ ଓଟିଭିକୁ ହଇରାଣ କରାଯାଉଛି। ସରକାର ନିଜର କାର୍ଯ୍ୟପ୍ରଣାଳୀ ଉପରେ ଧ୍ୟାନ ଦିଅନ୍ତୁ। ଗୋଟିଏ ପରେ ଗୋଟିଏ ଭୁଲ୍ ନ କରନ୍ତୁ। ବିନାଶ କାଳେ ବିପରୀତ ବୁଦ୍ଧି। ଓଡ଼ିଶାରେ ଏମିତି ଏକଛତ୍ରବାଦ କରାନଯାଉ!!’