-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
30-Oct-2020
ମାଲକାନଗିରି,(ପ୍ରେରଣା ଖବର)- ବଣ୍ଡା ଯୁବକଙ୍କ ଶବ ଛାଡୁନି ଆନ୍ଧ୍ର ମେଡିକାଲ । ୩ ଦିନ ଧରି ବିଶାଖାପାଟଣା କିଂଗ ଜର୍ଜ ହସ୍ପିଟାଲରେ ଅଟକି ରହିଛି ମାଲକାନଗିରି ବଣ୍ଡାଘାଟି ସ୍ଥିତ ଅଣ୍ଡ୍ରାହାଲ ଗାଁର ୨୮ ବର୍ଷିୟ ଯୁବକ ରାଜୁ ବଡନାୟକଙ୍କ ମୃତ ଦେହ । ଗତ ୨୨ ତାରିଖ ଦିନ ଅନଗେଲ ଗାଁ ନିକଟରେ ମୋଟରସାଇକେଲ ଦୁର୍ଘଟଣାର ଶିକାର ହୋଇଥିଲେ ରାଜୁ । ପ୍ରଥମେ ଲମତାପୁଟ ଡାକ୍ତରଖାନାରେ ରାଜୁକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଅଧିକ ଚିକତ୍ସା ପାଇଁ ୨୩ ତାରିଖ ଦିନ ତାଙ୍କୁ ବିଶାଖାପଟଣା କେଜିଏଚ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇ ଥିଲା!! ସେଠାରେ ୨୮ ତାରିଖ ଦିନ ଚିକିତ୍ସାଧୀନ ଅବସ୍ଥାରେ ରାଜୁର ମୃତ୍ୟୁ ହୋଇଥିଲା । ହେଲେ ଏପର୍ଯ୍ୟନ୍ତ ପରିବାର ଲୋକଙ୍କୁ ରାଜୁଙ୍କ ଶବ ହସ୍ତାନ୍ତର କରୁନାହାଁନ୍ତି ମେଡିକାଲ କର୍ତ୍ତୃପକ୍ଷ । ଓଡିଶା ପୁଲିସ ଆସିଲେ ଶବ ହସ୍ତାନ୍ତର କରାଯିବ ବୋଲି ଅଜବ ଯୁକ୍ତି ବାଢିଛନ୍ତି କେଜିଏଚ କର୍ତ୍ତୃପକ୍ଷ । ଆଉ ମାଲକାନଗିରି ମୁଣ୍ଡିଗୁଡା ପୁଲିସକୁ ଖବର ଦେଇ ନିଜ ଭେଣ୍ଡିଆ ପୁଅର ଶବକୁ ଚାହିଁ ବସିଛନ୍ତି ରାଜୁଙ୍କ ପରିବାର ଲୋକେ!!*