-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
28-Aug-2021
ନୟାଗଡ଼(ପ୍ରଦୀପ କୁମାର ପଣ୍ଡା)
ଜିଲ୍ଳା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ରୂପଶ୍ରୀ ଚୌଧୁରୀଙ୍କ ତତ୍ତ୍ୱାବଧାନରେ ଅନଲାଇନ ମାଧ୍ୟମରେ ଆଇନଜିବୀ ମାନଙ୍କର ଏକ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ମଣ୍ଡଳ ଆଇନସେବା କମିଟିରେ ମହଜୁଦ ଥିବା ଆଇନଜୀବୀମାନେ ଭର୍ଚୁଆଲ ଅନଲାଇନରେ ପ୍ରଶିକ୍ଷଣ ନେଇଥିଲେ । ପ୍ରଥମେ ଜିଲ୍ଲା ଓ ଦୈାରାଜଜ୍ ରୂପଶ୍ରୀ ଚୌଧୁରୀ ବିଭିନ୍ନ ଦେୱାନି ଓ ଫୌଜଦାରୀ ଆଇନ ସଂପର୍କରେ ପ୍ରଶିକ୍ଷଣ ଦେଇଥିବା ବେଳେ, ସଚିବ ରଞ୍ଜୁଲତା ଲେଙ୍କା ବିବାହ ବିଛେଦ, ସ୍ୱତନ୍ତ୍ର ବିବାହ ଅଧିନିୟମ, ମାଗଣା ଆଇନ ସେବା ଓ ଏହାର ଉପକାରୀତା ଆଦି ବହୁବିଧ ଆଇନ ବ୍ୟବସ୍ଥା ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଅନ୍ୟତମ ସବ୍ଜଜ ପବିତ୍ରାନନ୍ଦ ପ୍ରଧାନ ହିନ୍ଦୁ ବିବାହ ଆଇନ, ଭରଣ ପୋଷଣ, ସମ୍ପତ୍ତିଗତ ଅଧିକାର, ମହିଳା ମାନଙ୍କର ତରଫରୁ ଘରୋଇ ହିଂସାର କାରଣ ଓ ଏହାର ନିରାକରଣ, ଆଇନରେ ଥିବା ଦଣ୍ଡ ବ୍ୟବସ୍ଥା ଇତ୍ୟାଦି ସଂପର୍କରେ ପ୍ରଶିକ୍ଷଣ ଦେଇଥିଲେ । ଶେଷରେ ଉକ୍ତ ପ୍ରଶିକ୍ଷଣ ସଫଳତା ପାଇଁ ଅଧ୍ୟକ୍ଷା ରୁପଶ୍ରୀ ଚୌଧୁରୀ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।