-+91-9937148622 |

prerana_bgr@rediffmail.com |

  Tuesday 6th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସେବା ସେତୁ କାର୍ଯ୍ୟକ୍ରମ   (06-Oct-2026)       ||      ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ    (06-Oct-2026)       ||      ଅନ୍ୟଜାତିରେ ବିବାହ କରିଥିଲେ, ଶବ ସତ୍କାର ପାଇଁ ଆସିଲେନି ପରିବାର ସଂକଳ୍ପ ପରିବାର ଦ୍ଵାରା ଶବ ସତ୍କାର   (06-Oct-2026)       ||      ବ୍ରହ୍ମପୁର ଯଜ୍ଞ ପାଇଁ ବିରିଶଳା ମଠରୁ ସାଧୁ-ଭକ୍ତଙ୍କ ପଦଯାତ୍ରା*   (06-Oct-2026)       ||      ଉପଖଣ୍ଡ ସ୍ତରୀୟ କରାଟେ ଚାମ୍ପିଅନସିପ୍‌ ଅନୁଷ୍ଠିତ - ଟିଟିଲାଗଡ଼ ଚାମ୍ପିଅନ ଏବଂ କଳାହାଣ୍ଡି ହେଲା ରନର୍ସ-ଅପ    (05-Oct-2026)       ||      ଗ୍ରାମସଭାରେ କିଶୋର-କିଶୋରୀଙ୍କ ଦାବିପତ୍ର ଉପସ୍ଥାପନ♦️ ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା ଓ ଶିଶୁ ସୁରକ୍ଷାକୁ ଜିପିଡିପି ରେ ସାମିଲ କରିବାକୁ ଦାବି   (05-Oct-2026)       ||      ଜିଲ୍ଲାସ୍ତରୀୟ ସେବା ଜ୍ୟୋତି ଯାତ୍ରାକୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ   (05-Oct-2026)       ||      ଅନ୍ତର୍ଜାତୀୟ ଗୁରୁ ଦିବସ ପାଳିତ    (05-Oct-2026)       ||      କୁମ୍ଭାରୀରେ ମା’ କରମସାନି ପୂଜା ମହୋତ୍ସବ ଧୂମଧାମରେ ପାଳିତ,   (05-Oct-2026)       ||      ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୯ଟି ଦରଖାସ୍ତ ଗ୍ରହଣ   (05-Oct-2026)       ||      *ସୁବର୍ଣ୍ଣପୁର ରେ ଯୋଗ ଦେଲେ ନୂତନ ଜିଲ୍ଲାପାଳ*- *ମୌଳିକ ସମସ୍ୟା ର ସମାଧାନ ପାଇଁ ଦେଲେ ଦୃଢ଼ ପ୍ରତିଶୁତି*   (05-Oct-2026)       ||      ବିଜେପିର ସେବା ସଂକଳ୍ପ ଅଭିଯାନ ,ଜାରିଂ ରେ ବିଜେପି ପକ୍ଷରୁ ରକ୍ତଦାନ ଓ ବୃକ୍ଷରୋପଣ   (05-Oct-2026)       ||      ବିଜେପୁର ନିର୍ବାଚନମଣ୍ଡଳୀର ଚାଷୀଙ୍କ ପାଇଁ ଖୁସିର ଖବର ଓଏଲଆଇସି ପକ୍ଷରୁ ୩୨ଟି ଉଠା ଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ   (05-Oct-2026)       ||      ଆଗଲପୁର ଥାନା ରେ ନୂତନ ଥାନାଧିକାରୀ ଙ୍କ ଯୋଗଦାନ    (05-Oct-2026)       ||      ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   (05-Oct-2026)       ||      ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   (05-Oct-2026)       ||      ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   (05-Oct-2026)       ||      ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   (05-Oct-2026)       ||      ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ    (05-Oct-2026)       ||      ଗୁଡ଼ିଆ ସମାଜର ପୁସ୍ତକ ଉନ୍ମୋଚିତ    (05-Oct-2026)       ||     

HOME   ରାଜ୍ୟ

କୋଭିଡ ବିପଦ ଦୂର ହୋଇନାହିଁ,ଆତ୍ମସନ୍ତୋଷ ନୁହେଁ, ଅଧିକ ସତର୍କତା ଜରୁରୀ – ମୁଖ୍ୟମନ୍ତ୍ରୀ: ଗରିବ ଲୋକଙ୍କ ପାଖରେ ପହଞ୍ଚିଲା ୨୦୦୪ କୋଟି ଟଙ୍କାର କୋଭିଡ ସହାୟତା

23-Jul-2021



ଭୁବନେଶ୍ବର (ପ୍ରେରଣା ଖବର ବ୍ୟୁରୋ) : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନୟକ ଆଜି ରାଜ୍ୟରେ କୋଭିଡର ସ୍ଥିତି, ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଏବଂ କୋଭିଡ ସହାୟତା ସଂପର୍କରେ ସମୀକ୍ଷା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ କିଛି ସପ୍ତାହ ହେଲା ରାଜ୍ୟରେ ପଜିଟିଭିଟି ହାର କମିଥିଲେ ମଧ୍ୟ, କେତେକ ଜିଲ୍ଲାରେ ସଂକ୍ରମଣ ସ୍ଥିତିରେ ଆହୁରି ଉନ୍ନତି ଆସିବାକୁ ବାକି ଅଛି । ଯଦିଓ ପରିସ୍ଥିତି ନିୟନ୍ତ୍ରଣାଧୀନ, ତଥାପି ଆତ୍ମସନ୍ତୋଷ ନୁହେଁ, ଅଧିକ ସତର୍କତା ହିଁ ଆମକୁ ସୁରକ୍ଷିତ ରଖିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେଣୁ ଲୋକମାନେ ଯେପରି ଅଯଥାରେ ଗହଳି ନ କରିବେ, ତାକୁ ଦୃଷ୍ଡିରେ ରଖି କୋଭିଡ ନିୟମାବଳୀକୁ କଡାକଡି ଭାବରେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ବିଶେଷଜ୍ଞମାନଙ୍କର ମତକୁ ଉଦ୍ଧାର କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯଦି ଅଗଷ୍ଟ ଶେଷ ବେଳକୁ ତୃତୀୟ ଲହରୀ ଆସେ, ସେଥିପାଇଁ ଆମକୁ ଏହାର ପୂର୍ଣ୍ଣ ପ୍ରସ୍ତୁତିର ସହ ମୁକାବିଲା କରିବାକୁ ହେବ । ସ୍ବାସ୍ଥ୍ୟସେବା  ରାଜ୍ୟ ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍ବାସ୍ଥ୍ୟସେବା ଭିତ୍ତିଭୂମିର ସୁଦୃଢୀକରଣ ସହିତ ମାନବସମ୍ବଳ ବିନିଯୋଗ ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି । ଲୋକମାନେ ଯେପରି ବିନା କୌଣସି ଅସୁବିଧାରେ ସ୍ବାସ୍ଥ୍ୟ ସେବା ପାଇପାରିବେ, ସେ ଦିଗରେ ଜିଲ୍ଲା ପ୍ରଶାସନର ଗୁରୁ ଦାୟିତ୍ବ ରହିଛି । ପ୍ରତି ଜୀବନ ମୂଲ୍ୟବାନ। ଏହା ହେଉଛି ରାଜ୍ୟ ସରକାରଙ୍କର ସ୍ବାସ୍ଥ୍ୟ ନୀତିର ଆଧାର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ତେଣୁ ଜିଲ୍ଲା ହସ୍‌ପିଟାଲ ଠାରୁ ଆରମ୍ଭ କରି CHC level ପର୍ଯ୍ୟନ୍ତ  ଯେଭଳି ସ୍ବାସ୍ଥ୍ୟସେବାରେ କୌଣସି ଅସୁବିଧା ନ ହୁଏ, ସେଥିପାଇଁ ଥାନା IICଙ୍କ ଠାରୁ ଆରମ୍ଭ କରି ବିଡିଓ, ଏସ୍‌.ଡି.ପି.ଓ, ସବ୍‌କଲେକ୍ଟର, ଏସ୍‌.ପି ଓ ଜିଲ୍ଲାପାଳ ସମସ୍ତେ ଏହାକୁ ସେମାନଙ୍କର ମୂଳ ଦାୟିତ୍ବର ଅଂଶଭାବରେ ଜ୍ଞାନ କରି ଯତ୍ନବାନ ହେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

କୋଭିଡର ଦ୍ବିତୀୟ ଲହର ସମୟରେ ମୁଖ୍ୟମନ୍ତ୍ରୀ ଗରିବ ଲୋକଙ୍କ ପାଇଁ ବିଶେଷତଃ ଛୋଟ ଚାଷୀ, ନିର୍ମାଣ ଶ୍ରମିକ, MGNREGS ଶ୍ରମିକ, ଆଦିମ ଜନଜାତି ପରିବାର, ଅନୁସୁଚିତ ଜାତି, ଜନଜାତି ଛାତ୍ରଛାତ୍ରୀ ଓ ମିଶନ ଶକ୍ତିର ମା ମାନଙ୍କ ଠାରୁ ଆରମ୍ଭ କରି street vendor ବିଭିନ୍ନ ବର୍ଗର ଲୋକଙ୍କ ପାଇଁ କୋଭିଡ ସହାୟତା ଘୋଷଣା କରିଥିଲେ । ରାଜ୍ୟ ସରକାରଙ୍କର ୧୦ଟି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମରେ ଏହି ସହାୟତା କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ କରାଯାଇଛି । ଏପର୍ଯ୍ୟନ୍ତ ଉପରୋକ୍ତ ବର୍ଗର ଲୋକମାନଙ୍କୁ ୨୦୦୪ କୋଟି ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯାଇଛି ବୋଲି ବୈଠକରୁ ଜଣାଯାଇଛି ।

ବୈଠକରେ ଅଂଶଗ୍ରହଣ କରି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର ଶିକ୍ଷକ ତଥା ସ୍କୁଲର କର୍ମଚାରୀମାନଙ୍କ ଟିକାକରଣ ଉପରେ ଗୁରୁତ୍ବାରୋପ କରିଥିଲେ। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ. ମହାପାତ୍ର ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତି ସଂପର୍କରେ ବୈଠକରେ ଅବଗତ କରିଥିଲେ । ଉନ୍ନୟନ କମିଶନର ତଥା ସ୍ବତନ୍ତ୍ର ରିଲିଫ କମିଶନର ଶ୍ରୀ ପି.କେ. ଜେନା ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା କାର୍ଯ୍ୟକାରୀତା ସଂପର୍କରେ ଉପସ୍ଥାପନା ରଖିଥିଲେ । ବୈଠକରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଯ୍ୟକାରୀତା ସଂପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ।

ଏହି ବୈଠକରେ ପୋଲିସ ମହାନିର୍ଦ୍ଦେଶକ, ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ, ଜିଲ୍ଲାପାଳ, ଏସ୍‌.ପି ପ୍ରମୁଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସେବା ସେତୁ କାର୍ଯ୍ୟକ୍ରମ   06-Oct-2026
  ଜିଲ୍ଲା  
ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ   06-Oct-2026
  ଜିଲ୍ଲା  
ଅନ୍ୟଜାତିରେ ବିବାହ କରିଥିଲେ, ଶବ ସତ୍କାର ପାଇଁ ଆସିଲେନି ପରିବାର ସଂକଳ୍ପ ପରିବାର ଦ୍ଵାରା ଶବ ସତ୍କାର   06-Oct-2026
  ଜିଲ୍ଲା  
ବ୍ରହ୍ମପୁର ଯଜ୍ଞ ପାଇଁ ବିରିଶଳା ମଠରୁ ସାଧୁ-ଭକ୍ତଙ୍କ ପଦଯାତ୍ରା*   06-Oct-2026
  ଜିଲ୍ଲା  
ଉପଖଣ୍ଡ ସ୍ତରୀୟ କରାଟେ ଚାମ୍ପିଅନସିପ୍‌ ଅନୁଷ୍ଠିତ - ଟିଟିଲାଗଡ଼ ଚାମ୍ପିଅନ ଏବଂ କଳାହାଣ୍ଡି ହେଲା ରନର୍ସ-ଅପ   05-Oct-2026
  ରାଜ୍ୟ  
ଗ୍ରାମସଭାରେ କିଶୋର-କିଶୋରୀଙ୍କ ଦାବିପତ୍ର ଉପସ୍ଥାପନ♦️ ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା ଓ ଶିଶୁ ସୁରକ୍ଷାକୁ ଜିପିଡିପି ରେ ସାମିଲ କରିବାକୁ ଦାବି   05-Oct-2026
  ରାଜ୍ୟ  
ଜିଲ୍ଲାସ୍ତରୀୟ ସେବା ଜ୍ୟୋତି ଯାତ୍ରାକୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ   05-Oct-2026
  ରାଜ୍ୟ  
ଅନ୍ତର୍ଜାତୀୟ ଗୁରୁ ଦିବସ ପାଳିତ   05-Oct-2026
  ଜିଲ୍ଲା  
କୁମ୍ଭାରୀରେ ମା’ କରମସାନି ପୂଜା ମହୋତ୍ସବ ଧୂମଧାମରେ ପାଳିତ,   05-Oct-2026
  ଜିଲ୍ଲା  
ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୯ଟି ଦରଖାସ୍ତ ଗ୍ରହଣ   05-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ରେ ଯୋଗ ଦେଲେ ନୂତନ ଜିଲ୍ଲାପାଳ*- *ମୌଳିକ ସମସ୍ୟା ର ସମାଧାନ ପାଇଁ ଦେଲେ ଦୃଢ଼ ପ୍ରତିଶୁତି*   05-Oct-2026
  ଜିଲ୍ଲା  
ବିଜେପିର ସେବା ସଂକଳ୍ପ ଅଭିଯାନ ,ଜାରିଂ ରେ ବିଜେପି ପକ୍ଷରୁ ରକ୍ତଦାନ ଓ ବୃକ୍ଷରୋପଣ   05-Oct-2026

You Might Also Like