-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
30-Oct-2020
ଗାଜିପୁର,(ପ୍ରେରଣା ଖବର)- ନିର୍ବାଚନ ଲଢିବାକୁ ଟିକେଟ ମିଳିବାରୁ ଆତ୍ମହତ୍ୟା କଲେ ବ୍ୟବସାୟୀ। ଏଭଳି ଏକ ଘଟଣା ଉତ୍ତର ପ୍ରଦେଶର ଗାଜିପୁରରେ ଘଟିଛି। ମୁନୁ ଠଠେରା ନାମକ ଜଣେ ବାସନ ବ୍ୟବସାୟୀ ବିଏସପି(ବହୁଜନ ସମାଜବାଦୀ ପାର୍ଟିର ଟିକେଟରୁ ନିର୍ବାଚନ ଲଢିବାକୁ ଚାହୁଁଥିଲେ, କିନ୍ତୁ ଟିକେଟ୍ ନମିଳିବାରୁ ସେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ମୃତ୍ୟୁ ପୂର୍ବରୁ ସେ ସୁସାଇଡ ନୋଟରେ ବହୁଜନ ସମାଜବାଦୀ ପାର୍ଟି(ବିଏସପି) ଉପରେ ଟିକେଟ ବଦଳରେ ଦୁଇ କୋଟି ଟଙ୍କା ମାଗୁଥିବାର ଅଭିଯୋଗ ଆଣିଛନ୍ତି। ମୃତକଙ୍କ ସୁସାଇଡ୍ ନୋଟ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି!! ପରିବାର ଲୋକଙ୍କ କହିବା ଅନୁସାରେ, ମୁନ୍ନୁ ନିର୍ବାଚନ ଲଢିବାର ଇଚ୍ଛା ପ୍ରକାଶ କରିଥିଲେ। ପରିବାର ଲୋକଙ୍କ କହିବା ଅନୁସାରେ, ଗତ ବର୍ଷ ସେ କୌଣସି ବିଏସପି ନେତାଙ୍କୁ ଫୋନ୍ରେ ନିର୍ବାଚନ ଲଢିବା ନେଇ କଥା ହେଉଥିଲେ। ତାଙ୍କୁ ଟିକେଟ ମିଳିବାର ମଧ୍ୟ ଆଶ୍ବାସନା ମିଳିଥିଲା। ଅନ୍ୟପକ୍ଷେ ବିଏସପି ଜିଲ୍ଲା ଅଧ୍ୟକ୍ଷ ଗୁଡ୍ଡୁ ରାମ କହିଛନ୍ତି, ବାସନ ବ୍ୟବସାୟୀଙ୍କ ସହିତ ତାଙ୍କ ଦଳର କୌଣସି ସମ୍ପର୍କ ନଥିଲା। ଏବେ ପୋଲିସ ମାମଲା ତଦନ୍ତ ଜାରି ରଖିଛି!!