-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
06-Aug-2021
ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଗୁରୁବାର ସ୍ଥାନୀୟ ଭୀମଭୋଇ ଛକରେ ଓଡ଼ିଶା ସରକାରଙ୍କ ଷ୍ଟାଫ ସିଲେକସନ କମିଶନରେ ହୋଇଥିବା ଦୁର୍ନୀତି ବିରୋଧରେ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ ଆଚାର୍ଯ୍ୟଙ୍କ ଆହ୍ବାନ ଏବଂ ଜିଲ୍ଲା ସଭାପତି ଅଶ୍ବିନୀ ମାଝୀଙ୍କ ତତ୍ବାବଧାନରେ ଜିଲ୍ଲା ଉପସଭାପତି ଅନିଲ ପୃଷ୍ଟିଙ୍କ ନେତୃତ୍ୱରେ ସରକାରୀ ନିଯୁକ୍ତିରେ ମେଧା ପରିବର୍ତ୍ତେ ଟଙ୍କା କାରବାର ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତଳିକା ଦାହ କରି ବିରୋଧ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରେଢ଼ାଖୋଲ
ନଗର ଯୁବମୋର୍ଚ୍ଚା ସଭାପତି ଅମର ସିଂ , ଭୀମଭୋଇ ମଣ୍ଡଳ ସଭାପତି ସୌରଭ ବାଘ , ମାନସ ରଞ୍ଜନ ଭଞ , ନଗର ସଭାପତି ରାମାନୁଜ ମହାପାତ୍ର , ସାଂସଦ ପ୍ରତିନିଧି ଶିବରାମ ସାହୁ , ରାଜେନ୍ଦ୍ର ପ୍ରସାଦ ବୈଠାରୁ , ଦିଲ୍ଲୀପ ପ୍ରଧାନ , ସୋମ୍ୟରଞ୍ଜନ ଶାସନୀ , ସୁରେଶ ଭିତିରିଆ, ବବଲୁ ଦେବ , ରବି ରଥ , ପଦ୍ମଲୋଚନ କର୍ଣ୍ଣ ଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ