-+91-9937148622 |
prerana_bgr@rediffmail.com |
Saturday 21st March 2026 |
R.N.I. Regd No. ODIODI/2010/46693
Breaking News
30-Jul-2021
ଟିଟିଲାଗଡ଼ (ପ୍ରେରଣା ଖବର) : ଟିଟିଲାଗଡ଼ ଉପଜିଲ୍ଲାପାଳ ଜଣେ ଅସହାୟ ଗରିବ ଶ୍ରେଣୀର ଯୁବତୀ ତାଙ୍କ ଭାଇ ଙ୍କ ଚିକିତ୍ସା ନିମନ୍ତେ ମଞ୍ଜୁର ଟଙ୍କା ପାଇଁ ସ୍ଥାନୀୟ ଇଣ୍ଡିଏନ ଓଭର ସିଜ ବ୍ୟାଙ୍କ କୁ ଯାଇ ଦୁର୍ବ୍ୟବହାର ର ଶିକାର ହୋଇଥିବା ପରି ଗୁରୁତର ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଟିଟିଲାଗଡ଼ ହାଟପଦା ପଡ଼ା ର ରବି ରତେଇ(ବ-୨୨)ଏକ ବାଇକ ଦୁର୍ଘଟଣା ର ଶିକାର ହୋଇ ଅର୍ଥ ଅଭାବରୁ ଦେଢ ବର୍ଷ ଧରି ଶଯ୍ୟାଶାୟୀ ହୋଇ ଘରେ ପଡିରହି ଅକଥନୀୟ ଯନ୍ତ୍ରଣା ର ଶିକାର ହେଉଥିବା ବେଳେ ଟିଟିଲାଗଡ଼ ର ନୂତନ ରୂପେ ଯୋଗ ଦେଇଥିବା ଉପଜିଲ୍ଲାପାଳ ଙ୍କୁ ସହାୟତା ପାଇଁ ଆବେଦନ କରିଥିଲେ । ଉପଜିଲ୍ଲାପାଳ ସବୁ ତର୍ଜମା କରି ଟଙ୍କା ମଞ୍ଜୁର କରିଥିଲେ । ଶଯ୍ୟାଶାୟୀ ରବି ଙ୍କ ଭଉଣୀ ଗୀତା ରତେଇ ଏହି ସହାୟତା ରାଶି ପାଇଁ ଗତ ମଙ୍ଗଳବାର ଦିନ ଉକ୍ତ ବ୍ୟାଙ୍କ କୁ ଯାଇଥିଲେ । ଉକ୍ତ ବ୍ୟାଙ୍କ ଆକାଉଣ୍ଟ ଦାଇତ୍ଵ ରେ ଥିବା ମଧୁ ମହଲିଙ୍ଗ ନାମକ ଜଣେ କର୍ମଚାରୀ ତାଙ୍କୁ ହଠାତ ରାଗିଯାଇ ଦୁର୍ବ୍ୟବହାର ସହ ମନଇଚ୍ଛା ବ୍ୟାଙ୍କ କୁ ଆସୁଛୁ ଏତେ ଦିନ କୋଇଥି ସୋଇଥିଲୁ ଯା ତୋର କଲେକ୍ଟର କୁ କହ ଆଦି ନାନା ପ୍ରକାର ଗାଳି, ଗୁଲଜ ଆରମ୍ଭ କରି ଦେଇଥିଲେ ଯଦ୍ୱାରା ସେ କାନ୍ଦି,କାନ୍ଦି ନିରାଶ ହୋଇ ଫେରିଆସିଥିଲେ । ଏହି ମଧୁ ମହାଲିଙ୍ଗ ନାମକ କର୍ମଚାରୀ ଙ୍କ ବିରୋଧ ରେ ଏହି ପରି ବାରମ୍ବାର ଅଭିଯୋଗ ହୋଇଆସୁଛି, ସେହିପରି ଆଖପାଖ ଅଞ୍ଚଳ ର ଚାଷୀ ଓ ସାଧାରଣ ଲୋକ ଆସି ରୋଷ ର ଶିକାର ହେଉଥିବା ବେଳେ ଏ ନେଇ ତୁରନ୍ତ ଉକ୍ତ କର୍ମଚାରୀ ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜନସେବା ସଙ୍ଘ ତରଫରୁ ଦୃଢ଼ ଦାବି କରାଯିବା ପାଇଁ ଦାବି ହୋଇଛି ।