-+91-9937148622 |
prerana_bgr@rediffmail.com |
Saturday 21st March 2026 |
R.N.I. Regd No. ODIODI/2010/46693
Breaking News
29-Jul-2021
ସଇଁତଳା (ପ୍ରେରଣା ଖବର) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବନାଞ୍ଚଳ ଅଧିନସ୍ଥ ସ୍ଥାନିୟ ଧାନବିଲ ଠାରେ ସଇଁନ୍ତଲା ବନ ବିଭାଗ ପକ୍ଷରୁ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ସୂଚନା ଯୋଗ୍ୟ ଯେ, ନବୀନଛକ ନିକଟରେ କିଛି ଯୁବକ ଧାନବିଲରେ ଏକ ବଜ୍ରକାପ୍ତା ଗାତ ଭିତରୁ ବାହାରି ବୁଲୁଥିବାର ଦେଖିଥିଲେ । ପରେ ବନ ବିଭାଗକୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ସୂଚନା ପାଇ ସଇଁନ୍ତଲା ରେଞ୍ଜର ରାଜ କିଶୋର ହରପାଲ ଆସି ବଜ୍ରକାପ୍ତାକୁ ଉଦ୍ଧାର କରି ବଡ଼ମାଲ ଜଙ୍ଗଲଠାରେ ଛାଡି ଦେଇଥିଲେ । ବଜ୍ରକାପ୍ତାଟି ୧୨ରୁ ୧୪ କେଜି ଥିବାର ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।