-+91-9937148622 |
prerana_bgr@rediffmail.com |
Sunday 22nd March 2026 |
R.N.I. Regd No. ODIODI/2010/46693
Breaking News
30-Jul-2021
ପାଟଣାଗଡ (ପ୍ରେରଣା ଖବର) ପାଟଣାଗଡ ବିଜେଡି ବିଧାୟକ ସରୋଜ ମେହେରଙ୍କ ଉପସ୍ଥିତିରେ ପାଟଣାଗଡ ଉପଖଣ୍ଡ ଡାକ୍ତରଖାନା ସଭାଗୃହରେ ରୋଗୀ କଲ୍ଯାଣ ସମିତି ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ପାଟଣାଗଡ଼ ଉପଖଣ୍ଡର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଏବଂ
ପଦକ୍ଷେପ ପାଇଁ ଆଲୋଚନା କରାଯାଇଥିଲା l ବିଧାୟକ ଶ୍ରୀ ମେହେର ଡାକ୍ତରଖାନା ପରିଦର୍ଶନ କରି ସୁବିଧା ଅସୁବିଧା ବିଧାୟକ ବୁଝିଥିଲେ l ପାଟଣାଗଡ଼ବାସୀ ଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟ ସେବା d
ଯୋଗାଇ ଦେବା ପାଇଁ ଶ୍ରୀ ମେହେର ସବୁବେଳେ ଚେଷ୍ଟା କରି ଆସିଛନ୍ତି ବୋଲି କହିଛନ୍ତି l ଏହି ସମସ୍ତ କାର୍ଯ୍ୟକ୍ରମରେ ତହସିଲଦାର, ଇନ୍ତଚାର୍ଜ ଉପଜିଲ୍ଲାପାଳ, ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଧିକାରୀ, ବ୍ଲକ ବିଡିଓ ଓ ବ୍ଲକ ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ