-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
31-Jul-2021
(ପ୍ରେରଣା ଖବର ବ୍ୟୁରୋ) :ଶେଷ ପୁଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୪-୩ ଗୋଲରେ ପରାସ୍ତ କଲା ଭାରତୀୟ ମହିଳା ହକି ଟିମ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଜୟ ପରେ ଭାରତୀୟ ମହିଳା ହକି ଟିମର କ୍ୱାର୍ଟର ଫାଇନାଲ୍ ଆଶା ଉଜ୍ଜୀବିତ। ସନ୍ଧ୍ୟାରେ ଗ୍ରେଟ ବ୍ରିଟେନ ଓ ଆୟରଲାଣ୍ଡ ମ୍ୟାଚରେ ଆୟରଲାଣ୍ଡ ପରାସ୍ତ ହେଲେ କିମ୍ବା ସେହି ମ୍ୟାଚ ଡ୍ର ରହିଲେ ଭାରତ କ୍ୱାର୍ଟର ଫାଇନାଲ୍ ଯିବା ରାସ୍ତା ସୁନିଶ୍ଚିତ ହେବ।
ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅଲମ୍ପିକର ଶେଷ ପୁଲ ମ୍ୟାଚରେ ଭାରତୀୟ ଖେଳାଳି ବନ୍ଦନା କଟlରିଆଙ୍କ ହ୍ୟାଟ୍ରିକ୍ ଗୋଲ।ମହିଳା ଭାରତୀୟ ଖେଳାଳି ହିସାବରେ କୋୖଣସି ଖେଳାଳି ଅଲମ୍ପିକରେ ହ୍ୟାଟ୍ରିକ ଗୋଲ ଦେବାରେ ବନ୍ଦନା କାଟରିଆ ପ୍ରଥମ ଖେଳାଳି ଭାବେ ଇତିହାସ ରଚିଲେ l ଏହା ପୂର୍ବରୁ କୌଣସି ଭାରତୀୟ ଖେଳାଳି ଅଲମ୍ପିକରେ ହ୍ୟାଟ୍ରିକ୍ ଗୋଲ ଦେଇନାହାନ୍ତି।