-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||     

HOME   ଜୀବନଶୈଳୀ

*ଆଜି ମନେ ପଡନ୍ତି ଇନ୍ଦିରା ଗାନ୍ଧୀ

31-Oct-2020



ସମଗ୍ର ଭାରତରେ ଇନ୍ଦିରା ଗାନ୍ଧୀ(ଜନ୍ମ: ୧୯ ନଭେମ୍ବର୍‌ ୧୯୧୭; ମୃତ୍ୟୁ: ୩୧ ଅକ୍‌ଟୋବର୍‌ ୧୯୮୪) ‘ଇନ୍ଦିରା ମାଆ’ ଭାବେ ଖ୍ୟାତ ଥିଲେ। ତାଙ୍କ ଭିତରେ ଥିବା ମାଆ ସୁଲଭ ସ୍ନେହ-ମମତାକୁ ଦେଖି, ଲୋକେ ଶ୍ରଦ୍ଧାରେ ଏହି ପରି ନାମିତ କରିଥିଲେ। କୌଣସି ସ୍ଥାନକୁ ଗସ୍ତରେ ଯିବା ପୂର୍ବରୁ ସେ ପ୍ରଥମେ ସେହି ନିର୍ଦିଷ୍ଟ ସ୍ଥାନ ସ˚କ୍ରାନ୍ତରେ ପ୍ରତ୍ୟେକ କଥା ପଚାରି ଭଲ ଭାବେ ବୁଝୁଥିଲେ। ଲୋକଙ୍କର ଚଳଣି, ଖାଦ୍ୟାଭ୍ୟାସ, ଜୀବିକା ଇତ୍ୟାଦି ବିଷୟରେ ସବିଶେଷ ତଥ୍ୟ ସ˚ଗ୍ରହ କରୁଥିଲେ। ଏହା ଦ୍ବାରା ସେ ଲୋକଙ୍କ ସହ ସହଜରେ ଭାବ ଆଦାନ-ପ୍ରଦାନ କରିପାରୁଥିଲେ। ତାଙ୍କ ସଭା-ଶୋଭାଯାତ୍ରା ଆଦିରେ ଯୋଗଦେବା ପାଇଁ ଜନତା ଆପେ ଆସୁଥିଲା। ସଭା ସ୍ଥଳୀକୁ, ଏପରିକି ସଭା ଆରମ୍ଭ ହେବାର ଚବିଶ ଘଣ୍ଟା ପୂର୍ବରୁ ଲୋକଙ୍କ ସୁଅ ଛୁଟୁଥିଲା। ସମସ୍ତେ ପାଖରୁ ଟିକିଏ ତାଙ୍କୁ ଦେଖିବା ପାଇଁ ଏବ˚ ଶୁଣିବା ଲାଗି, ଚାହୁଁଥିଲେ। ସେ ନିଜର ଭାଷଣରେ ବଡ଼ ବଡ଼ କଥା କେବେ ହେଲେ ଶୁଣାଉ ନ ଥିଲେ। ବଜାର ଦର, ଜଳ-ବିଦ୍ୟୁତ୍‌, ଚାଷ-ବାସ ଭଳି ସାଧାରଣ ବିଷୟ ହିଁ ସର୍ବଦା ସ୍ଥାନ ପାଉଥିଲା, ତାଙ୍କ ଭାଷଣରେ। ମହିଳାମାନଙ୍କର ନିକଟତର ହେବାକୁ ସେ ଭଲପାଉଥିଲେ। ସୁବିଧା ମିଳିବା ମାତ୍ରକେ ସାଧାରଣ ସ୍ତ୍ରୀ-ଲୋକଙ୍କ ସହ କଥା ହେଉଥିଲେ। ସେମାନଙ୍କ ଭଲ-ମନ୍ଦ, ସୁବିଧା-ଅସୁବିଧା କଥା ପଚାରି ବୁଝୁଥିଲେ। ଯଦି ସଙ୍ଗେ ସଙ୍ଗେ ସେମାନଙ୍କ ସମସ୍ୟାର ସମାଧାନ ହୋଇପାରିବ, ତା’ର ବ୍ୟବସ୍ଥା କରୁଥିଲେ। ଏଣୁ ସାଧାରଣ ଜନତା ପାଇଁ ସେ ଥିଲେ ମାଆ ପରି ମାଆଟିଏ*। 

*ଓଡ଼ିଶା ଗସ୍ତ ଶେଷ କରି ୩୦ ଅକ‌ଟୋବର୍‌ ୧୯୮୪ ସନ୍ଧ୍ୟାରେ ଇନ୍ଦିରା ଫେରିଥିଲେ ନୂଆ ଦିଲ୍ଲୀ। ସାଧାରଣତଃ ପ୍ରତ୍ୟେକ ଦିନ ସକାଳ ଆଠଟାରେ, ୧ ସଫଦରଜଂଗ ବାସଭବନରେ, ସେ ଦେଶ-ବିଦେଶର ଅତିଥି-ଅଭ୍ୟାଗତଙ୍କୁ ସାକ୍ଷାତ୍‌ ଦେଉଥିଲେ। ତେବେ, ପୂର୍ବ ଦିନ ସନ୍ଧ୍ୟାରେ ଫେରିଥିଲେ, ଏ ଭଳି ସାକ୍ଷାତ୍‌ କାର୍ଯ୍ୟକ୍ରମକୁ ବାଦ୍‌ଦିଆଯାଉଥିଲା। ୩୧ ଅକ୍‌ଟୋବର୍‌ ସକାଳର ସାକ୍ଷାତ୍‌ ଆଦିକୁ ବାତିଲ କରି, ବିଶ୍ରାମ ନିମନ୍ତେ ତାଙ୍କୁ ପରାମର୍ଶ ଦିଆଯାଇଥିଲା। କିନ୍ତୁ, ଇନ୍ଦିରା ତାହା ନ କରି ୧, ଅକବର ରୋଡ୍‌ସ୍ଥିତ ବାସଭବନରେ ବିବିସିର ପିଟର‌୍‌ ଉସ୍ତିନୋଭ୍‌ଙ୍କୁ ସାକ୍ଷାତ୍‌ କରିବା ନିମନ୍ତେ ଚାଲିଚାଲି ବାହାରିଥିଲେ। ଏହି ବିଶେଷ ସାକ୍ଷାତ୍‌କାର ସକାଶେ ସେହି ଦିନ ସକାଳୁ ସେ ନିଜର କେଶବିନ୍ୟାସ କରାଇଥିଲେ। ଅକବର ରୋଡ୍‌ସ୍ଥିତ ବାସଭବନର ବଗିଚା ସଫା କରାଯାଇଛି କି ନା ପଚାରି ବୁଝିଥିଲେ। ମୋଟାମୋଟି ସାକ୍ଷାତ୍‌କାର ପାଇଁ ସେ ମନ ସ୍ଥିର କରିସାରିଥିଲେ। ତାଙ୍କୁ ବାରଣ କରିବାର ସାହସ କାହାଠାରେ ନ ଥିଲା। ତାଙ୍କୁ ଅନୁସରଣ କରିଥିଲେ, ସେହି ଦିନ ତାଙ୍କ ବାସଭବନରେ ଉପସ୍ଥିତ ଥିବା ଆର‌୍‌କେ ଧୱନ। ୧, ସଫଦରଜଂଗ  ଓ ୧, ଅକବର ରୋଡ୍‌ ମଧୢରେ ପାଦ-ଚଲା ଦୂରତା। ମଝିରେ ଗୋଟିଏ ଫାଟକ। ଇନ୍ଦିରା ସେହି ଆଡ଼କୁ ଜୋର‌୍‌ରେ ପାହୁଣ୍ତ ପକାଇପକାଇ ଚାଲିଥିଲେ। ବାଟରେ ତାଙ୍କୁ ଅତିକ୍ରମ କରିଥିଲେ ଜଣେ ପରିଚାରକ। ସେ ହାତରେ ଧରିଥିଲା, ଏକ ଟ୍ରେରେ ଚାହା ପିଆ କପ୍‌-ପ୍ଲେଟ୍‌। ସେଗୁଡ଼ିକୁ ବଦଳାଇ, ଅନ୍ୟ ଗୋଟିଏ ଚାହା ସେଟ୍‌ ଆଣିବାକୁ, ତାଙ୍କୁ ନିର୍ଦେଶ ଦେଇଥିଲେ ଇନ୍ଦିରା। ଫାଟକ ପାଖରେ ପହଞ୍ଚିବା କ୍ଷଣି ସାଲ୍ୟୁଟ୍‌ କଲେ, ସେଠାରେ ଉପସ୍ଥିତ ସୁରକ୍ଷା କର୍ମଚାରୀ। ଇନ୍ଦିରା ‘ନମସ୍ତେ’ କହିଲା କ୍ଷଣି, ସୁରକ୍ଷା କର୍ମୀ ବିୟନ୍ତ ସି˚ହ ନିଜ ପିସ୍ତଲ୍‌ରୁ ଗୁଳି ଚଳାଇଥିଲେ। ଟଳିପଡ଼ିଥିଲେ ଇନ୍ଦିରା। ତାହା ପରେ ତାଙ୍କୁ ସେହି ଅବସ୍ଥାରେ ଷ୍ଟେନ୍‌ ଗନ୍‌ରୁ ଗୁଳି କରିଥିଲେ ଅନ୍ୟ ଜଣେ ସୁରକ୍ଷା କର୍ମୀ ସତୱନ୍ତ ସି˚ହ। ଏଭଳି ପାଶବିକତା ବିରଳ। ଇନ୍ଦିରାଙ୍କୁ ସଙ୍ଗେ ସଙ୍ଗେ ନିଆଯାଇଥିଲା ‘ଏମ୍‌ସ’କୁ। ସେଠାରେ ତାଙ୍କର ପ୍ରାଣ ବଞ୍ଚାଇବା ଲାଗି ଚେଷ୍ଟା ବିଫଳ ହୋଇଥିଲା ଏବ˚ ଅପରାହ୍‌ଣ ଚାରିଟା ବେଳେ ତାଙ୍କୁ ମୃତ ଘୋଷିତ କରାଯାଇଥିଲା।*


News Comment




Photo in News

Advertisment
Lastest News
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026
  ଜିଲ୍ଲା  
ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026

You Might Also Like

                               
  ଜୀବନଶୈଳୀ  

ସାଇକେଲ ଏକ ପରିଚୟ