-+91-9937148622 |
prerana_bgr@rediffmail.com |
Thursday 9th July 2026 |
R.N.I. Regd No. ODIODI/2010/46693
Breaking News
05-Aug-2021
ବଲାଙ୍ଗିର (ପ୍ରେରଣା ଖବର ବ୍ୟୁରୋ) : ଆସନ୍ତା ସେପ୍ଟେମ୍ବର ୧୧,ତାରିଖ ପୂର୍ବାହ୍ନ ୧୦ଟା ୧୯ ମିନିଟରୁ ୧୦ଟା ୪୦ ମିନିଟ ମଧ୍ୟରେ ବଲାଙ୍ଗୀର ଇଷ୍ଟଦେବୀ ମା ପାଟଣେଶ୍ୱରୀ ଏବଂ ସମଲେଶ୍ବର ସମେତ ବିଭିନ୍ନ ଦେବା ଦେବୀ ପୀଠରେ ନବାନ୍ନ ଲାଗି ପାଇଁ ଲଗ୍ନଧାର୍ଯ୍ୟ କରାଯାଇଛି । ଦେବୀ ପୀଠରେ ନବାନ୍ନ ଲାଗି ପରେ ବଲାଙ୍ଗୀର ଜିଲ୍ଲାର ଘରେ ଘରେ ପୂଜାର୍ଚ୍ଚନା କରି ନବାନ୍ନ ଭକ୍ଷଣ କରିବେ । ଏନେଇ ଜିଲ୍ଲା ଜ୍ୟୋତିଷ ପଣ୍ଡିତ ମହାସଭା ଓ ପାଟଣା ରାଜ ପୁରୋହିତଙ୍କ ଉପସ୍ଥିତରେ ନବାନ୍ନ ଲଗ୍ନଧାର୍ଯ୍ୟ କରାଯାଇଛି । ପାଟଣାଷ୍ଟେଟ ତଥା ମହାରାଜଙ୍କ ଇଷ୍ଟଦେବୀ ପାଟଣେଶ୍ୱରୀ ଓ ସମଲେଶ୍ବରୀଙ୍କ ରାଶି ନକ୍ଷେତ୍ର ଏବଂ ପରମ୍ପରା ଅନୁଯାୟୀ ଲଗ୍ନ ସ୍ଥିର କରାଯାଇଛି । ସେପ୍ଟେମ୍ବର ୧୧, ତାରିଖ ଶନିବାର ଦିନ ବିଶୁଦ୍ଧ ତୁଳା ଲଗ୍ନ ମିଥୁନ ନବାନ୍ସ ଅମୃତ ବେଳା ଦିନ ୧୦ଟା ୧୯ମିନିଟ ରୁ ୧୦ଟା ୪୦ମିନିଟ ମଧ୍ୟରେ ନବାନ୍ନ ଲାଗି ହେବ ବୋଲି ପାଟଣା ରାଜ୍ ପୁରୋହିତ ସନ୍ତୋଷ ଦାସ ସୂଚନା ଦେଇଛନ୍ତି ।