-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
28-Aug-2021
ନୟାଗଡ଼ (ପ୍ରଦୀପ କୁମାର ପଣ୍ଡା)
ମା’ ଉତ୍କଳ ଭାରତୀ ପାଲାଗାୟିକା ଓ କଳାକାର ପରିଷଦ ପକ୍ଷରୁ ଆଜି ଜିଲ୍ଲା ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । କରୋନା ମହାମାରୀ ସମୟରେ କଳାକାରମାନେ ଦୁଃଖ ଓ କଷ୍ଟରେ କାଳାତିପାତ କରୁଛନ୍ତି । ଯାହାକୁ ନେଇ ଆଜି ପରିଷଦ ପକ୍ଷରୁ ଗାୟିକା ପ୍ରତିମା ରଥ, ବନଜା ବେହେରା, ପ୍ରଭାତି ରାଣା ପ୍ରମୂଖ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଦାବିପତ୍ର ପ୍ରଦାନ କରିଛନ୍ତି । କଳାକାର ଭତ୍ତା ବୃଦ୍ଧି, ବଞ୍ଚିତ ହୋଇଥିବା କଲାକାରଙ୍କୁ ଭତ୍ତା ପ୍ରଦାନ, ପାଲା କଳାକାରଙ୍କୁ କରୋନା ସହାୟତା, ପରିଷଦ ପାଇଁ ଭୁବନେଶ୍ୱର କିମ୍ବା କଟକରେ ବିନା ମୁଲ୍ୟରେ ଜମି, ପଞ୍ଚିକୃତ କଳାକାରଙ୍କୁ ପରିଚୟ ପତ୍ର ପ୍ରଦାନ ପଭୃତି ୧୦ ଦଫା ଦାବି ଉପସ୍ଥାପନ କରାଯାଇଛି ।